Home >>Odisha Sports

IPL 2024: ଘରୋଇ ମଇଦାନରେ ଚିତପଟାଙ୍ଗ ମାରିଲା ହାଇଦ୍ରାବାଦ

SRH vs RCB Match Result 2024: ଗୁରୁବାର ରାଜୀବ ଗାନ୍ଧୀ ଆନ୍ତର୍ଜତୀୟ କ୍ରିକେଟ ଷ୍ଟାଡିୟମ ଠାରେ ବେଙ୍ଗାଲୁରୁ ବିପକ୍ଷ ମୁକାବିଲାରେ ଚିତପଟାଙ୍ଗ ମାରିଛି ହାଇଦ୍ରବାଦ।    

Advertisement
IPL 2024: ଘରୋଇ ମଇଦାନରେ ଚିତପଟାଙ୍ଗ ମାରିଲା ହାଇଦ୍ରାବାଦ
Zee Odisha Desk|Updated: Apr 26, 2024, 11:41 PM IST
Share

SRH vs RCB Match Highlights 2024: ଅପ୍ରେଲ ୨୫ ତାରିଖ ଗୁରୁବାର ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜତୀୟ କ୍ରିକେଟ ଷ୍ଟାଡିୟମ ଠାରେ ମୁହାଁମୁହିଁ ହୋଇଥିଲେ ସନ ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ଖେଳାଯାଇଥିବା ୪୧ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭର ରେ ୭ ୱିକେଟ ହରାଇ ୨୦୬ ରନ୍ ସଂଗ୍ରହ କରିଥିଲା। ୨୦୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରବାଦ ଧାର୍ଯ୍ୟ ୨୦ ଓଭର ରେ ୮ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା। ଗୁରୁବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବେଙ୍ଗାଲୁରୁ ଟିମ୍ ହାଇଦ୍ରାବାଦ ଦଳକୁ ୩୫ ରନ୍ ବ୍ୟବଧାନରେ ପରାସ୍ତ କରିଛି। 

ହେଲେ ଗତ ୧୫ ତାରିଖରେ ଘରୋଇ ମଇଦାନ ଚିନ୍ନସ୍ୱାମୀ ଷ୍ଟାଡିୟମ୍ ଠାରେ ବେଙ୍ଗାଲୁରୁ ଦଳକୁ ପରାସ୍ତ କରିଥିଲା ହାଇଦ୍ରାବାଦ ଟିମ୍। ଏହି ମ୍ୟାଚ୍ ରେ ହାଇଦ୍ରାବାଦ ଟିମ୍ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ସ୍କୋର କରି ବେଙ୍ଗାଲୁରୁ ଦଳକୁ ପରାସ୍ତ କରିଥିଲା। ହେଲେ ଏବେ ବେଙ୍ଗାଲୁରୁ ଟିମ୍ ପୁରୁଣା ପରାଜୟର ପ୍ରତିଶୋଧ ନେଇଛି। ଦଳର ୪ ଜଣ ଖେଳାଳି ହାଇଦ୍ରାବାଦ ଦଳକୁ ଘରୋଇ ମଇଦାନରେ ଚକମା ଦେଇଥିଲେ। ଯାହାର ଫଳ ସ୍ୱରୂପ ହାଇଦ୍ରାବାଦ ଦ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଟିମ୍ ୩୫ ରନ୍ ରେ ବିଜୟୀ ହୋଇଥିଲା।

ବିରାଟ କୋହଲି କରିଥିଲେ ଚମତ୍କାର ବ୍ୟାଟିଂ
ଅରେଞ୍ଜ କ୍ୟାପ୍ ଦୌଡ଼ରେ ଶୀର୍ଷରେ ରହିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ମଧ୍ୟ ଗୁରୁବାର ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ଶ୍ରେଷ୍ଠ ଫର୍ମ୍ ରେ ଦେଖିବାକୁ ମିଳିଥିଲା। ସେ ୪୩ ବଲ ଖେଳି ୪ ଚୌକା ଏବଂ ୧ ଛକା ସହାୟତାରେ ୫୧ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ରଜତ ପଟିଦାର ମାତ୍ର ୨୦ ବଲ ଖେଳି ୨ ଚୌକା ଏବଂ ୫ ଛକା ସହାୟତାରେ ୫୦ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ କ୍ୟାମେରନ୍ ଗ୍ରୀନ୍ ମଧ୍ୟ ଭଲ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ସେ ୨୦ ବଲ ଖେଳି ୩୭ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସ କାରଣରୁ ବେଙ୍ଗାଲୁରୁ ୭ ୱିକେଟ୍ ହରାଇ ୨୦୬ ରନ୍ ସ୍କୋର କରିଥିଲା।

ବୋଲିଂ ଯାଦୁ ଦେଖାଇଥିଲେ ବେଙ୍ଗାଲୁରୁ ସ୍ପିନର୍ସ
ବ୍ୟାଟିଂ ପରେ ବେଙ୍ଗାଲୁରୁ ପକ୍ଷରୁ ଦଳର ସ୍ପିନର ବୋଲିଂ ଯାଦୁ ଦେଖାଇଥିଲେ। ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ୱିକେଟ୍ ନେଇ ୱିଲ୍ ଜ୍ୟାକ୍ ଏବଂ ଯଶ ଦୟାଲ ଦଳ ପାଇଁ ଏକ ଭଲ ଇନିଂସ  ଆରମ୍ଭ କରିଥିଲେ। ଏହା ପରେ ସ୍ପିନର ସେମାନଙ୍କର ଯାଦୁ ଦେଖାଇଥିଲେ। କର୍ଣ୍ଣ ଶର୍ମା ଏବଂ ସ୍ୱପ୍ନିଲ ସିଂହ ଉଭୟେ ୨ ଲେଖାଁଏ ୱିକେଟ ନେଇଥିଲେ। ସ୍ୱପ୍ନିଲ ସିଂହ ଗୋଟିଏ ଓଭର ମଧ୍ୟରେ ଦୁଇଟି ୱିକେଟ୍ ନେଇଥିଲେ ଏବଂ ୧୯ ରନ୍ ବ୍ୟୟ କରିଥିଲେ। କ୍ୟାମେରନ୍ ଗ୍ରୀନ୍ ମଧ୍ୟ ୨ ୱିକେଟ୍ ଅକ୍ତିଆର କରିଥିଲେ। 

ଘରୋଇ ମଇଦାନରେ ବିଫଳ ହୋଇଥିଲା ହାଇଦ୍ରବାଦ
ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ଠାରେ ଆରସିବି ବିପକ୍ଷରେ ରନ୍ ବର୍ଷା  କରିଥିଲେ। ଯେଉଁଥିରେ ହେନରିଚ୍ କ୍ଲାସେନ୍ (୬୭), ଟ୍ରାଭିସ୍ ହେଡ୍ (୧୦୨), ଅଭିଷେକ ଶର୍ମା (୩୪), ଆଡେନ ମାର୍କ୍ରାମ (୩୨) ଏବଂ ଅବଦୁଲ ସମାଦ (୩୭) ସାମିଲ ରହିଥିଲେ। ଏହି ଇନିଂସ କାରଣରୁ ହାଇଦ୍ରାବାଦ ଦଳ ବେଙ୍ଗାଲୁରୁ ବିପକ୍ଷରେ ୨୮୭ ରନ୍ ସଂଗ୍ରହ କରିଥିଲା। ହେଲେ ଏଥର ଅଭିଷେକ ଶର୍ମାଙ୍କୁ ଛାଡ଼ି ବେଙ୍ଗାଲୁରୁ ବିପକ୍ଷରେ ଏଥର ଟ୍ରାଭିସ୍ ହେଡ୍ ହେଡ, ହେନରିଚ୍ କ୍ଲାସେନ୍ ଏବଂ ଆଡେନ ମାର୍କ୍ରାମଙ୍କ ପରି ଭେଟେରାନ ବ୍ୟାଟ୍ସମ୍ୟାନ୍ ମଧ୍ୟ ଦୁଇ ଅଙ୍କ ସ୍ପର୍ଶ କରିପାରିଲେ ନାହିଁ। କିନ୍ତୁ ଅଭିଷେକ ଶର୍ମା (୩୧), ପ୍ୟାଟ୍ କମିନ୍ସ (୩୦) ଏବଂ ଶାହୱାଜ ଅହମ୍ମଦ (୪୦) ରନ୍ ସଂଗ୍ରହ କରିଥିଲେ।

Read More
{}{}