Home >>Odisha Sports

IPL 2024: ଲଗାତାର ଦ୍ୱିତୀୟ ବିଜୟ ହାସଲ କଲା ଦିଲ୍ଲୀ; ପଏଣ୍ଟ ଟେବୁଲ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା ଦଳ

DC vs MI Match Result 2024: ଶନିବାର ଘରୋଇ ମଇଦାନ ଅରୁଣ ଜେଟଲୀ ଷ୍ଟାଡିୟମ୍ ଠାରେ ମୁମ୍ବାଇ ଦଳକୁ ପରାସ୍ତ କରିଛି ଦିଲ୍ଲୀ ଟିମ୍।

Advertisement
IPL 2024: ଲଗାତାର ଦ୍ୱିତୀୟ ବିଜୟ ହାସଲ କଲା ଦିଲ୍ଲୀ; ପଏଣ୍ଟ ଟେବୁଲ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଲା ଦଳ
Zee Odisha Desk|Updated: Apr 28, 2024, 09:14 PM IST
Share

DC vs MI Match Highlights 2024: ଅପ୍ରେଲ ୨୭ ତାରିଖ ଶନିବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଆଜି ଖେଳାଯାଇଥିବା ୪୩ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଧାର୍ଯ୍ୟ ୨୦ ଓଭର ରେ ୪ ୱିକେଟ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ୨୫୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୨୦ ଓଭର ରେ ୯ ୱିକେଟ ହରାଇ ୨୪୭ ରନ୍ ସଂଗ୍ରହ କରିଥିଲା। ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଦିଲ୍ଲୀ ଟିମ୍ ୧୦ ରନ୍ ବ୍ୟବଧାନରେ ମୁମ୍ବାଇ ଦଳକୁ ପରାସ୍ତ କରିଛି। 

ଶନିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଦିଲ୍ଲୀ ଟିମ୍ ଏହାର ୧୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଆଇପିଏଲ ଇତିହାସରେ ଦିଲ୍ଲୀ ସର୍ବାଧିକ ସ୍କୋର କରିଥିଲା। ଏହା କେବଳ ଦଳର ଖେଳାଳୀ ଜେକେ ଫ୍ରେଜର ମ୍ୟାକଗର୍କ ଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ସମ୍ଭବ ହୋଇଥିଲା। ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଜଣଙ୍କ ମାରାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ଆରମ୍ଭରେ ତାଙ୍କୁ ମଧ୍ୟ କ୍ରମରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଶେଷ ମ୍ୟାଚ୍‌ ରେ ଅଧିନାୟକ ଋଷଭ ପନ୍ତ ତାଙ୍କୁ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ମ୍ୟାଚ୍ ରେ ଓପନର୍ ଭାବରେ ଫ୍ରେଜର ବିଶେଷ କିଛି  କରିପାରିଲେ ନାହିଁ।

ହେଲେ ମୁମ୍ବାଇ ବିପକ୍ଷ ମୁକାବିାଲରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଫ୍ରେଜର ପ୍ରଥମେ ମାତ୍ର ୧୫ ବଲ ଖେଳି ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ମୋଟ ୨୭ ବଲ ଖେଳି ୧୧ ଚୌକା ଏବଂ ୬ ଛକା ସହାୟତାରେ ୮୪ ରନ୍ ସ୍କୋର କରିଥିଲେ। ଶେଷ ପୀୟୁଷ ଚାୱଲା ତାଙ୍କ ୱିକେଟ୍ ନେଇଥିଲେ। ତାଙ୍କ ପରେ ସାଇ ହୋପ୍ ମଧ୍ୟ ୫ ଛକା ସହାୟତାରେ ୪୧ ରନ୍ ସ୍କୋର କରିଥିଲେ। ଯଦିଓ ଅଧିନାୟକ ପନ୍ତ ୨୯ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଟ୍ରିଷ୍ଟନ୍ ଷ୍ଟବ୍ସ୍ ଘାତକ ବ୍ୟାଟିଂ ସହ ମ୍ୟାଚ୍ ଶେଷ କରିଥିଲେ। ଶେଷ ମ୍ୟାଚ୍‌ ରେ ପନ୍ତଙ୍କ ସହ ଷ୍ଟବ୍ସ୍ ବିସ୍ଫୋରକ ଢଙ୍ଗରେ ରନ୍ ସ୍କୋର କରିଥିଲେ। ଆଜିର ମ୍ୟାଚ୍‌ ରେ ସେ ମାତ୍ର ୨୫ ବଲ୍ ୪୮ ରନ୍ ସଂଗ୍ରହ କରିଥିଲେ। ଯାହା ଫଳରେ ଦଳ ୨୫୭ ରନ୍ ସ୍କୋର କରିଥିଲା। ବ୍ୟାଟ୍ସମ୍ୟାନ୍ ଙ୍କ ପରେ ଦଳର ବୋଲର ସେମାନଙ୍କ ଯାଦୁ ଦେଖାଇବା ଆରମ୍ଭ କରିଥିଲେ।

ଯାହାର ଫଳ ସ୍ୱରୂପ ମୁମ୍ବାଇ ଟିମ୍ ସେପରି ଖାସ୍ ବ୍ୟାଟିଂ କରିପାରିଲା ନାହିଁ। ଇଶାନ କିଶନ, ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ଭେଟେରାନ ବ୍ୟାଚ୍ସମ୍ୟାନ୍ ଅତି ଶୀଘ୍ର ପ୍ୟାଭିଲିୟନ ଫେରି ଯାଇଥିଲେ। ଏହା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪୧ ରନ୍‌ର ଏକ ଇନିଂସ ଖେଳିଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ଭର୍ମା ଦଳକୁ ଜିତାଇବା ପାଇଁ ପ୍ରୟାସ ଜାରି ରଖିଥିଲେ। ସେ ୩୨ ବଲ୍ ଖେଳି ୪ ଚୌକା ଏବଂ ୪ ଛକା ସହାୟତାରେ ୬୩ ରନ୍ ସ୍କୋର କରିଥିଲେ। ତାଙ୍କର ଅର୍ଦ୍ଧଶତକ ସତ୍ତ୍ୱେ ଦଳକୁ ପରାଜୟ ବରଣ  କରିବାକୁ ପଡ଼ିଥିଲା। ଦିଲ୍ଲୀ ପାଇଁ ରସିଖ ଦାର ସଲାମ ଏବଂ ମୁକେଶ କୁମାର ଉଭୟେ ୩-୩ ୱିକେଟ୍ ନେଇଥିଲେ। ଏହା ସହିତ ଖଲିଲ ଅହମ୍ମଦ ୨ ୱିକେଟ ନେଇଥିଲେ। ମୁମ୍ବାଇ ବିପକ୍ଷ ମୁକାବିଲାରେ ବାଜି ମାରିବା ପରେ ଦିଲ୍ଲୀ ପଏଣ୍ଟ ଟେବୁଲ ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚିଛି।

    

Read More
{}{}