Hindi News >>Home >>Odisha Sports

IPL 2024: ଆଜି ଅପରାହ୍ନରେ GT VS RCB ଲଢେଇ, ସଂଧ୍ୟାରେ ମୁହାଁମୁହିଁ ହେବେ CSK VS SRH

IPL 2024: ରବିବାର ଆଇପିଏଲରେ (IPL 2024) ଖେଳାଯିବ ଦୁଇଟି ହାଇଭେଲଟେଜ୍ ମ୍ୟାଚ୍ । ଅପରାହ୍ନରେ ଅହମ୍ମଦାବାଦରେ ଗୁଜୁରାଟ ଟାଇଟନ୍ସ (Gujarat Titans ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (Royal Challengers Bengaluru) ଲଢେଇ ପରେ ସଂଧ୍ଯାରେ ଚେନ୍ନାଇ ଚିପକ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଓ ସନରାଇଜର୍ସ ହ୍ରାଇଦ୍ରାବାଦ (Sunrisers Hyderabad) । ପ୍ଲେ-ଅପରେ ଏଣ୍ଟି ପାଇଁ ସମସ୍ତ ଟିମ୍ ର ବିଜୟୀ ଜରୁରୀ ରହିଛି ।

Advertisement
IPL 2024: ଆଜି ଅପରାହ୍ନରେ GT VS RCB ଲଢେଇ, ସଂଧ୍ୟାରେ ମୁହାଁମୁହିଁ ହେବେ CSK VS SRH
Payal Priyadarshini|Updated: Apr 28, 2024, 11:25 AM IST
Share

IPL 2024: ରବିବାର ଆଇପିଏଲରେ (IPL 2024) ଖେଳାଯିବ ଦୁଇଟି ହାଇଭେଲଟେଜ୍ ମ୍ୟାଚ୍ । ଅପରାହ୍ନରେ ଅହମ୍ମଦାବାଦରେ ଗୁଜୁରାଟ ଟାଇଟନ୍ସ (Gujarat Titans ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (Royal Challengers Bengaluru) ଲଢେଇ ପରେ ସଂଧ୍ଯାରେ ଚେନ୍ନାଇ ଚିପକ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଓ ସନରାଇଜର୍ସ ହ୍ରାଇଦ୍ରାବାଦ (Sunrisers Hyderabad) । ପ୍ଲେ-ଅପରେ ଏଣ୍ଟି ପାଇଁ ସମସ୍ତ ଟିମ୍ ର ବିଜୟୀ ଜରୁରୀ ରହିଛି ।

ଶୁବମାନ୍‌ ଗିଲଙ୍କ ନେତୃତ୍ବାଧିନ ଗୁଜୁରାଟ ଟାଇଟନ୍ସ ୯ଟି ମ୍ୟାଚ୍ ଖେଳି ୪ଟି ବିଜୟ ଓ ୫ଟି ପରାଜିତ ହୋଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ଟି ମ୍ୟାଚ୍ ରୁ ମାତ୍ର ୨ଟି ବିଜୟ ହାସଲ କରିଛି। ମୋଟ ୮ ଅଙ୍କ ସହ ଟାଇଟନ୍ସ ଦଳ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଥିବା ବେଳେ ବେଙ୍ଗାଲୁରୁ ୪ ଅଙ୍କ ସହ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଛି ।  ପ୍ଲେ-ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ବେଙ୍ଗାଲୁରୁ ପାଇଁ ଆଜିର ମ୍ୟାଚ୍‌ ନକ୍‌ଆଉଟ୍‌ ସଦୃଶ ହୋଇଛି। ଦଳ କୌଣସି ମତେ ମ୍ୟାଚ୍ କୁ ଜିତି ସ୍ଥିତି ବଞ୍ଚାଇବାକୁ ଉଦ୍ୟମ କରିବ। ଏହି ଦୁଇ ଦଳ ଚଳିତ ସିଜନରେ ପ୍ରଥମ ଥର ମୁହାଁମୁହିଁ ହେବେ। ଫର୍ମରେ ଥିବା ବିରାଟ କୋହଲି ଏପର୍ଯ୍ୟନ୍ତ ୪୩୦ ରନ୍ ସଂଗ୍ରହ କରିସାରିଛନ୍ତି। ଏହାବାଦ୍‌ କାମେରନ୍‌ ଗ୍ରୀନ୍ ଓ ରଜତ ପଟିଦାର ମଧ୍ଯ ଫର୍ମରେ ରହିଛନ୍ତି। ବୋଲିଂ ବିଭାଗରେ ମହମ୍ମଦ ସିରାଜ, ୟଶ ଦୟାଲ, ଲୁକି ଫର୍ଗୁସନ ଓ ୱିଲ ଜ୍ୟାକ୍‌ ମଧ୍ଯ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ରାତି ୭ଟା ୩୦ ମିନିଟ୍ ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହ୍ରାଇଦ୍ରାବାଦ । ଚେନ୍ନାଇର ଚିପକ ଷ୍ଟାଡ଼ିୟମରେ (M. A. Chidambaram Stadium) ଖେଳାଯିବ ଏହି ରେମାଞ୍ଚକ ମ୍ୟାଚ୍ । ଚେନ୍ନାଇ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୮ଟି ମ୍ୟାଚ୍ ରୁ ୪ଟିରେ ବିଜୟୀ ଓ ୪ଟିରେ ପରାଜିତ ହୋଇଛି । ମୋଟ ୮ ଅଙ୍କ ସହ ଦଳ ଷଷ୍ଠ ସ୍ଥାନରେ ରହିଛି । ସେହିପରି ଓ ସନରାଇଜର୍ସ ହ୍ରାଇଦ୍ରାବାଦ ଦଳ ମଧ୍ଯ ଚଳିତ ସିଜନରେ ଭଲ ଫର୍ମରେ ରହିଛି । ଦଳ ଏଯାଏଁ ୮ଟି ମୁକାବିଲା ଖେଳିଥିବା ବେଳେ ୫ଟିରେ ବିଜୟୀ ଓ ୩ଟି ମ୍ୟାଚ୍ ପରାଜୟ ବରଣ କରିଛି । ୧୦ ଅଙ୍କ ସହ ଦଳ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ।

 

 

Read More
{}{}