Hindi News >>Home >>Odisha Sports

Hardik Pandya: ଲଗାତାର ପରାଜୟ ପରେ ଭଗବାନଙ୍କ ଶରଣରେ ହାର୍ଦ୍ଦିକ, ସୋମନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା, ଦେଖନ୍ତୁ ଭିଡିଓ

Hardik Pandya: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ଦିନ ସୋମନାଥ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  

Advertisement
Hardik Pandya Somnath Temple
Hardik Pandya Somnath Temple
Jagdish Barik|Updated: Apr 05, 2024, 07:08 PM IST
Share

Hardik Pandya Somnath Temple: ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଆଇପିଏଲ୍ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଲଗାତାର ମ୍ୟାଚ୍‌ରେ ତାଙ୍କୁ ଫ୍ୟାନ୍ସ ମାନଙ୍କଠାରୁ ଟ୍ରୋଲ କରିଛନ୍ତି। ଏସବୁ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଞ୍ଚ ଦିନ ବିରତି ନେଇଛି ଏବଂ ଏହି ସମୟ ମଧ୍ୟରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ଦିନ ସୋମନାଥ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ। ଦେଶର ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ସୋମନାଥ ମନ୍ଦିର ପ୍ରଥମ ସ୍ଥାନ ଅଧିକାର କରିଛି।

ANI ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂଜା କରୁଥିବା ନଜର ଆସିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍ ୨୦୨୪ ରେ କ୍ରମାଗତ ତିନିଟି ମ୍ୟାଚ୍ ହାରିଛି। ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ହେଉଛି ଏକମାତ୍ର ଦଳ, ଯିଏକି ଏପର୍ଯ୍ୟନ୍ତ ଏହାର ବିଜୟ ଆକାଉଣ୍ଟ ଖୋଲି ନାହିଁ। ଦଳର ଖରାପ ପ୍ରଦର୍ଶନ ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଶଂସକଙ୍କ ସମର୍ଥନ ପାଇପାରୁ ନାହାଁନ୍ତି ଏବଂ ତାଙ୍କୁ ଷ୍ଟାଡିୟମରେ ଅନେକ ଟ୍ରୋଲ କରାଯାଉଛି।

୧ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିଜର ଶେଷ ମ୍ୟାଚ୍ ଖେଳିଥିଲା, ଏହା ପରେ ଦଳ ୫ ଦିନ ବିରତି ନେଇଛି। ଗୁଜୁରାଟର ଜାମନଗରରେ ପୂରା ମୁମ୍ବାଇ ଇଣ୍ଡିଆନ୍ସ ଦଳ ମଜା କରୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହାର ପରବର୍ତ୍ତୀ ମ୍ୟାଚ୍ ୭ ଏପ୍ରିଲରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ। ଦଳ ଏହି ବ୍ରେକରୁ ସତେଜ ହେବାକୁ ଚାହିଁବ ଏବଂ ଦୃଢ଼ ମନୋବଳ ସହିତ ନିଜର ପରବର୍ତ୍ତୀ ମ୍ୟାଚରେ ଖେଳିବ।

Read More
{}{}