Home >>Odisha Sports

PBKS VS MI: ଆଜି ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ତିଆନ୍ସ ଟକ୍କର, ତୃତୀୟ ବିଜୟ ଲକ୍ଷ୍ୟରେ ଉଭୟ ଦଳ

PBKS VS MI: ଆଇପିଏଲର ୩୨ତମ ମୁକାବିଲାରେ ଗୁରୁବାର ମୁହାଁମୁହିଁ ହେବ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ତିଆନ୍ସ (PBKS VS MI) । ତେବେ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଜରୁରୀ ଅଟେ ।

Advertisement
PBKS VS MI: ଆଜି ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ତିଆନ୍ସ ଟକ୍କର, ତୃତୀୟ ବିଜୟ ଲକ୍ଷ୍ୟରେ ଉଭୟ ଦଳ
Payal Priyadarshini|Updated: Apr 18, 2024, 12:59 PM IST
Share

PBKS VS MI: ଆଇପିଏଲର ୩୨ତମ ମୁକାବିଲାରେ ଗୁରୁବାର ମୁହାଁମୁହିଁ ହେବ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ତିଆନ୍ସ (PBKS VS MI) । ତେବେ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଜରୁରୀ ଅଟେ ।

ଖବର ଅନୁଯାୟୀ, ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ପଞ୍ଜାବ କିଙ୍ଗସ ୬ଟି ମ୍ୟାଚ୍ ଖେଳିଥିବା ବେଳେ ଦଳ ୨ଟି ମ୍ୟାଚ୍ ରେ ବିଜୟୀ ଓ ୪ଟିରେ ପରାଜିତ ହୋଇଛି । ପଞ୍ଜାବ ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲରେ ୮ମ ସ୍ଥାନରେ ରହିଛି । ବ୍ୟାଟିଂ ବିଭାଗରେ ଦଳର ଦୁର୍ବଳ ପ୍ରଦର୍ଶନ ଚିନ୍ତାଜନକ ରହିଛି। ଦଳରେ ଥିବା ବହୁ ଅଭିଜ୍ଞ ବୋଲିର ମଧ୍ଯ ଆଖିଦୃଖିଆ ପ୍ରଦର୍ଶନ କରିପାରୁନଥିବା ଦେଖିବାକୁ ମିଳିଛି । ଅଥର୍ବ ଟାଇଡେ, ପ୍ରଭସିମରନ ସିଂହ, ଜନି ବେୟାରଷ୍ଟୋ, ସାମ କରନ,ଜିତେଶ ଶର୍ମା, ଶଶାଙ୍କ ସିଂହ, ଲିୟାମ ଲିଭିଙ୍ଗଷ୍ଟୋନ ପ୍ରମୁଖଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ତେବେ ଆଜିର ମ୍ୟାଚ୍ ମୁମ୍ବାଇକୁ କଡ଼ା ଟକ୍କର ଦେବା ନେଇ ଲକ୍ଷ୍ୟ ରଖିଛି ଦଳ ।

ସେପଟେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ଯ ବର୍ତ୍ତମାନ ସୁଦ୍ଧା ୬ଟି ମୁକାବିଲା ଖେଳିସାରିଛି । ଦଳ ୨ଟିରେ ବିଜୟ ହୋଇଥିବା ବେଳେ ୪ ମ୍ୟାଚ୍ ହାରିଛି । ଦଳ ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟାନ୍ସ , ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ୪ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ମୁମ୍ବାଇର ବ୍ୟାଟିଂ ଲାଇନ ଭଲ ରହିଛି । ତେବେ ଆଜିର ମ୍ୟାଚ୍ ରେ ଦଳ କିଭଳି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା ।

Read More
{}{}