Home >>Odisha Sports

RCB Vs KKR: ବିରାଟ-ଗମ୍ଭୀରଙ୍କ ମଧ୍ୟରେ ଏପରି କ'ଣ ଘଟିଲା? ପ୍ରଶଂସକ ହୋଇଗଲେ ଆଶ୍ଚର୍ଯ୍ୟ; ଦେଖନ୍ତୁ ଭିଡିଓ

Virat Kohli Gautam Gambhir: ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଭେଟଘାଟ ଏପରି ହୋଇଥିଲା ଯେ ତାହା ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଆରସିବି ଓ କେକେଆର୍ ମଧ୍ୟରେ ହୋଇଥିବା ମ୍ୟାଚ୍ ସମୟରେ ଏହା ଦେଖିବାକୁ ମିଳିଥିଲା। ଦୁଇ ଭେଟେରାନ ପରସ୍ପରକୁ ହସିବା ସହ ଅଭିବାଦନ ଜଣାଇଲେ।  

Advertisement
RCB Vs KKR Virat Kohli Gautam Gambhir:
RCB Vs KKR Virat Kohli Gautam Gambhir:
Zee Odisha Desk|Updated: Mar 29, 2024, 10:34 PM IST
Share

RCB Vs KKR Virat Kohli Gautam Gambhir: ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଭେଟଘାଟ ଏପରି ହୋଇଥିଲା ଯେ ତାହା ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଆରସିବି ଓ କେକେଆର୍ ମଧ୍ୟରେ ଆଜି ହୋଇଥିବା ମ୍ୟାଚ୍ ସମୟରେ ଏହା ଦେଖିବାକୁ ମିଳିଥିଲା। ଯେତେବେଳେ ୧୬ ତମ ଓଭର ପରେ ରଣନୀତିକ ସମୟ ଶେଷ ହୋଇଥିଲା, ସେତେବେଳେ ବିରାଟ କୋହଲି ଓ ଗମ୍ଭୀର ପରସ୍ପରକୁ ସାକ୍ଷାତ କରି କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା।​| ଏହି ସମୟରେ ଦୁହେଁ କାନ୍ଧରେ ହାତ ରଖିଥିଲେ ଏବଂ ହସୁଥିଲେ। ଆପଣଙ୍କୁ କହିରଖଛୁ ଯେ ଏହି ମ୍ୟାଚ୍ ପୂର୍ବରୁ ଗମ୍ଭୀର ଓ କୋହଲିଙ୍କ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା। ସୋସିଆଲ ମିଡିଆରେ ଦୁହିଁଙ୍କ ଏହି ପୁନଃମିଳନ ଉପରେ ଅନେକ କମେଣ୍ଟ କରାଯାଇଥିଲା।

ଆପଣଙ୍କୁ କହିରଖୁଛୁ ଯେ ଗତ ସିଜନରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପୂର୍ବରୁ ମଧ୍ୟ ଅନେକ ସିଜିନରେ ଉଭୟଙ୍କ ମଧ୍ୟରେ ସମାନ ମାମଲା ସାମ୍ନାକୁ ଆସିଥିଲା। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଅପେକ୍ଷା କରି ରହିଥିଲେ ଯେ ଏହି ସିଜିନରେ ଦୁଇ ଖେଳାଳି ପରସ୍ପରକୁ ମୁହାଁମୁହିଁ ହେବେ। ତେବେ ବିରାଟ ଏବଂ ଗମ୍ଭୀର ଅତି ଭଦ୍ର ଆଚରଣ କରି ସମସ୍ତ ଆଶଙ୍କାକୁ ଭୁଲ୍ ସାବ୍ୟସ୍ତ କରି ଦେଇଥିଲେ।

ବିରାଟ ଏବଂ କୋହଲିଙ୍କ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଥିଲା। ଯେଉଁଠାରେ ଅନେକ ବିଶେଷଜ୍ଞ ଏବଂ ପୂର୍ବତନ କ୍ରିକେଟର ଏହାକୁ ସ୍ୱାଗତ ପଦକ୍ଷେପ ବୋଲି କହିଥିଲେ। ଏଥି ସହିତ, ପ୍ରଶଂସକମାନେ ଏହାର ମଜା ମଧ୍ୟ ନେଇଥିଲେ। ଜଣେ ଉପଭୋକ୍ତା X ରେ ଲେଖିଛନ୍ତି ଯେ ସମସ୍ତ ମଜା ନଷ୍ଟ ହୋଇଯାଇଛି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ ୨୦୨୪ ବର୍ଷ ପ୍ରକୃତରେ ଚମତ୍କାର ବର୍ଷ ରହିଛି। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ଭଲ ଯେ ସେ ନବୀନଙ୍କ ସହ ବନ୍ଧୁତା କରିଥିଲେ ଓ ବର୍ତ୍ତମାନ ସେ ଗମ୍ଭୀରଙ୍କ ସହ ମଧ୍ୟ ବନ୍ଧୁତା କରିଛନ୍ତି। ଗୌତମ ଏବଂ ବିରାଟଙ୍କ ମିଳନକୁ ନେଇ ଅନେକ ପ୍ରଶଂସକ ଖୁସି ବ୍ୟକ୍ତ କରିଛନ୍ତି।

Read More
{}{}