Hindi News >>Home >>Odisha Sports

IPL 2025: ଏହି ୩ ଷ୍ଟାର ଖେଳାଳି ରହିପାରନ୍ତି Unsold, ଏହା ହୋଇପାରେ ବଡ଼ କାରଣ

IPL 2025: ଉମେଶ ଯାଦବଙ୍କୁ ଗୁଜରାଟ ଟାଇଟନ୍ସ ଏଥର ରିଲିଜ୍ କରିଛି ଏବଂ ଏହି ଖେଳାଳି ଏବେ ମେଗା ନିଲାମରେ ଭାଗ ନେବାକୁ ଯାଉଛନ୍ତି। ମେଗା ନିଲାମ ପାଇଁ ଉମେଶଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା, ଏବେ ବଡ଼ ପ୍ରଶ୍ନ ଉଠୁଛି କୌଣସି ଫ୍ରାଞ୍ଚାଇଜ୍ ଉମେଶଙ୍କୁ ୨ କୋଟି ବେସ୍ ପ୍ରାଇସ୍ ରେ କିଣିବାକୁ ଚାହିଁବେ କି?  

Advertisement
IPL 2025: ଏହି ୩ ଷ୍ଟାର ଖେଳାଳି ରହିପାରନ୍ତି Unsold, ଏହା ହୋଇପାରେ ବଡ଼ କାରଣ
Rashmita Sahoo|Updated: Nov 11, 2024, 08:08 PM IST
Share

IPL 2025: ଆଇପିଏଲ୍ ୨୦୨୫ ମେଗା ନିଲାମ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୪ ଓ ୨୫ତାରିଖରେ ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥର ଏହି ମେଗା ନିଲାମ ସାଉଦି ଆରବର ଜେଦ୍ଦାରେ ହେବାକୁ ଯାଉଛି। ଯେଉଁଥିପାଇଁ ନିଲାମରେ ସାମିଲ ଥିବା ସମସ୍ତ ଖେଳାଳିଙ୍କ ବେସ୍ ପ୍ରାଇସ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିସହିତ ୩ ଜଣ ବଡ଼ ଖେଳାଳିଙ୍କ ବେସ୍ ପ୍ରାଇସ୍ ସେମାନଙ୍କ ନିଲାମ ବିକ୍ରି ନ ହେବାର କାରଣ ହୋଇପାରେ। ଏହି ଖେଳାଳିଙ୍କ ବେସ୍ ପ୍ରାଇସ୍ ଅଧିକ ଏବଂ ବର୍ତ୍ତମାନର ପ୍ରଦର୍ଶନ ବିଶେଷ ଫଳପ୍ରଦ ବି ନୁହେଁ, ଯେଉଁକାରଣରୁ ପ୍ରାୟ ସବୁ ଫ୍ରାଞ୍ଚାଇଜ୍ ଏହି ଖେଳାଳିଙ୍କୁ ଅଣଦେଖା କରିପାରନ୍ତି। ଏହି ତିନି ଜଣ ଖେଳାଳି କିଏ, ଆସନ୍ତୁ ପୂରା ବିସ୍ତୃତ ଭାବେ ଜାଣିବା।

୧. ଉମେଶ ଯାଦବ
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଦୂରେଇ ରହିଛନ୍ତି। ଗତ ସିଜନରେ ଉମେଶ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ପ୍ରଦର୍ଶନ କିଛି ଖାସ୍ ନଥିଲା। ଯାହା ପରେ ଉମେଶ ଯାଦବଙ୍କୁ ଗୁଜରାଟ ଟାଇଟନ୍ସ ଏଥର ରିଲିଜ୍ କରିଛି ଏବଂ ଏହି ଖେଳାଳି ଏବେ ମେଗା ନିଲାମରେ ଭାଗ ନେବାକୁ ଯାଉଛନ୍ତି। ମେଗା ନିଲାମ ପାଇଁ ଉମେଶଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା, ଏବେ ବଡ଼ ପ୍ରଶ୍ନ ଉଠୁଛି କୌଣସି ଫ୍ରାଞ୍ଚାଇଜ୍ ଉମେଶଙ୍କୁ ୨ କୋଟି ବେସ୍ ପ୍ରାଇସ୍ ରେ କିଣିବାକୁ ଚାହିଁବେ କି?

୨. ଷ୍ଟିଭ୍ ସ୍ମିଥ୍
ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ମଧ୍ୟ ଏଥର ମେଗା ନିଲାମରେ ଭାଗ ନେବାକୁ ଯାଉଛନ୍ତି। ରାଜସ୍ଥାନ ରୟାଲ୍ସରୁ ମୁକୁଳିବା ପରେ ଷ୍ଟିଭ୍ ସ୍ମିଥ୍ ଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ହେବାକୁ ଯାଉଛି। ତେବେ ଏତେ ହାଇ ବେସ୍ ପ୍ରାଇସ୍ ଯୋଗୁଁ ଏହି ଖେଳାଳି ମେଗା ନିଲାମରେ ବିକ୍ରି ନହୋଇପାରନ୍ତି। ଏହାବ୍ୟତୀତ ସ୍ମିଥ୍ ଙ୍କ ବର୍ତ୍ତମାନର ଫର୍ମ ମଧ୍ୟ ବିଶେଷ କିଛି ଆକର୍ଷଣୀୟ ହୋଇକି ରହିନାହିଁ। 

 

୩. ଭୁବନେଶ୍ୱର କୁମାର
ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଏଥର ସନରାଇଜର୍ସ ହାଇଦ୍ରାବାଦ ରିଲିଜ୍ କରିଛି। ଯାହା ପରେ ଏହି ବୋଲର ମେଗା ନିଲାମରେ ସାମିଲ ହେବାକୁ ଯାଉଛନ୍ତି । ଏହି ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ହୋଇଥିବା ବେଳେ ବେସ୍ ପ୍ରାଇସ୍ ଅଧିକ ଥିବାରୁ ଭୁବନେଶ୍ୱର କୁମାର ବି ଅନସୋଲ୍ଡ ରହିପାରନ୍ତି। ଘରୋଇ କ୍ରିକେଟରେ ଭୁଭିଙ୍କ ପ୍ରଦର୍ଶନ ବିଶେଷ କିଛି ନୁହେଁ, ଏହା ବ୍ୟତୀତ ଆଇପିଏସ୍ ୨୦୨୪ ଏହି ଖେଳାଳିଙ୍କ ପାଇଁ ଭଲ ନଥିଲା।

Also Read: Amit Tondon: 'ମୁଁ ମୋ ପତ୍ନୀଙ୍କୁ ଅଲଗା ଯୁବତୀଙ୍କ ପାଇଁ ଧୋକା ଦେଇଛି, ଆଉ ମୁଁ ଏକଥା ନିଜେ ମାନୁଛି

Also Read: Ketu Gochar 2024: କେତୁଙ୍କ ଚଳନ ଆଣୁଛି ଶୁଭଦିନ, ଖୁବଶୀଘ୍ର ଏହି ୩ରାଶି ଧନବାନ

Read More
{}{}