Hindi News >>Home >>Odisha Sports

IPL 2025 Mega Auction: ବିରାଟଙ୍କ ସହ ଝଗଡ଼ା କରିଥିବା ଏହି ଖେଳାଳିଙ୍କ ମୁହଁ ଚାହିଁଲାନି ଦଳ...ଅନସୋଲ୍ଡ ରହିଲେ...

IPL 2025 Mega Auction: ଶ୍ରେୟସ ଆୟର ପଞ୍ଜାବ କିଙ୍ଗସକୁ ୨୬.୭୫ କୋଟି ଟଙ୍କାରେ ଯିବା ପରେ ସେହି ଟାଇଟଲ୍ ନେବାର ମାତ୍ର କିଛି ମିନିଟ୍ ପରେ ଋଷଭ ପନ୍ତ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ବିକ୍ରି ହେବା ପରେ ସବୁଠାରୁ ଦାମୀ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଉ ଏହା ଆଇପିଏଲ ଇତିହାସରେ ପ୍ରଥମ ବୋଲି କୁହାଯାଇଛି।   

Advertisement
IPL 2025 Mega Auction: ବିରାଟଙ୍କ ସହ ଝଗଡ଼ା କରିଥିବା ଏହି ଖେଳାଳିଙ୍କ ମୁହଁ ଚାହିଁଲାନି ଦଳ...ଅନସୋଲ୍ଡ ରହିଲେ...
Rashmita Sahoo|Updated: Nov 25, 2024, 08:48 PM IST
Share

IPL 2025 Mega Auction: ଆଇପିଏଲ ନିଲାମ ୨୦୨୫ର ଦ୍ୱିତୀୟ ଦିନ ଜାରି ରହିଛି । ନିଲାମରେ ଭାରତୀୟ ଦ୍ରୁତ ବୋଲରଙ୍କୁ ବହୁ ଟଙ୍କାରେ କିଣାଯାଉଛି । ଭୁବନେଶ୍ୱର କୁମାର, ମୁକେଶ କୁମାର ଓ ଆକାଶଦୀପ ତିନି ଜଣ ଭାରତୀୟ ବୋଲର ରହିଛନ୍ତି। ଯାହା ଆରସିବି ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରିଛି। ସେହିପରି ଆକାଶଦୀପଙ୍କୁ ଲକ୍ଷ୍ନୌ ସୁପରଜାଇଣ୍ଟସ ୮ କୋଟିରେ କିଣିଛି। ମୁକେଶ କୁମାରଙ୍କ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ୮ କୋଟି ଟଙ୍କା ଉଡେଇଛି । ମନୀଷ ପାଣ୍ଡେଙ୍କୁ କେକେଆର ଦଳରେ ସାମିଲ କରିଛି।

ଆଇପିଏଲ୍ ୨୦୨୫ ମେଗା ନିଲାମରେ ଅନେକ ଖେଳାଳିଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥିବା ବେଳେ ଅନେକ ଖେଳାଳି ବିକ୍ରି ହୋଇ ନାହାନ୍ତି। ଦ୍ୱିତୀୟ ଦିନରେ ଭାରତ ବ୍ୟତୀତ ଅନେକ ବିଦେଶୀ ଖେଳାଳି ଆଇପିଏଲ୍ ୨୦୨୫ ପାଇଁ ବିକ୍ରି ହୋଇପାରିନଥିଲେ। ଏକଦା ଆଇପିଏଲ ୨୦୨୫ ପାଇଁ ବିରାଟ କୋହଲିଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ଥିବା ନବୀନ-ଉଲ-ହକ୍ ଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜର ସମର୍ଥନ ମିଳିନଥିଲା।

 

ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଂଲଣ୍ଡର ଜାକବ ବାଥେଲଙ୍କ ଉପରେ ୨.୬୦ କୋଟି ଟଙ୍କାର ନିଲାମ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ୨ କୋଟି ଟଙ୍କା ନିଲାମ କରି ନାଥନ ଏଲିସଙ୍କୁ ନିଜ ଦଳରେ ସାମିଲ କରିଛି। ଆରୋନ ହାର୍ଟିଙ୍କ ପାଇଁ ପଞ୍ଜାବ କିଙ୍ଗସ ୧.୨୫ କୋଟି ଟଙ୍କା ନିଲାମ କରିଛି। ଏସଆରଏଚ୍ ବା ସନରାଇଜର୍ସ ହାଇଦ୍ରାବାଦ ୧ କୋଟି ଟଙ୍କାର ବିଡ୍ ସହ ବ୍ରାଇଡନ୍ ଶ୍ରାପକୁ ନିଜ ଦଳରେ ସାମିଲ କରିଛି।

 

ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନରଙ୍କୁ ୨ କୋଟି ଟଙ୍କାରେ କିଣିଛି। ରାଜସ୍ଥାନର ରୟାଲ୍ସ ଆଫଗାନିସ୍ତାନର ଫଜଲହାକ୍ ଫାରୁକିଙ୍କ ପାଇଁ ୨ କୋଟି ଟଙ୍କା ବିଡ୍ କରିଛି। ସୋମବାର ସନ୍ଧ୍ୟାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଲାମ ପ୍ରିୟାଂଶ ଆର୍ଯ୍ୟଙ୍କ ଉପରେ ହୋଇଥିଲା। ପଞ୍ଜାବ କିଙ୍ଗ୍ସ ପ୍ରିୟାଂଶଙ୍କ ଉପରେ ୩.୮୦ କୋଟି ଟଙ୍କାର ବିଡ୍ ରଖିଥିଲା। ଯଦି ଗତକାଲିର ନିଲାମୀ ଦେଖିବା ତେବେ ଭାରତୀୟ ଟିମର ୱିକେଟ କିପର ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପଟେ ଶ୍ରେୟସ ଆୟର ପଞ୍ଜାବ କିଙ୍ଗସକୁ ୨୬.୭୫ କୋଟି ଟଙ୍କାରେ ଯିବା ପରେ ସେହି ଟାଇଟଲ୍ ନେବାର ମାତ୍ର କିଛି ମିନିଟ୍ ପରେ ଋଷଭ ପନ୍ତ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ବିକ୍ରି ହେବା ପରେ ସବୁଠାରୁ ଦାମୀ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଉ ଏହା ଆଇପିଏଲ ଇତିହାସରେ ପ୍ରଥମ ବୋଲି କୁହାଯାଇଛି।

Also Read: IPL 2025 Mega Auction: ନିରାଶ ହେଲେ ଏହି ୪ ଭାରତୀୟ ଖେଳାଳି, ନିଲାମୀରେ ଛିଣ୍ଡିଲାନି ଦର

Also Read: IPL Auction 2025: ଖେଳାଳି ନିଲାମୀରେ କିଏ କେତେରେ କିଣା? ଦେଖନ୍ତୁ ତାଲିକା...

Read More
{}{}