Hindi News >>Home >>Odisha Sports

IPL 2025 Mega Auction: ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ଋଷଭ ପନ୍ତ, ଜାଣନ୍ତୁ କେଉଁ ଟିମରେ ହେଲେ ସାମିଲ୍

IPL 2025 Mega Auction: ଭାରତୀୟ ୱିକେଟ୍ କିପରଙ୍କୁ ପାଇବା ପାଇଁ ସମସ୍ତ ପ୍ରୟାସ କରିଥିଲା। ପନ୍ତଙ୍କ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୯.୭୫ କୋଟି ଟଙ୍କାର ଚୂଡ଼ାନ୍ତ ନିଲାମ କରିଥିଲା, ଯାହା ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମ୍ୟାଚ୍ ରାଇଟ୍ କାର୍ଡ ବିଷୟରେ ପଚରାଯାଇଥିଲା। ପନ୍ତଙ୍କ ପାଇଁ ଦିଲ୍ଲୀ ଆରଟିଏମ୍ କାର୍ଡ ବ୍ୟବହାର କରିଥିଲା। ତେବେ ପନ୍ତଙ୍କ ପାଇଁ ଲକ୍ଷ୍ନୌ ୨୭ କୋଟି ଟଙ୍କା ବିଡ୍ କରିଛି।   

Advertisement
IPL 2025 Mega Auction: ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ଋଷଭ ପନ୍ତ, ଜାଣନ୍ତୁ କେଉଁ ଟିମରେ ହେଲେ ସାମିଲ୍
Rashmita Sahoo|Updated: Nov 24, 2024, 05:11 PM IST
Share

IPL 2025 Mega Auction: ଆଇପିଏଲ୍ ୨୦୨୫ ମେଗା ନିଲାମରେ ଋଷଭ ପନ୍ତଙ୍କ ଲଟେରୀ ଲାଗିଛି। ପନ୍ତଙ୍କ ନାମରେ ଜୋରଦାର ନିଲାମ ହୋଇଥିଲା ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କୁ ତାଙ୍କ ଦଳରେ ସାମିଲ କରିଛି। ଆଇପିଏଲ୍ ଇତିହାସରେ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଏହି ନିଲାମରେ ସେ ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଶ୍ରେୟସଙ୍କ ପାଇଁ ପଞ୍ଜାବ କିଙ୍ଗସ ୨୬.୭୫ କୋଟି ଟଙ୍କା ନିଲାମ କରିଥିଲା। ଆଇପିଏଲ୍ ୨୦୨୫ରେ ପନ୍ତ ଏବେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଖେଳିବେ।

ପନ୍ତଙ୍କ ଲାଗିଲା ଲଟେରୀ
ନିଲାମ ଟେବୁଲରେ ଋଷଭ ପନ୍ତଙ୍କ ନାମ ଆସିବା ମାତ୍ରେ ନିଲାମି ହଲ୍ ରେ ପ୍ରବଳ ଉତ୍ସାହର ହୋ ହାଲ୍ଲା ହୋଇଥିଲା। ପନ୍ତଙ୍କ ପାଇଁ ଆରସିବି ଓ ପଞ୍ଜାବ କିଙ୍ଗସ ପ୍ରଥମେ ବିଡ୍ କରିଥିଲେ। ଏହାକୁ ନେଇ ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଏହାପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପନ୍ତଙ୍କ ପାଇଁ ନିରନ୍ତର ପ୍ରୟାସ କରିଥିଲା। ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଭାରତୀୟ ୱିକେଟ୍ କିପରଙ୍କୁ ପାଇବା ପାଇଁ ସମସ୍ତ ପ୍ରୟାସ କରିଥିଲା। ପନ୍ତଙ୍କ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୯.୭୫ କୋଟି ଟଙ୍କାର ଚୂଡ଼ାନ୍ତ ନିଲାମ କରିଥିଲା, ଯାହା ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମ୍ୟାଚ୍ ରାଇଟ୍ କାର୍ଡ ବିଷୟରେ ପଚରାଯାଇଥିଲା। ପନ୍ତଙ୍କ ପାଇଁ ଦିଲ୍ଲୀ ଆରଟିଏମ୍ କାର୍ଡ ବ୍ୟବହାର କରିଥିଲା। ତେବେ ପନ୍ତଙ୍କ ପାଇଁ ଲକ୍ଷ୍ନୌ ୨୭ କୋଟି ଟଙ୍କା ବିଡ୍ କରିଛି। 

ସେହିପରି ଭାରତୀୟ ଖେଳାଳି ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଋଷଭ ପନ୍ତ । ମେଗା ନିଲାମୀ ଆରମ୍ଭ ହେଉ ହେଉ ଇତିହାସ ରଚି ବିଡ୍ ବାଜି ଜିତି ନେଇଥିଲା ପଞ୍ଜାବ କିଙ୍ଗ୍ସ । IPL ମେଗା ନିଲାମୀରେ ଇତିହାସରେ ରଚିଥିଲେ ଭାରତୀୟ ବ୍ୟାଟର ତଥା ଚାମ୍ପିୟନ କ୍ୟାପଟେନ ଶ୍ରେୟସ ଆୟର । ୨୬.୭୫ କୋଟି ଟଙ୍କାରେ ଶ୍ରେୟସଙ୍କୁ ଦଳରେ ସାମିଲ କରିଛି ପଞ୍ଜାବ କିଙ୍ଗ୍ସ । ମେଗା ନିଲାମୀରେ ଶ୍ରେୟସଙ୍କ ବେସ୍ ପ୍ରାଇସ ୨ କୋଟି ଟଙ୍କାରୁ ବିଡ୍ ଆରମ୍ଭ ହୋଇଥିଲା । ପଞ୍ଜାବ ଓ ଦିଲ୍ଲୀ ଟିମ୍ ଶ୍ରେୟସଙ୍କୁ କିଣିବାକୁ ପୂରା ଦମ୍ ଲଗାଇଥିଲେ । ଶେଷରେ ବିଡ୍ ବାଜି ଜିତି ନେଇଛି ପଞ୍ଜାବ କିଙ୍ଗ୍ସ । ପ୍ରଥମ ଥର ପାଇଁ କୌଣସି ଭାରତୀୟ ଖେଳାଳି ଏତେ ଟଙ୍କାରେ ନିଲାମ ହୋଇଛନ୍ତି।

Also Read: Rishabh Pant: ନିଜ ଜୀବନ ବଞ୍ଚାଇଥିବା ଲୋକଙ୍କୁ ଭୁଲିନାହାଁନ୍ତି ଋଷଭ ପନ୍ତ, ଦୁଇଜଣଙ୍କୁ ଦେଲେ ଏହି ଉପହାର

Also Read: Shani Gochar: ୨୦୨୫ ରେ ଶନିଙ୍କ ପଡ଼ିବ କୋପ, ସାଢେ ସାତ ବର୍ଷ ଧରି ସମସ୍ୟା ଭୋଗିବେ ଏହି ୩ରାଶି

Read More
{}{}