Hindi News >>Home >>Odisha Sports

IPL 2025 Retention Full List: ରିଟେନସନ୍ ଖେଳାଳିଙ୍କ ନାମ ଘୋଷଣା କଲେ ସମସ୍ତ ଫ୍ରାଞ୍ଚାଇଜ୍, ଗୋଟିଏ କ୍ଲିକରେ ଦେଖନ୍ତୁ ପୂରା ତାଲିକା

IPL 2025 Retention Full List: କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୫ ପାଇଁ ସର୍ବାଧିକ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ରାଜସ୍ଥାନ ରୟାଲ୍ସ, ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପ୍ରତ୍ୟେକ ୫ ଜଣ ଖେଳାଳି ଲେଖାଁଏ ରିଟେନ୍ ରଖିଛନ୍ତି।   

Advertisement
IPL 2025 Players Full Retention List
IPL 2025 Players Full Retention List
Jagdish Barik|Updated: Oct 31, 2024, 09:23 PM IST
Share

IPL 2025 Players Full Retention List: ଆଇପିଏଲ ୨୦୨୫ ପାଇଁ ଫ୍ରାଞ୍ଚାଇଜ୍ ଗୁଡିକ ସେମାନଙ୍କର ରିଟେନସନ୍ ତାଲିକା ଜାରି କରିଛନ୍ତି। ଋଷଭ ପନ୍ତ ଏବଂ କେ.ଏଲ୍ ରାହୁଲ ହେଉଛନ୍ତି ଦୁଇଟି ବଡ ଭାରତୀୟ ନାମ ଯେଉଁମାନେ ମେଗା ନିଲାମକୁ ଯାଉଛନ୍ତି। ପଞ୍ଜାବ କିଙ୍ଗସ ସବୁଠୁ ବଡ ପର୍ସ ସହିତ ମେଗା ନିଲାମରେ ପ୍ରବେଶ କରିବ। ଏଥି ସହିତ ରାଜସ୍ଥାନ ରୟାଲ୍ସ ପାଖରେ ସର୍ବନିମ୍ନ ଟଙ୍କା ରହିଛି।

କୋଲକାତା ନାଇଟ୍ ରାଇଡର୍ସ ସର୍ବାଧିକ ୬ ଜଣ ଖେଳାଳିଙ୍କୁ ରିଟେନ୍ ରଖିଛି। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ରାଜସ୍ଥାନ ରୟାଲ୍ସ, ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପ୍ରତ୍ୟେକ ୫ ଜଣ ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି। ଯେତେବେଳେ କି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତିନି ଜଣ ଖେଳାଳି ଏବଂ ପଞ୍ଜାବ କିଙ୍ଗସ୍ ଦୁଇ ଖେଳାଳିଙ୍କୁ ରଖିଛନ୍ତି। ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସ ଚାରି ଖେଳାଳିଙ୍କୁ ରିଟେନ୍ ରଖିଛି।

ମୁମ୍ବାଇ ଇଣ୍ଡିଆନ୍ସର ରିଟେନସନ୍ ଲିଷ୍ଟ
ଜସପ୍ରୀତ ବୁମ୍ରା-୧୮ କୋଟି 
ସୂର୍ଯ୍ୟକୁମାର ଯାଦବ -୧୬.୩୫ କୋଟି
ହାର୍ଦ୍ଦିକ ପାଣ୍ଡ୍ୟା- ୧୬.୩୫ କୋଟି
ରୋହିତ ଶର୍ମା -୧୬.୩୫ କୋଟି
ତିଲକ ବର୍ମା-୮ କୋଟି

ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଶନଙ୍କୁ ରିଟେନ୍ କରିନାହିଁ। ସେ ଗତ କିଛି ବର୍ଷ ଧରି ମୁମ୍ବାଇ ପାଇଁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭୂମିକାରେ ଖେଳି ଆସୁଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସ ରିଟେନସନ ଲିଷ୍ଟ
ରୁତୁରାଜ ଗାଇକୱାଡ - ୧୮ କୋଟି
ମାଥିଶା ପାଥିରାନା - ୧୩ କୋଟି
ଶିବମ୍ ଦୁବେ- ୧୨ କୋଟି
ରବିନ୍ଦ୍ର ଜାଡେଜା- ୧୮ କୋଟି 
ଏମ ଏସ୍ ଧୋନି- ୪ କୋଟି 

ଅଜିଙ୍କ୍ୟ ରାହାଣେଙ୍କ ବ୍ୟତୀତ ସିଏସକେ ରଚିନ୍ ରବିନ୍ଦ୍ର, ସମୀର ରିଜଭି ଏବଂ ଡିଭନ୍ କନୱେଙ୍କୁ ରିଟେନ୍ ରଖି ନାହିଁ।

କୋଲକାତା ନାଇଟ୍ ରାଇଡର୍ସ ରିଟେନ୍ ଲିଷ୍ଟ
ରିଙ୍କୁ ସିଂ- ୧୩ କୋଟି
ବରୁଣ ଚକ୍ରବର୍ତ୍ତୀ- ୧୨ କୋଟି
ସୁନୀଲ ନାରିନ- ୧୨ କୋଟି 
ଆଣ୍ଡ୍ରେ ରସେଲ- ୧୨ କୋଟି 
ହର୍ଷିତ ରାଣା- ୪ କୋଟି 
ରମଣଦୀପ ସିଂ- ୪ କୋଟି

କେକେଆର୍ ଏହାର ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ରିଟେନ୍ ରଖି ନାହିଁ। କେକେଆର୍ ପୂର୍ବ ବର୍ଷ ଶ୍ରେୟସଙ୍କ ଅଧିନାୟକତ୍ୱରେ ଟାଇଟଲ୍ ଜିତିଥିଲା।

ଗୁଜୁରାଟ ଟାଇଟନ୍ସର ରିଟେନ୍ ଲିଷ୍ଟ
ରସିଦ ଖାନ- ୧୮ କୋଟି
ଶୁବମନ ଗିଲ- ୧୬.୫ କୋଟି
ସାଇ ସୁଦର୍ଶନ- ୮.୫ କୋଟି
ରାହୁଲ ତେୱାଟିଆ- ୪ କୋଟି
ଶାହାରୁଖ ଖାନ- ୪ କୋଟି

ଗୁଜୁରାଟ ଟାଇଟନ୍ସ ନିଜର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କୁ ରିଟେନ୍ ରଖିନାହିଁ। ଆହତ କାରଣରୁ ଶାମି ଗତ ସିଜନରେ ଖେଳିପାରିନଥିଲେ।

ରାଜସ୍ଥାନ ରୟାଲ୍ସ ରିଟେନ୍ ଲିଷ୍ଟ
ସଞ୍ଜୁ ସାମସନ୍- ୧୮ କୋଟି
ଯଶସ୍ୱୀ ଜୈସୱାଲ - ୧୮ କୋଟି
ରିୟାନ୍ ପରାଗ୍ - ୧୪ କୋଟି 
ଧ୍ରୁଭ ଜୁରେଲ - ୧୪ କୋଟି
ଶିମ୍ରନ୍ ହେଟମେୟାର୍- ୧୧ କୋଟି
ସନ୍ଦୀପ ଶର୍ମା- ୪ କୋଟି

ରାଜସ୍ଥାନ ରୟାଲ୍ସ ଦଳ ନିଜ ଦ୍ରୁତ ବୋଲର ଆବେଶ ଖାନଙ୍କୁ ରିଟେନ୍ ରଖିନାହିଁ।

ପଞ୍ଜାବ କିଙ୍ଗସ୍ ରିଟେନ୍ ଲିଷ୍ଟ
ଶଶାଙ୍କ ସିଂ- ୫.୫ କୋଟି 
ପ୍ରଭାସୀମନ୍ ସିଂ- ୪ କୋଟି

କାଗିସୋ ରାବଡା ବ୍ୟତୀତ ପଞ୍ଜାବରେ ସାମ କରନ, ଜିତେଶ ଶର୍ମା, ଅର୍ଶଦୀପ ସିଂକୁ ରିଟେନ୍ ରଖି ନାହିଁ।

ସନ୍ ରାଇଜର୍ସ ହାଇଦ୍ରାବାଦ୍ ରିଟେନ୍ ଲିଷ୍ଟ
ପ୍ୟାଟ୍ କମିନ୍ସ- ୧୮ କୋଟି
ଅବିଷେକ ଶର୍ମା- ୧୪ କୋଟି
ନୀତୀଶ ରେଡ୍ଡୀ - ୬ କୋଟି
ହେନ୍ରିଚ୍ କ୍ଲାସେନ୍ - ୨୩ କୋଟି
ଟ୍ରାଭିସ୍ ହେଡ୍ - ୧୪ କୋଟି 

SRH ଉମ୍ରାନ ମଲ୍ଲିକ, ଅବଦୁଲ ସମଦଙ୍କୁ ରିଟେନ୍ ଲିଷ୍ଟରୁ ଦୂରେଇ ରଖିଛି

ଲକ୍ଷ୍ନୌ ସୁପର ଜଏଣ୍ଟସ ରିଟେନ୍ ଲିଷ୍ଟ
ନିକୋଲାସ୍ ପୁରନ୍- ୨୧ କୋଟି 
ରବି ବିଷ୍ଣୋଇ- ୧୧ କୋଟି 
ମୟଙ୍କ ଯାଦବ- ୧୧ କୋଟି
ମୋହସିନ୍ ଖାନ୍- ୪ କୋଟି
ଆୟୁଷ ବାଦୋନି- ୪ କୋଟି 

LSG ଏହାର ଅଧିନାୟକ କେ.ଏଲ୍ ରାହୁଲଙ୍କୁ ରିଟେନ୍ କରିନାହିଁ। ସେ ୨୦୨୨ ମସିହାରୁ ଏହି ଦଳର ଅଧିନାୟକତ୍ୱ କରି ଆସୁଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ରିଟେନ୍ ଲିଷ୍ଟ
ଅକ୍ଷର ପଟେଲ - ୧୬.୫ କୋଟି
କୁଲଦୀପ ଯାଦବ -୧୩. ୨୫କୋଟି
ଟ୍ରିଆଷ୍ଟ ଷ୍ଟବ୍ସ- ୧୦ କୋଟି 
ଅଭିଷେକ ପୋରେଲ- ୪ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ରିଟେନ୍ ରଖିନାହିଁ। ତାଙ୍କୁ ମେଗା ନିଲାମରେ ଦେଖିବାକୁ ମିଳିବ। ୨୦୧୬ ଠାରୁ ପନ୍ତ ଏହି ଦଳର ଖେଳି ଆସୁଥିଲେ।

RCB ରିଟେନ୍ ଲିଷ୍ଟ
ବିରାଟ କୋହଲି - ୨୧ କୋଟି 
ରଜତ ପାଟିଦାର - ୧୧ କୋଟି 
ୟଶ ଦୟାଲ - ୫କୋଟି 

RCB ଏହାର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ବ୍ୟତୀତ ଆରସିବି ଷ୍ଟାର ବୋଲର ମହମ୍ମଦ ସିରାଜ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ରିଟେନ୍ କରି ନାହିଁ। ଏହା ବ୍ୟତୀତ ୱିଲ୍ ଜ୍ୟାକ୍, କ୍ୟାମେରନ୍ ଗ୍ରୀନ୍ ଭଳି ଖେଳାଳି ମଧ୍ୟ ଦଳର ଅଂଶ ହୋଇ ନାହାଁନ୍ତି।

ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ବିରାଟ କୋହଲି ଏଥର ଆରସିବି ଅଧିନାୟକତ୍ୱ ଗ୍ରହଣ କରିପାରନ୍ତି। ସେ ଆଇପିଏଲ୍ ୨୦୨୨ ରେ RCB ର ଅଧିନାୟକତ୍ୱ ଛାଡିଥିଲେ, ଯେତେବେଳେ ଫାଫ୍ ଡୁ ପ୍ଲେସିସ୍ RCB ର ନୂତନ ଅଧିନାୟକ ହୋଇଥିଲେ। ସେ RCB ର ଅଧିନାୟକତ୍ୱ ୩ ବର୍ଷ କରି ନଥିଲେ। କିନ୍ତୁ ଦଳର ୧୭ ବର୍ଷର ଟାଇଟଲ୍ ମରୁଡ଼ି ସମାପ୍ତ ହୋଇପାରିନଥିଲା। ଏବେ ପୁଣି ଥରେ ବିରାଟଙ୍କ ଉପରେ ଆଶା ରଖାଯାଉଛି।

Read More
{}{}