Home >>Odisha Sports

IPL Top 5 Controversy: ଖେଳାଳିକୁ ଜାବୁଡା ଠାରୁ ମ୍ୟାଚ୍ ଫିକ୍ସିଂ...ଆଇପିଏଲ ଇତିହାସର ୫ଟି ବଡ଼ ଘଟଣା

IPL Top 5 Controversy: ଶ୍ରୀସନ୍ଥଙ୍କ ସହିତ କିଛି କଥାରେ ଏତେ ଝଗଡା ହୋଇଥିଲା ଯେ ହରଭଜନ ସଙ୍ଗେ ସଙ୍ଗେ ଶ୍ରୀସନ୍ଥଙ୍କୁ ଏକ ଚାପୁଡ଼ା ମାରିଥିଲେ। ଏହି ଘଟଣାକୁ ସ୍ଲାପଗେଟ୍ କାଣ୍ଡ ଭାବରେ ଜଣାଯାଏ। କିନ୍ତୁ, ପରେ ହରଭଜନ ସିଂହ ସେହି କାର୍ଯ୍ୟ ପାଇଁ ଭୁଲ୍ ମାଗିଥିଲେ ଏବଂ ଏବେ ଶ୍ରୀସନ୍ଥଙ୍କ ସହ ତାଙ୍କର ସବୁକିଛି ଠିକ୍ ଠାକ୍ ଚାଲିଥିବା ସେ କହିଥିଲେ।

Advertisement
IPL Top 5 Controversy: ଖେଳାଳିକୁ ଜାବୁଡା ଠାରୁ ମ୍ୟାଚ୍ ଫିକ୍ସିଂ...ଆଇପିଏଲ ଇତିହାସର ୫ଟି ବଡ଼ ଘଟଣା
Rashmita Sahoo|Updated: Mar 23, 2025, 07:34 PM IST
Share

IPL Top 5 Controversy: ଆରମ୍ଭ ହୋଇଯାଇଛି ଆଇପିଏଲ ବା ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫। ଟୁର୍ଣ୍ଣାମେଣ୍ଟ୍ ର ବିଗୁଲ୍ ୨୨ ମାର୍ଚ୍ଚରୁ କୋଲକାତାର ହୋମ୍ ଗ୍ରାଉଣ୍ଡ୍ ଇଡେନ୍ ଗାର୍ଡେନ୍ସରେ ବାଜିସାରିଛି। ଜଣାପଡିଛି ଯେ, ଏହି ନୂତନ ସିଜନ୍ରୁ ପୂର୍ବରୁ ଆଇପିଏଲ୍ ଏକ ମେଗା ଅକ୍‌ସନ୍ ର ଅୟୋଜନ କରିଥିଲା। ଏହି କାରଣରୁ କିଛି କ୍ରିକେଟରଙ୍କର ଦଳର ଅଦଳବଦଳ ମଧ୍ୟ ହୋଇଛି। ନୂତନ ସିଜନ୍ ରେ ସବୁ କିଛି ନୂତନ ହେବାକୁ ଯାଉଛି, କିନ୍ତୁ କିଛି ଜିନିଷ ଏମିତି ଅଛି ଯାହା ଆଇପିଏଲ୍‌ର ପ୍ରତିଟି ସିଜନ୍‌ରୁ ପୂର୍ବରୁ ମନେ ପଡେ। ଏହି ମଧ୍ୟରେ ଆମେ ଜାଣିବାକୁ ଚାହୁଁଛୁ ଏହି ଲିଗ୍‌ର ଇତିହାସରେ ହୋଇଥିବା ସବୁଠୁ ବଡ ୫ଟି ମାମଲା ବିଷୟରେ।

ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ର ଇତିହାସର ସବୁଠାରୁ ବଡ ବିବାଦ ହରଭଜନ ସିଂହ ଓ ଏସ୍ ଶ୍ରୀସନ୍ଥଙ୍କୁ ନେଇ ହୋଇଥିଲା। ଆଇପିଏଲ୍ ର ପ୍ରଥମ ସିଜନ୍ ରେ ହରଭଜନ ସିଂହ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଥିଲେ ଏବଂ ଶ୍ରୀସନ୍ଥ ପଞ୍ଜାବ କିଙ୍ଗ୍ସ ରୁ ଖେଳୁଥିଲେ। ମ୍ୟାଚ୍ ପରେ ହରଭଜନ ସିଂହ, ଶ୍ରୀସନ୍ଥଙ୍କ ସହିତ କିଛି କଥାରେ ଏତେ ଝଗଡା ହୋଇଥିଲା ଯେ ହରଭଜନ ସଙ୍ଗେ ସଙ୍ଗେ ଶ୍ରୀସନ୍ଥଙ୍କୁ ଏକ ଚାପୁଡ଼ା ମାରିଥିଲେ। ଏହି ଘଟଣାକୁ ସ୍ଲାପଗେଟ୍ କାଣ୍ଡ ଭାବରେ ଜଣାଯାଏ। କିନ୍ତୁ, ପରେ ହରଭଜନ ସିଂହ ସେହି କାର୍ଯ୍ୟ ପାଇଁ ଭୁଲ୍ ମାଗିଥିଲେ ଏବଂ ଏବେ ଶ୍ରୀସନ୍ଥଙ୍କ ସହ ତାଙ୍କର ସବୁକିଛି ଠିକ୍ ଠାକ୍ ଚାଲିଥିବା ସେ କହିଥିଲେ। 

ଇଣ୍ଡିଆନ ପ୍ରିମିୟର୍ ଲିଗରେ ଧୂଆଁଦାର ଅଲରାଉଣ୍ଡର୍ ରବୀନ୍ଦ୍ର ଜଡେଜା ପାଇଁ ବହୁତ କମ୍ ଫ୍ୟାନ୍ସଙ୍କ ପାଖରେ ତଥ୍ୟ ଅଛି ଯେ ତାଙ୍କୁ ଏହି ଲିଗରେ ଖେଳିବାକୁ ଏକ ବର୍ଷ ପାଇଁ ବ୍ୟାନ୍ କରାଯାଇଥିଲା। ଜାଡେଜା ଆଇପିଏଲ୍ କ୍ୟାରିୟର୍ ଆରମ୍ଭ ରାଜସ୍ଥାନ୍ ରୟାଲ୍ସ ଙ୍କ ସହିତ କରିଥିଲେ। ବର୍ଷ ୨୦୦୯ରେ ଜାଡେଜା ରାଜସ୍ଥାନରେ ରହୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ୍‌ ସହିତ ଫିକ୍ସିଂ କରିବାକୁ ଚାହୁଁଥିଲେ। ସେତେବେଳେ ରାଜସ୍ଥାନ୍ ଫ୍ରାଞ୍ଚାଇଜି ଓ ଗଭର୍ନିଂ କାଉନ୍ସିଲ୍ ସେ ବିଷୟରେ ଜଣାପଡିଯାଇଥିଲା। ସେହିପରି ତାଙ୍କର ଇମାନଦାରୀ ବିଷୟରେ ପ୍ରଶ୍ନ କରି ତାଙ୍କୁ ଏକ ବର୍ଷ ପାଇଁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କାରଣରୁ ଜାଡେଜା ବର୍ଷ  ୨୦୧୦ ରେ ଖେଳିପାରିଲେ ନାହିଁ। 

ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ର ସବୁଠୁ ବଡ଼ ବିବାଦଗୁଡିକ ମଧ୍ୟରୁ ଗୋଟିଏ ହେଲା ସିଏସକେ ଓ ରାଜସ୍ଥାନ୍ ରୟାଲ୍ସ କୁ ଦୁଇ ବର୍ଷ ଦଣ୍ଡ। ସିଏସ୍‌କେର ଟପ୍ ମ୍ୟାନେଜମେଣ୍ଟରେ ଥିବା ଗୁରୁନାଥ ମୟ୍ୟପନ୍ ଓ ରାଜସ୍ଥାନ୍ ରୟାଲ୍ସ ସହିତ ଜଡିତ ରାଜ କୁନ୍ଦ୍ରାକୁ ନିଜ ତଦନ୍ତରେ ମିଳିଛି ସେମାନେ ସ୍ପଟ୍ ଫିକ୍ସିଙ୍ଗରେ ପ୍ରମାଣିତ ହୋଇଥିଲେ । ଏହି ଘଟଣା ୨୦୧୩ ମସିହାର। ଲୋଧା କମିଟିରେ ଯେବେ ଏହି ମାମଲା ପ୍ରମାଣିତ ହେଲା, ତେବେ ଏହି ଦୁଇଟି ଟିମ୍‌କୁ ୨ବର୍ଷ ପାଇଁ ବ୍ୟାନ୍ କରାଗଲା। ସିଏସ୍‌କେ ଓ ରାଜସ୍ଥାନ୍‌ର ଟିମ୍‌ ୨୦୧୫ ଓ ୨୦୧୬ ବର୍ଷର ସିଜିନ୍‌ରେ ଖେଳିବାକୁ ସକ୍ଷମ ହୋଇନଥିଲେ।

ମହେନ୍ଦ୍ର ସିଂହ ଧୋନୀକୁ ବିଶ୍ୱ କ୍ୟାପଟେନ କୁଲ୍ ବୋଲି ଜାଣେ, କିନ୍ତୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୧୯ ରେ ଧୋନୀଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଥିଲା। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଧୋନୀ ଅମ୍ପାୟାର ଦ୍ୱାରା ଦିଆଯାଇଥିବା ନୋ ବଲ୍ ଡିସିସନ୍ କୁ ନେଇ ପ୍ରବଳ କ୍ଷୋଭ ସହ ବିବାଦ ଏତେ ଆଗକୁ ବଢିଥିଲା ଯେ, ସେ ଡଗ ଆଉଟ୍ରୁ ଉଠି ମୈଇଦାନକୁ ପଳେଇଆସିଥିଲେ । ଆଉ ଏହା ପ୍ରଥମ ଥର ହୋଇଥିଲେ ଯେ ଧୋନୀ କୌଣସି ନିର୍ଣ୍ଣୟକୁ ନେଇ ଅମ୍ପାୟାର ସହ ଯୁକ୍ତିତର୍କ କରିଥିଲେ।

ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନ ଚିଫ୍ କୋଚ୍ ଗୌତମ୍ ଗମ୍ଭୀର ୨୦୨୩ ମସିହାରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ରେ ଲକ୍ଷ୍ନୌ ସୁପରଜାଏଣ୍ଟସ ର ମେଣ୍ଟର୍ ଥିଲେ। ଏହି ସିଜନ୍ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ମଧ୍ୟରେ ହେବାକୁ ଥିବା ମୁକାବିଲାରେ ବିରାଟ୍ କୋହଲି ଲକ୍ଷ୍ନୌ ପାଇଁ ଖେଳୁଥିବା ନବୀନ୍ ଉଲ୍ ହକ ଙ୍କ ସହିତ ମ୍ୟାଚ୍ ମଧ୍ୟରେ ଯୁକ୍ତିତର୍କ  ଦେଖାଦେଇଥିଲା । ଡଗଆଉଟେ ବସିଥିବା ଗମ୍ଭୀର ଯେତେବେଳେ ଏହା ଦେଖିଲେ, ସେ ବି ମୈଦାନକୁ ଆସି ଯାଇଥିଲେ ଏବଂ ନବୀନ୍ କୁ ପଛକୁ ଧକା ଦେଇ ସ୍ୱୟଂ ବିରାଟ୍ କୋହଲିଙ୍କ ସହିତ ଯୁକ୍ତିତର୍କ କରିବାକୁ ଲାଗିଲେ। ଏହି ଘଟଣାଟି ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା। 

Also Read: Odisha Panchayat Maitri Job: ନୋ ଏକଜାମ୍, ନୋ ଫି...ଡାଇରେକ୍ଟ ସିଲେକ୍ସନ, ଶୀଘ୍ର କରନ୍ତୁ ଆବେଦନ

Also Read: SCB Medical Job 2025: କଟକ ଏସସିବିରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି, ଶୀଘ୍ର କରନ୍ତୁ ଆବଦେନ

Read More
{}{}