Home >>Odisha Sports

IND vs SA: ସେଞ୍ଚୁରିଅନରେ ଛକା ମାରି ଶତକ ପୂରା କଲେ କେ.ଏଲ୍ ରାହୁଲ, ଦଳ ପାଇଁ ସାଜିଲେ ସଙ୍କଟମୋଚକ

IND vs SA: ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି ।  

Advertisement
KL Rahul Century:
KL Rahul Century:
Jagdish Barik|Updated: Dec 27, 2023, 03:08 PM IST
Share

KL Rahul Century: ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚମତ୍କାର ଶତକ ମାରି ଟିମ୍ ଇଣ୍ଡିଆକୁ ଅସୁବିଧାରୁ ବାହାର କରିଛନ୍ତି। କେଏଲ ରାହୁଲ୍ ୧୩୭ ବଲରେ ୧୦୧ ରନର ଚମତ୍କାର ଇନିଂସ ଖେଳିଥିଲେ ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ମିଶି ଦଳର ସ୍କୋରକୁ ୨୪୫ ରନରେ ପହଞ୍ଚାଇଥିଲେ। କେଏଲ ରାହୁଲ ତାଙ୍କର ଏହି ଶତକୀୟ ଇନିଂସରେ ୧୪ଟି ଚୌକା ଓ ୪ଟି ଛକା ମାରିଥିଲେ ।

ଏହି ମ୍ୟାଚ୍‌ରେ ଯେତେବେଳେ କେ.ଏଲ୍ ରାହୁଲ ନମ୍ବର-୬ ରେ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ, ସେତେବେଳେ ଟିମ୍ ଇଣ୍ଡିଆର ସ୍କୋର ୪ ୱିକେଟ୍ ହରାଇ ମାତ୍ର ୯୨ ରନ୍ ହୋଇଥିଲା। ଏହା ପରେ ଟିମ୍ ଇଣ୍ଡିଆ ମଧ୍ୟ ୧୨୧ ରନ୍ ପାଇଁ ଷଷ୍ଠ ୱିକେଟ୍ ହରାଇଥିଲା, କିନ୍ତୁ ଏହା ପରେ କେ.ଏଲ୍ ରାହୁଲ ପ୍ରଥମେ ଶାର୍ଦ୍ଦୁଲ ଠାକୁର, ପରେ ଜସପ୍ରୀତ ବୁମ୍ରା, ଏହା ପରେ ମହମ୍ମଦ ସିରାଜ ଓ ଶେଷରେ ପ୍ରସାଦ କୃଷ୍ଣଙ୍କ ସହ ଛୋଟ ଛୋଟ ପାର୍ଟନରସିପ୍ କରିଥିଲେ । କେବଳ ଟିମ୍ ଇଣ୍ଡିଆକୁ ବିପଦରୁ କାଢ଼ି ନଥିଲେ ବରଂ ପିଚ୍ ଦୃଷ୍ଟିରୁ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ, ଏହି ସମୟରେ ସେ ନିଜର ଅଷ୍ଟମ ଶତକ ମଧ୍ୟ ପୂରା କରିଥିଲେ ।

କେ.ଏଲ୍ ରାହୁଲଙ୍କ ଏହି ୮ଟି ଶତକ ମଧ୍ୟରୁ ଦୁଇଟି ଶତକ ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନ୍ ଠାରେ ଏକ କଠିନ ପିଚରେ କରିଛନ୍ତି । କେ.ଏଲ୍ ରାହୁଲ ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ୨୦୨୧ ମସିହାରେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ରେ କେ.ଏଲ୍ ରାହୁଲ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ୧୨୩ ରନର ଏକ ଚମତ୍କାର ଶତକ ମାରିଥିଲେ। ସେହି ମ୍ୟାଚ୍‌ରେ ଭାରତ ୧୧୩ ରନ୍‌ର ଚମତ୍କାର ବିଜୟ ହାସଲ କରିଥିଲା ​​ଓ କେ.ଏଲ୍ ରାହୁଲ ମଧ୍ୟ ମ୍ୟାନ୍ ଅଫ୍ ଦି ମ୍ୟାଚ ଖେଳାଳି ହୋଇଥିଲେ।

 

Read More
{}{}