Home >>Odisha Sports

Champions Trophy 2025: ଟିମ୍ ଇଣ୍ଡିଆକୁ ମିଳିଲା ଖୁସି ଖବର, ଚାମ୍ପିଅନ୍ସ ଟ୍ରଫି ପୂର୍ବର ଫିଟ୍ ହେଲେ ଏହି ଷ୍ଟାର ବୋଲର

Champions Trophy 2025 team india selection: ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହି ମେଗା ଇଭେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ସ୍ପିନ ବୋଲର କୁଲଦୀପ ଯାଦବ ଆଘାତରୁ ସୁସ୍ଥ ହୋଇ ପଡ଼ିଆକୁ ଫେରିଛନ୍ତି।  

Advertisement
Kuldeep Yadav Fitness Update Before Champions Trophy 2025
Kuldeep Yadav Fitness Update Before Champions Trophy 2025
Jagdish Barik|Updated: Jan 16, 2025, 02:52 PM IST
Share

Kuldeep Yadav Fitness Update: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଏବଂ ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହି ମେଗା ଇଭେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ପାଇଁ ଏକ ବଡ଼ ଖୁସି ଖବର ଆସିଛି। ସ୍ପିନ ବୋଲର କୁଲଦୀପ ଯାଦବ (Kuldeep Yadav) ଆଘାତରୁ ସୁସ୍ଥ ହୋଇ ପଡ଼ିଆକୁ ଫେରିଛନ୍ତି। କୁଲଦୀପ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବୋଲିଂ କରୁଥିବାର ଦେଖାଯାଉଛି। ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଏହି ଚାଇନାମ୍ୟାନ୍ ବୋଲରଙ୍କ ଫିଟ୍ ହେବା ଭାରତୀୟ ଦଳ ପାଇଁ ଏକ ଆଶ୍ୱସ୍ତିର ଖବର। କୁଲଦୀପଙ୍କ ପାଖରେ ତାଙ୍କର ସ୍ପିନ୍ ସାହାଯ୍ୟରେ ଯେକୌଣସି ବ୍ୟାଟିଂ କ୍ରମକୁ ଧ୍ୱଂସ କରିବାର କ୍ଷମତା ଅଛି।

ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଚୟନ ପୂର୍ବରୁ କୁଲଦୀପ ଯାଦବ ତାଙ୍କ ଫିଟନେସକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। କୁଲଦୀପ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନେଟ୍ସରେ ବୋଲିଂ କରୁଥିବାର ଦେଖାଯାଉଛି। କୁଲଦୀପ ବୋଲିଂ କରିବା ସମୟରେ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଛନ୍ତି ଏବଂ ଭଲ ଲୟରେ ମଧ୍ୟ ଅଛନ୍ତି। କହିରଖୁଛୁ ଯେ ଅଷ୍ଟ୍ରେଲିଆ ମାଟିରେ ଖେଳାଯାଇଥିବା ବୋର୍ଡର-ଗାଭାସ୍କର ସିରିଜରେ କୁଲଦୀପ ଟିମ୍ ଇଣ୍ଡିଆର ଅଂଶ ନଥିଲେ।

ଚାଇନାମ୍ୟାନ୍ ବୋଲର କୁଲଦୀପ ନିଜ ଶେଷ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ। ପ୍ରଥମ ଟେଷ୍ଟ ପରେ ସେ ନିଜର ଦୀର୍ଘକାଳୀନ ଗ୍ରୋଇନ୍ ଆଘାତ ସହିତ ସଂଘର୍ଷ କରୁଥିବା ଦେଖାଯାଇଥିଲା ଏବଂ ତାଙ୍କୁ ସେଣ୍ଟର ଅଫ୍ ଏକ୍ସିଲେନ୍ସକୁ ପଠାଯାଇଥିଲା। କହିରଖୁଛୁ ଯେ ଯଦି କୁଲଦୀପ ସମ୍ପୂର୍ଣ୍ଣ ଫିଟ୍ ଥାଆନ୍ତି, ତେବେ ଚମ୍ପିଆନ୍ସ ଟ୍ରଫି ପାଇଁ ତାଙ୍କର ଚୟନ ନିଶ୍ଚିତ ବୋଲି ବିବେଚନା କରାଯାଉଛି।

କୁଲଦୀପ ଯାଦବ ପଡ଼ିଆକୁ ଫେରିବା ମାତ୍ରେ ଏକ ବଡ଼ ରେକର୍ଡ ଉପରେ ନଜର ରଖିବେ। କୁଲଦୀପ ଅନ୍ତର୍ଜାତୀୟ କ୍ରିକେଟରେ ୩୦୦ ୱିକେଟ୍ ପୂରଣ କରିବା ପାଇଁ ମାତ୍ର ୩ ୱିକେଟ୍ ଦୂରରେ ଅଛନ୍ତି। କୁଲଦୀପ ଏପର୍ଯ୍ୟନ୍ତ ୧୫୯ ମ୍ୟାଚ୍ ଖେଳି ମୋଟ ୨୯୭ ୱିକେଟ୍ ନେଇଛନ୍ତି। ସେ ୨୨-ୟାର୍ଡ ପିଚ୍‌ରେ ଆଠ ଥର ଗୋଟିଏ ଇନିଂସରେ ପାଞ୍ଚଟି ୱିକେଟ୍ ନେବାର ସଫଳତା ହାସଲ କରିଛନ୍ତି।

ଯଦିଓ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ କୁଲଦୀପଙ୍କୁ ଦଳରେ ଚୟନ କରାଯାଇ ନାହିଁ। ୬ ଫେବ୍ରୁଆରୀରୁ ଏକଦିବସୀୟ ସିରିଜ୍ ଆରମ୍ଭ ହେବାକୁ ଥିବା ବେଳେ ଚମ୍ପିଆନ୍ସ ଟ୍ରଫି ୧୯ ଫେବ୍ରୁଆରୀରୁ ଆରମ୍ଭ ହେବ। ଭାରତୀୟ ଦଳକୁ ଏହାର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିବାକୁ ଥିବାରୁ କୁଲଦୀପ ଟିମ୍ ଇଣ୍ଡିଆ ପାଇଁ ଟ୍ରମ୍ପକାର୍ଡ ପ୍ରମାଣିତ ହୋଇପାରନ୍ତି।

Read More
{}{}