Kuldeep Yadav Slaps Rinku Singh: ଆଇପିଏଲ ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନର କୁଲଦୀପ ଯାଦବ ବ୍ୟାଟସମ୍ୟାନ ରିଙ୍କୁ ସିଂହଙ୍କୁ ଦୁଇଥର ଚାପୁଡ଼ା ମାରିଛନ୍ତି। ଏହା ପରେ, ବିବାଦ ବହୁତ ବଢ଼ିଯାଇଛି ଏବଂ ସୋସିଆଲ ମିଡିଆରେ ଲୋକମାନେ ଘଟଣାର ତଦନ୍ତ ଦାବି କରୁଛନ୍ତି। କୁଲଦୀପ ଏବେ ଏକ ଜଟିଳ ପରିସ୍ଥିତିରେ ଫସି ଯାଇଥିବା ଦେଖିବାକୁ ମିଳିଛି ଏବଂ ବିସିସିଆଇ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି।
କୁଲଦୀପ ଯାଦବ ଏବଂ ରିଙ୍କୁ ସିଂହ IPLରେ ଦୁଇଟି ଭିନ୍ନ ଦଳ ପାଇଁ ଖେଳିପାରନ୍ତି କିନ୍ତୁ ଘରୋଇ କ୍ରିକେଟରେ ଉଭୟ ଉତ୍ତର ପ୍ରଦେଶ ପାଇଁ ଏକାଠି ଖେଳନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ, ଦୁହେଁ ଠିକ୍ ଠାକ୍ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ କୁଲଦୀପ ରିଙ୍କୁ(Rinku)କୁ ଚାପୁଡ଼ା ମାରିଥିଲେ। ମାତ୍ର ରିଙ୍କୁ କୌଣସି ପ୍ରତିକ୍ରିୟା ଦେଇ ନଥିଲେ, କିନ୍ତୁ ତାଙ୍କ ମୁହଁର ଭାବ କିଛି ଅଲଗା ପ୍ରକାଶ କରୁଥିଲା। ସେ ରାଗିଗଲା ପରି ଦେଖାଯାଉଥିଲେ। ତଥାପି, କିଛି ଲୋକ କହୁଛନ୍ତି ଯେ ଏହା କୌଣସି ବଡ଼ ଘଟଣା ନୁହେଁ ବରଂ ଖେଳାଳିମାନଙ୍କ ମଧ୍ୟରେ ଏପରି ଥଟ୍ଟା ମଜା ହୁଏ।
Even if this is some sort of a joke, it is not funny. Shows lack of respect a player has for another player.
Kuldeep Yadav Slaps Rinku Singh Twice. pic.twitter.com/4rKie2AjIn
— Sanket Upadhyay (@sanket) April 30, 2025
ପ୍ରକୃତରେ, ସୋସିଆଲ ମିଡିଆରେ ଅନେକ ଲୋକ ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିନରଙ୍କ ଆଚରଣ ପାଇଁ ତାଙ୍କୁ ନିନ୍ଦା କରିଛନ୍ତି। ଲୋକମାନେ କହୁଛନ୍ତି ଯେ ଯଦି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ସ୍ପିନର ଦିଗବେଶ ରାଠିଙ୍କୁ ତାଙ୍କର 'ନୋଟବୁକ୍ ସେଲିବ୍ରେସନ୍' ପାଇଁ ଭର୍ତ୍ସନା କରାଯାଇପାରିବ, ତେବେ କୁଲଦୀପଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। କୁଲଦୀପ ମ୍ୟାଚ୍ ରେ ୩ ଓଭରରେ ୨୭ ରନ ଦେଇଥିଲେ, କୌଣସି ୱିକେଟ୍ ନେଇ ନଥିଲେ। ବ୍ୟାଟିଂ କରୁଥିବା ସମୟରେ ସେ ଗୋଟିଏ ବଲ୍ ରୁ ଗୋଟିଏ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ, କୋଲକାତା ପକ୍ଷରୁ ରିଙ୍କୁ ସିଂହ ୨୫ ବଲରୁ ୩୬ ରନ କରିଥିଲେ। ଏହି ସମୟରେ ସେ ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ