Home >>Odisha Sports

Unlucky Cricketer: ବିଶ୍ୱର ସବୁଠୁ ହତଭାଗା କ୍ରିକେଟରେ ହେଉଛନ୍ତି ଏହି ଖେଳାଳି, ୬ ଥର ହୋଇ ସାରିଲେଣି ହ୍ୟାଟ୍ରିକ ବୋଲରେ OUT

Unlucky Cricketer: ବିଶ୍ୱ କ୍ରିକେଟର ଯେତେବେଳେ ସବୁଠାରୁ ହତଭାଗା ଖେଳାଳିଙ୍କ ବିଷୟରେ କଥାବାର୍ତ୍ତା ହୁଏ, ସେତେବେଳେ ବାଂଲାଦେଶର ମହମୁଦୁଲ୍ଲାଙ୍କ ନାମ ନିଶ୍ଚିତ ଭାବେ ଏଥିରେ ଆସିବ। ଆସନ୍ତୁ ଆପଣଙ୍କୁ ଜଣାଉଛୁ ତାଙ୍କର ଏହି ବିରଳ ରେକର୍ଡ ବିଷୟରେ।  

Advertisement
Mahmudulla
Mahmudulla
Jagdish Barik|Updated: Jun 21, 2024, 08:42 PM IST
Share

World's most Unlucky Cricketer: ବିଶ୍ୱ କ୍ରିକେଟର ଯେତେବେଳେ ସବୁଠାରୁ ହତଭାଗା ଖେଳାଳିଙ୍କ ବିଷୟରେ ଆଲୋଚନା ହେବ, ସେତେବେଳେ ବାଂଲାଦେଶ କ୍ରିକେଟର ମହମୁଦୁଲ୍ଲାଙ୍କ ନାମ ନିଶ୍ଚିତ ଭାବେ ଏଥିରେ ଆସିବ। ଆପଣ ହୁଏତ ଖେଳାଳିଙ୍କ ନାମରେ ବିଭିନ୍ନ ବିରଳ ରେକର୍ଡ ବିଷୟରେ ଦେଖିଥିବେ କିମ୍ବା ଶୁଣିଥିବେ। କିନ୍ତୁ ଆମେ ଏଠାରେ ଯେଉଁ ରେକର୍ଡ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣି ଆପଣ ମଧ୍ୟ ଏହା  କହିବେ ଯେ ବିଶ୍ୱ କ୍ରିକେଟରେ ମହମୁଦୁଲ୍ଲାଙ୍କ ଅପେକ୍ଷା ଅଧିକ ହତଭାଗା ଖେଳାଳି ଆଉ କେହି ନାହାଁନ୍ତି। ବାସ୍ତବରେ ସମସ୍ତ ଫର୍ମାଟରେ ହ୍ୟାଟ୍ରିକ୍ ନେବା ଜଣେ ବୋଲରଙ୍କ ପାଇଁ ବହୁତ ବଡ଼ କଥା। ଏଥି ସହିତ ବ୍ୟାଟ୍ସମ୍ୟାନ୍ ପ୍ରାୟତଃ ବୋଲରମାନଙ୍କୁ ଏହା କରିବାକୁ ଅଟକାଇବାକୁ ଚାହାଁନ୍ତି। କିନ୍ତୁ ଯେତେବେଳେ ସମାନ ବ୍ୟାଟ୍ସମ୍ୟାନ୍ ବାରମ୍ବାର ବୋଲରଙ୍କ ହ୍ୟାଟ୍ରିକରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ସେତେବେଳେ କ’ଣ କହିବେ?

ମହମୁଦୁଲ୍ଲା ଏପରି ଜଣେ ଖେଳାଳି ଯିଏ ବୋଲରଙ୍କ ହ୍ୟାଟ୍ରିକ ପାଇଁ ଜଣେ ଭାଗ୍ୟଶାଳୀ ପ୍ଲେୟାର। ବିଶ୍ୱ କ୍ରିକେଟ୍ ରେ ସେ କେବଳ ଥରେ କି ଦୁଇ ଥର ନୁହେଁ ମୋଟ ୬ ଥର ହ୍ୟାଟ୍ରିକ ବୋଲରେ ଆଉଟ୍ ହୋଇଛନ୍ତି। ଯେଉଁଠାରେ ବିଶ୍ୱ କ୍ରିକେଟର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୩ ଥରରୁ ଅଧିକ ହ୍ୟାଟ୍ରିକ୍ ରେ ଶିକାର ହୋଇନାହାଁନ୍ତି, ସେଠାରେ ମହମୁଦୁଲ୍ଲା ୬ ଥର ହ୍ୟାଟ୍ରିକ୍ ଆଉଟ୍ ହେବା ଏକ ବଡ଼ ଆଶ୍ଟର୍ଯ୍ୟଜନକ ଜନକ କଥା। ମହମୁଦୁଲ୍ଲା ଟି-୨୦ ଫର୍ମାଟରେ ତିନିଥର, ODI ଦୁଇଥର ଓ ଥରେ ଟେଷ୍ଟରେ ହ୍ୟାଟ୍ରିକରେ ଆଉଟ୍ ହୋଇଛନ୍ତି।

ସର୍ବଶେଷ ଘଟଣା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପ ୨୦୨୪ ର ସୁପର-୮ ମ୍ୟାଚରୁ ଆସିଛି। ପ୍ୟାଟ୍ କମିନ୍ସ ୧୮ ତମ ଓଭରର ପଞ୍ଚମ ବଲରେ ମହମୁଦୁଲ୍ଲା ଓ ଶେଷ ବଲରେ ମେହେଦି ହାସନଙ୍କୁ ଆଉଟ୍ କରିଥିଲେ। ଏହା ପରେ ଯେତେବେଳେ ସେ ୨୦ ତମ ଓଭର ବୋଲିଂ ପାଇଁ ଆସିଥିଲେ, ସେତେବେଳେ ପ୍ରଥମ ବଲରେ ତୋହିଦ୍ ହ୍ରିଡୋଙ୍କୁ ଆଉଟ୍ କରି ଟି-୨୦ ବିଶ୍ୱକପର ନିଜର ପ୍ରଥମ ହ୍ୟାଟ୍ରିକ୍ ପୂରା କରିଥିଲେ।

କହିରଖୁଛୁ ଯେ ଟି-୨୦ ଫର୍ମାଟରେ ବାଂଲାଦେଶ ବିପକ୍ଷରେ ଏହା ହେଉଛି ସପ୍ତମ ହ୍ୟାଟ୍ରିକ୍, ଯାହା କୌଣସି ଦଳ ବିପକ୍ଷରେ ସର୍ବାଧିକ। ଏହି ୭ଟି ହ୍ୟାଟ୍ରିକ୍ ମଧ୍ୟରୁ ଭେଟେରାନ୍ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ମହମୁଦୁଲ୍ଲା ୩ଥର ଆଉଟ୍ ହୋଇଛନ୍ତି, ଯାହା ଏହି ଫର୍ମାଟରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ଥର ଅଟେ।

Read More
{}{}