Hindi News >>Home >>Odisha Sports

Manu Bhaker: ବଢୁଛି ମନୁଙ୍କ କ୍ରେଜ୍ : ୪୦ ରୁ ଅଧିକ ବ୍ରାଣ୍ଡ ଆମ୍ବାସଡର୍ ପାଇଁ ଆସିଲାଣି ଅଫର୍

Chased by 40 brands for endorsements : ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି କାଂସ୍ୟ ପଦକ ଜିତିବା ପରେ ସାରା ଦେଶରେ ଇତିହାସ ପାଲଟିଛନ୍ତି ମନୁ ଭାକର।  ଆଉ ଏହାକୁ ଦେଖି ନାମୀ ଦାମୀ କମ୍ପାନୀ ନିଜ ପ୍ରଡକ୍ଟର ପ୍ରଚାର ପ୍ରସାର ପାଇଁ ମନୁ ଭାକରଙ୍କୁ ନେବାକୁ ମନ ବଳାଇଛନ୍ତି।

Advertisement
manu bhakar
manu bhakar
Zee Odisha Desk|Updated: Aug 03, 2024, 09:42 AM IST
Share

Chased by 40 brands for endorsements : ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି କାଂସ୍ୟ ପଦକ ଜିତିବା ପରେ ସାରା ଦେଶରେ ଇତିହାସ ପାଲଟିଛନ୍ତି ମନୁ ଭାକର। ଏବଂ କ୍ରୀଡ଼ାପ୍ରେମୀଙ୍କ ସମେତ ସାରା ଦେଶରେ ଏକ ପରିଚିତ ମୁହଁ ପାଲଟି ଯାଇଛନ୍ତି ଶୁଟର ମନୁ ଭାକର। ଅଲମ୍ପିକ୍ସ ବିଜୟ ପରେ ତାଙ୍କର ଲୋକପ୍ରିୟତା ବହୁତ ବଢ଼ି ଯାଇଛି। ଆଉ ଏହାକୁ ଦେଖି ନାମୀ ଦାମୀ କମ୍ପାନୀ ନିଜ ପ୍ରଡକ୍ଟର ପ୍ରଚାର ପ୍ରସାର ପାଇଁ ମନୁ ଭାକରଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ।

 ମନୁ ମଧ୍ୟ ନିଜର ଚାହିଦା ବଢ଼ାଇ ଦେଇଛନ୍ତି। ସେ ଏବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟସ୍ତ ଥିବା ବେଳେ ତାଙ୍କର ଏଣ୍ଡୋର୍ସମେଣ୍ଟ କଥା ବୁଝାବୁଝି କରୁଥିବା ଏଜେନ୍ସୀ- ଆଇଓଏସ୍ ସ୍ପୋର୍ଟସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ କିଛି ବ୍ରାଣ୍ଡ ସହିତ ଚୁକ୍ତି କରିସାରିଥିବା ଜଣାପଡ଼ିଛି। 
ମନୁ ପୂର୍ବରୁ ଗୋଟିଏ ବ୍ରାଣ୍ଡର ପ୍ରଚାର ପ୍ରସାର ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ନେଉଥିଲେ। କିନ୍ତୁ ଏବେ ସେ ଏହି ଟଙ୍କାକୁ ଏବେ ୭ ଗୁଣା ବଢ଼ାଇ ଦେଇଛନ୍ତି। 

ସୂଚନା ଅନୁଯାୟୀ, ତାଙ୍କର ଏକ ଡିଲ୍ ଦେଢ଼ କୋଟି ଟଙ୍କାରେ ସ୍ଥିର ହୋଇଛି। ଆଇଓଏସ୍ ସ୍ପୋର୍ଟସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟର ଏମ୍‌ଡି ଓ ସିଇଓ ନୀରବ ତୋମାର କହିଛନ୍ତି, ଗତ ଦୁଇ ତିନି ଦିନ ଭିତରେ ୪୦ରୁ ଅଧିକ କମ୍ପାନୀର ବ୍ରାଣ୍ଡ ଆମ ସହିତ କଥାବାର୍ତ୍ତା ହେଲେଣି। କିଛି ବ୍ରାଣ୍ଡ ସହିତ ଆମର ଚୁକ୍ତି ହେବା ସ୍ଥିର ହୋଇସାରିଛି। ମନୁ ଭାକରଙ୍କ ବ୍ରାଣ୍ଡ ଭାଲ୍ୟୁ ୭ ଗୁଣା ବଢ଼ି ଯାଇଛି। 

ପୂର୍ବରୁ ଆମେ ୨୦-୨୫ ଲକ୍ଷରେ ତାଙ୍କ ପାଇଁ ଚୁକ୍ତି ସ୍ୱାକ୍ଷର କରୁଥିଲୁ। କିନ୍ତୁ ଏବେ ଗୋଟିଏ ଗୋଟିଏ ଏଣ୍ଡୋର୍ସମେଣ୍ଟ ପାଇଁ ଦେଢ଼ କୋଟି ଟଙ୍କାର ଡିଲ୍ ହେଉଛି। ଏହି ଚୁକ୍ତି ଗୋଟିଏ ବର୍ଷ ପାଇଁ ହେଉଛି। ସେ କହିଛନ୍ତି,କିଛି ଶର୍ଟ-ଟର୍ମ ଏଣ୍ଡୋର୍ସମେଣ୍ଟ ପାଇଁ ମଧ୍ୟ ପ୍ରସ୍ତାବ ରହିଥିବା ବେଳେ ଆମେ ଦୀର୍ଘ କାଳୀନ ଚୁକ୍ତି ଉପରେ ଗୁରୁତ୍ୱ ଦେଉଛି।

ମନୁ ଭାକର ୧୦ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇଟି ପଦକ ଜିତି ସେ ଇତିହାସ ରଚିଛନ୍ତି। ତାଙ୍କ ନାଁରେ ଯୋଡ଼ି ହୋଇଛି ଅନେକ ରେକର୍ଡ। ସେହିପରି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଇଭେଣ୍ଟରୁ ମଧ୍ୟ ସେ ପଦକ ଜିତିବେ ବୋଲି ଆଶା କରାଯାଉଛି।

Read More
{}{}