Hindi News >>Home >>Odisha Sports

ମହମ୍ମଦ ଶାମୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ, ୫୮ତମ ଖେଳାଳି ଭାବେ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ ପୁରସ୍କାର

ମୋତେ ଏହି ପୁରସ୍କାର ମିଳୁଥିବାରୁ ମୁଁ ବହୁତ ଭାଗ୍ୟବାନ। ଏହି ପୁରସ୍କାର ମୋ ପାଇଁ ଏକ ସ୍ୱପ୍ନ ରହିଥିଲା। କାରଣ ଅନେକ ଲୋକଙ୍କୁ ଏହି ପୁରସ୍କାର ମିଳୁଥିବାର ମୁଁ ଦେଖିଛି ବୋଲି ଶାମୀ କହିଛନ୍ତି। 

Advertisement
ମହମ୍ମଦ ଶାମୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ, ୫୮ତମ ଖେଳାଳି ଭାବେ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ ପୁରସ୍କାର
Zee Odisha Desk|Updated: Jan 09, 2024, 02:14 PM IST
Share

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୨୦୨୩ ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଜାତୀୟ କ୍ରୀଡ଼ା ପୁରସ୍କାରରେ କ୍ରିକେଟର ମହମ୍ମଦ ଶାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆଜି ୯ ଜାନୁଆରୀ ୨୦୨୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ଶାମିଙ୍କ ନାମ ଭାରତ କ୍ରିକେଟ୍ ପାଇଁ କଣ୍ଟ୍ରୋଲ୍ ବୋର୍ଡ ଦ୍ୱାରା ସୁପାରିଶ କରାଯାଇଥିଲା।

 

ମହମ୍ମଦ ଶାମୀ ଅର୍ଜୁନ ପୁରସ୍କାର ପାଇବାରେ ୫୮ତମ କ୍ରିକେଟ ହୋଇ ପାରିଛନ୍ତି। ତେବେ ଏହି ୫୮ ଜଣ କ୍ରିକେଟର ମଧ୍ୟରୁ ୧୨ ଜଣ ମହିଳା କ୍ରିକେଟର ରହିଛନ୍ତି। ଶାମୀଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ ଓ ଅନ୍ୟ ଖେଳାଳିମାନଙ୍କ ନାଁ ତାଲିକାରେ ରହିଛି। ତେବେ ୨୦୨୧ ମସିହାରେ ଶିଖର ଧୱନ ଶେଷ ଥର ପାଇଁ ଏହି ପୁରସ୍କାର ହାସଲ କରିଥିଲେ। କିନ୍ତୁ ୨୦୨୨ ମସିହାରେ କୌଣସି ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇନଥିଲା। କିନ୍ତୁ ଚଳିତ ବର୍ଷ ଶାମୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। 

ଏନେଇ ଶାମୀ କହିଛନ୍ତି କି ତାଙ୍କ ଏକ ବଡ ସ୍ୱପ୍ନ ଯେମିତି ଆଜି ପୁରଣ ହୋଇଛି। ଏହି ପୁରସ୍କାର ପାଇବା ସବୁ ଖେଳାଳିଙ୍କର ଏକ ସ୍ୱପ୍ନ ରହିଥାଏ। ଏହି ପୁରସ୍କାର ପାଇବାକୁ ଜୀବନ ସାରା ଖେଳାଳିମାନେ ପ୍ରୟାସ କରୁଛନ୍ତି। ସବୁ ଖେଳାଳିଙ୍କର ଆଶା ଥାଏ ଏହି ପୁରସ୍କାର ଜିତିବା ପାଇଁ। ମାତ୍ର ସମସ୍ତଙ୍କ ଭାଗ୍ୟରେ ଏହି ପୁରସ୍କାର ନଥାଏ। ତେବେ ମୋତେ ଏହି ପୁରସ୍କାର ମିଳୁଥିବାରୁ ମୁଁ ବହୁତ ଭାଗ୍ୟବାନ। ଏହି ପୁରସ୍କାର ମୋ ପାଇଁ ଏକ ସ୍ୱପ୍ନ ରହିଥିଲା। କାରଣ ଅନେକ ଲୋକଙ୍କୁ ଏହି ପୁରସ୍କାର ମିଳୁଥିବାର ମୁଁ ଦେଖିଛି ବୋଲି ଶାମୀ କହିଛନ୍ତି। 

Read More
{}{}