Hindi News >>Home >>Odisha Sports

POK ରେ ଚାମ୍ପିଅନ୍ସ ଟ୍ରଫି ବୁଲାଇବାକୁ ଚାହୁଁଥିଲା ପାକିସ୍ତାନ, ଆଇସିସି ଦେଲା ଏକ ଶକ୍ତ ଝଟକା

ICC Champions Trophy: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କୁ ଏକ ବଡ଼ ଝଟକା ଦେଇ ଆଇସିସି ସ୍କାର୍ଦୁ, ମୁରି ଏବଂ ମୁଜାଫରବାଦରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଯାତ୍ରାକୁ ବାତିଲ କରିଦେଇଛି। ଏହି ତିନୋଟି ସହର ପାକିସ୍ତାନ ଅଧିକୃତ କାଶ୍ମୀରରେ ପଡିଥାଏ।  

Advertisement
ICC Champions Trophy Row
ICC Champions Trophy Row
Jagdish Barik|Updated: Nov 15, 2024, 07:31 PM IST
Share

ICC Champions Trophy Row: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) POK (ପାକିସ୍ତାନ ଅଧିକୃ କାଶ୍ମୀର) ରେ ଚାମ୍ପିଅନ୍ସ ଟ୍ରଫି ବୁଲାଇବାକୁ ନେଇ ପାକିସ୍ତାନର ଉଦ୍ୟମକୁ ବିଫଳ କରିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) କୁ ଏକ ବଡ଼ ଝଟକା ଦେଇ ଆଇସିସି ସ୍କାର୍ଦୁ, ମୁରି ଏବଂ ମୁଜାଫରବାଦରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଯାତ୍ରାକୁ ବାତିଲ କରିଦେଇଛି। ଏହି ତିନୋଟି ସହର ପାକିସ୍ତାନ ଅଧିକୃତ କାଶ୍ମୀରରେ ପଡିଥାଏ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ସହରଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ନେଇ ଘୋଷଣା କରିବା ପରେ ଆଇସିସି ଏହାର ନିଷ୍ପତ୍ତି ତୁରନ୍ତ ଶୁଣାଇଛି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ମଧ୍ୟ ଏହି ପ୍ରସଙ୍ଗରେ ତୁରନ୍ତ ଆପତ୍ତି ଉଠାଇଥିଲା। କହିରଖୁଛୁ ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ ୧୬ ରୁ ୨୪ ନଭେମ୍ବର ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦେଶବ୍ୟାପୀ ଯାତ୍ରା କରାଇବାକୁ ଘୋଷଣା କରିଛି। ବିଶ୍ୱାସ କରାଯାଏ ଯେ ଆଇସିସି ଟ୍ରଫି ଯାତ୍ରା ପାଇଁ ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ କରିନାହିଁ, କିନ୍ତୁ ପିସିବି କାର୍ଯ୍ୟସୂଚୀ ଘୋଷଣା କରିବାରେ ତତ୍ପରତା ଦେଖାଇଛି।

କେବଳ ଏତିକି ନୁହେଁ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇମାଲ୍ କାର୍ଯ୍ୟସୂଚୀ ପ୍ରକାଶ କରିନାହିଁ। ତେବେ ଏହି ଟ୍ରଫି ୧୬ ନଭେମ୍ବର ୨୦୨୪ ଗୁରୁବାର ଦିନ ପାକିସ୍ତାନରେ ପହଞ୍ଚିଛି। ଟ୍ରଫି ଏକ ସମୟରେ ପହଞ୍ଚିଛି ଯେତେବେଳେ ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବିସିସିଆଇର ପ୍ରସ୍ତାବ ଉପରେ ଆଇସିସି PCB ରୁ ପ୍ରତିକ୍ରିୟା ମାଗିଛି। ଏହି ସମୟରେ ଜିଓ ନ୍ୟୁଜ୍ ସୂତ୍ରରୁ ପ୍ରକାଶ ଯେ ଏହାର ଉତ୍ତରରେ ପିସିବି ଭାରତର ଉତ୍ତରର ଏକ ନକଲ ପ୍ରଦାନ କରିବାକୁ ଆଇସିସିକୁ ଅନୁରୋଧ କରିଛି।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ପାକିସ୍ତାନ ଯିବାକୁ ମନା କରିବାରୁ ସ୍ପଷ୍ଟୀକରଣ ମାଗି ପିସିବି ଆଇସିସିକୁ ଚିଠି ଲେଖିଛି। ଆଇସିସିକୁ ଚିଠିରେ ପିସିବି ଭାରତର ଷ୍ଟାଣ୍ଡ ସମ୍ପର୍କରେ ସରକାରୀ ସ୍ପଷ୍ଟୀକରଣ ମାଗିଛି। ପାକିସ୍ତାନ ପଠାଇଥିବା ଚିଠିରେ ଘଟଣାର ଫର୍ମାଟ କିମ୍ବା ସମ୍ଭାବ୍ୟ ହାଇବ୍ରିଡ ମଡେଲ ବିଷୟରେ ଆଲୋଚନା କରାଯାଇ ନାହିଁ।

Read More
{}{}