Hindi News >>Home >>Odisha Sports

Paris Olympics 2024: ପ୍ୟାରିସ ଅଲମ୍ପିକ ୨୦୨୪: ଜର୍ମାନୀଠାରୁ ୩-୨ରେ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ଗୁରୁବାର ଲଢ଼େଇ

Paris Olympics 2024: ଭାରତୀୟ ହକି ଦଳ ପାଇଁ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ସ୍ୱପ୍ନ ପୁଣିଥରେ ସ୍ୱପ୍ନ ହୋଇ ରହିଛି। ଅନେକ ଶ୍ରମ, ଧ୍ୟାନ ଓ ଦଳଗତ ପ୍ରଚେଷ୍ଟା ଏବଂ ଶେଷ ସେକେଣ୍ଡର ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଭାରତୀୟ ଦଳ ଜର୍ମାନୀଠୁ ପରାସ୍ତ ହୋଇଛି। 

Advertisement
Paris Olympics 2024: ପ୍ୟାରିସ ଅଲମ୍ପିକ ୨୦୨୪: ଜର୍ମାନୀଠାରୁ ୩-୨ରେ ହାରିଲା ଭାରତ,  ବ୍ରୋଞ୍ଜ ପାଇଁ ଗୁରୁବାର ଲଢ଼େଇ
Narmada Behera|Updated: Aug 07, 2024, 06:16 AM IST
Share

Paris Olympics 2024: ଭାରତୀୟ ହକି ଦଳ ପାଇଁ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ସ୍ୱପ୍ନ ପୁଣିଥରେ ସ୍ୱପ୍ନ ହୋଇ ରହିଛି। ଅନେକ ଶ୍ରମ, ଧ୍ୟାନ ଓ ଦଳଗତ ପ୍ରଚେଷ୍ଟା ଏବଂ ଶେଷ ସେକେଣ୍ଡର ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଭାରତୀୟ ଦଳ ଜର୍ମାନୀଠୁ ପରାସ୍ତ ହୋଇଛି। ଡିଫେଣ୍ଡର ଅମିତରୋହି ଦାସଙ୍କ ଅନୁପସ୍ଥିତି ଏହି ମ୍ୟାଚରେ ଯଥେଷ୍ଟ ବାରି ହୋଇ ପଡ଼ିଛି। ଅର୍ଥାତ୍‍ ପ୍ୟାରିସ ଅଲମ୍ପିକ-୨୦୨୪ରେ ଭାରତ ୨-୩ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଏହାଫଳରେ ଅଲମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସ୍ବପ୍ନ ପୁଣିଥରେ ସ୍ୱପ୍ନରେ ହିଁ ସୀମିତ ହୋଇଛି। 

ଏବେ ବ୍ରୋଞ୍ଜ ପଦକକୁ ରକ୍ଷା ପାଇଁ ଗୁରୁବାରଦିନ ଏକ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ସ୍ପେନକୁ ଭାରତ ଭେଟିବ। ଏହାପରେ ହେବ ଫାଇନାଲ୍‍ ମ୍ୟାଚ୍‍। ଯେଉଁଥିରେ ଜର୍ମାନୀକୁ ଭେଟିବ ନେଦରଲ୍ୟାଣ୍ଡପ୍ରଥମ କ୍ୱାର୍ଟରର ସପ୍ତମ ମିନିଟରେ ଭାରତ ପକ୍ଷରୁ ଅଧିନାୟକ ହରମାନପ୍ରୀତ ସିଂହ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। କିନ୍ତୁ ଦ୍ବିତୀୟ କ୍ୱାର୍ଟରର ପ୍ରାରମ୍ଭରେ ଜର୍ମାନୀ ଦଳର ଗୋଞ୍ଜାଲୋ ପେଲାଟ ଡ୍ରାଗଫ୍ଲିକଙ୍କ ଗୋଲ ଏବଂ ହାଫ୍ ଟାଇମ୍ ପୂର୍ବରୁ କ୍ରିଷ୍ଟୋହର ରୁହରଙ୍କ ଷ୍ଟ୍ରୋକ୍ ଜର୍ମାନୀକୁ ଅଗ୍ରଣୀ କରିଥିଲେ। ତୃତୀୟ କ୍ୱାର୍ଟରରେ ସୁଖଜିତ ସିଂହ ଗୋଲ୍ ଦେଇ ଭାରତକୁ ଜବାବ ଦେଇଥିଲେ। କିନ୍ତୁ ଜର୍ମାନୀ ୫୪ତମ ମିନିଟରେ ଏକ ଗୋଲ ଦେଇ ଭାରତୀୟ ଟିମ୍‍କୁ ନିରାଶ କରିଥିଲା।   

ରବିବାର ଦିନ ଗ୍ରେଟ ବ୍ରିଟେନ୍‍କୁ ପରାସ୍ତ କରି ଭାରତ ସେମିରେ ପ୍ରବେଶ କରିଥିଲା। ଏହି ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀ ଫରୱାର୍ଡ ୱିଲ୍ କାଲନାନଙ୍କ ମୁହଁରେ ମାଡ଼ ମାରିବା ଅଭିଯୋଗରେ କିନ୍ତୁ ଭାରତୀୟ ଖେଳାଳି ଅମିତ ରୋହିଦାସଙ୍କୁ ଲାଲ୍ କାର୍ଡ ଦେଖାଯାଇଥିଲା, ଯାହା ଭାରତୀୟ ଦଳ ପାଇଁ ଏକ ଦୁର୍ବଳତା ଥିଲା। କାରଣ ଦଳର ମୁଖ୍ୟ ଡିଫେଣ୍ଡର ତଥା ପ୍ରଥମ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଲାଲ କାର୍ଡ ତାଙ୍କୁ ସେମିରେ ଖେଳିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। ଅମିତ ରୋହିଦାସଙ୍କ ଅନୁପସ୍ଥିତି ରେ ଉଭୟ ଡିଫେନ୍ସ ଓ ପେନାଲ୍ଟି କର୍ଣ୍ଣରରୁ ଭାରତ ଦୁର୍ବଳ ହୋଇଯାଇଥିଲା। ଜର୍ମାନୀ ବିଶ୍ବ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ବେଳେ ଭାରତ ପଛରେ ରହିଛନ୍ତି। କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ପରାସ୍ତ କରିଥିବା ଜର୍ମାନୀ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ସବୁବେଳେ ଏକ ପରିଚିତ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହି ଆସିଛି।

Read More
{}{}