Hindi News >>Home >>Odisha Sports

Paris Olympics 2024: ଭାରତୀୟ ହକି ଦଳ ରଚିଲା ଇତିହାସ, ଅଷ୍ଟ୍ରେଲିଆକୁ ୧୯୭୨ ପରେ ଅଲିମ୍ପିକ୍ସରେ କଲା ପରାସ୍ତ

Paris Olympics 2024: ଅଲିମ୍ପିକ୍ ଗେମ୍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ପୁରୁଷ ହକି ଦଳ ନିଜର ଶେଷ ମ୍ୟାଚ୍ ୧୯୭୨ ମସିହାରେ ଜିତିଥିଲା। ବର୍ତ୍ତମାନ ୫୨ ବର୍ଷ ପରେ ଭାରତ ଆଜିର ମ୍ୟାଚ୍ ଜିତିଛି। ପ୍ୟାରିସ୍ ଅଲିମ୍ପିକ୍ସର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଏହି ମ୍ୟାଚକୁ ଜିତିଛି ।  

Advertisement
Paris Olympics 2024
Paris Olympics 2024
Jagdish Barik|Updated: Aug 02, 2024, 07:22 PM IST
Share

India vs Australia: ଭାରତୀୟ ପୁରୁଷ ହକି ଦଳ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖି ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୨୪ ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। କେବଳ ଏତିକି ନୁହେଁ ଭାରତୀୟ ହକି ଦଳ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, କାରଣ ଏହା ପୂର୍ବରୁ ହକିରେ ଭାରତ ୧୯୭୨ ମସିହାରେ ଅଲିମ୍ପିକ୍ ଗେମ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ୫୨ ବର୍ଷ ପରେ ଭାରତୀୟ ପୁରୁଷ ଦଳ ହକିରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଛି। ଏହି ମ୍ୟାଚକୁ ଭାରତ ୩-୨ ରେ ଜିତି ନେଇଛି। ଏହା ସମେତ ଭାରତ ହକିରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିନେଇଛି।

ଡେଥ୍ ପୁଲ୍ କୁହାଯାଉଥିବା ପୁଲ୍-ବି ରେ ଶୁକ୍ରବାର ଦିନ ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହୋଇଥିଲେ। ଭାରତୀୟ ଦଳ ଆରମ୍ଭରୁ ଅଷ୍ଟ୍ରେଲିଆ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି, ତେଣୁ ନକ୍ଆଉଟ୍ ମ୍ୟାଚ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହି ମ୍ୟାଚ୍ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦିଓ ୨୪ ଘଣ୍ଟା ପୂର୍ବରୁ ଭାରତ ନିଜର ଶେଷ ମ୍ୟାଚ୍ ହାରିଥିଲା, ତଥାପି ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ଭାରତ ଦୃଢ଼ ପ୍ରଦର୍ଶନ କରିଥିଲା।

ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପ୍ରଥମ କ୍ୱାର୍ଟରରେ ଦୁଇଟି ଗୋଲ ସ୍କୋର କରିଥିଲା।​ ମ୍ୟାଚର ଦ୍ୱାଦଶ ମିନିଟରେ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବାବେଳେ ପରବର୍ତ୍ତୀ ମିନିଟରେ ଅଧିନାୟକ ହରମାନପ୍ରୀତ ସିଂ ଏକ ପେନାଲ୍ଟି କର୍ଣ୍ଣର ଦେଇ ଗୋଲ ସ୍କୋର କରି ୨-୦ରେ ଆଗୁଆ ରଖିଥିଲେ। ତେବେ ପରବର୍ତ୍ତୀ କ୍ୱାର୍ଟରରେ କ୍ରେଗ ଥୋମାସ ଅଷ୍ଟ୍ରେଲିଆ ପାଇଁ ସ୍କୋର କରି ଅଗ୍ରଣୀକୁ ହ୍ରାସ କରିଥିଲେ। ଏଥି ସହିତ ତୃତୀୟ କ୍ୱାର୍ଟରରେ ଭାରତ ପୁଣି ଏକ ଗୋଲ ସ୍କୋର କରି ୩-୨ରେ ଅଗ୍ରଣୀ ହାସଲ କରିଥିଲା।

ପେନାଲ୍ଟି ଷ୍ଟ୍ରୋକରେ ହରମାନପ୍ରୀତ ସିଂ କ୍ୟାପିଟାଲାଇଜ୍ କରି ୩୨ ତମ ମିନିଟରେ ଗୋଲ ଦେଇଥିଲେ। ଏହା ପରେ ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଏକମାତ୍ର ଗୋଲ ସ୍କୋର କରିଥିଲା। ଅଷ୍ଟ୍ରେଲିଆ ପାଇଁ ଗୋଭର୍ସ ବ୍ଲେକ୍ ସ୍କୋର କରିଥିଲେ। ପେନାଲ୍ଟି ଷ୍ଟ୍ରୋକ ମାଧ୍ୟମରେ ଅଷ୍ଟ୍ରେଲିଆ ମଧ୍ୟ ଦ୍ୱିତୀୟ ଗୋଲ ସ୍କୋର କରିଥିଲା। ତେବେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କୌଣସି ଗୋଲ ସ୍କୋର କରିବାକୁ ଭାରତୀୟ ଦଳ ସୁଯୋଗ ଦେଇ ନଥିଲା। କେବଳ ଏତିକି ନୁହେଁ ଶେଷ ମୁହୂର୍ତ୍ତରେ ଅଷ୍ଟ୍ରେଲିଆ ମଧ୍ୟ ନିଜର ଗୋଲକିପରଙ୍କୁ ହଟାଇ ଦେଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିବାରୁ ଭାରତ ମ୍ୟାଚକୁ ୩-୨ରେ ଜିତି ନେଇଥିଲା।

Read More
{}{}