Hindi News >>Home >>Odisha Sports

paris Olympics: ଭାରତ ପାଇଁ ୨ଟି ପଦକ ଜିତିବା ପରେ ଆସିଲା ମନୁଙ୍କ ପ୍ରଥମ ପ୍ରତିକ୍ରିୟା

Manu Bhaker proud and blessed after winning second Olympic medal : ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର ମନୁ ଭାକର। ଜିତିଛନ୍ତି ଦୁଇଟି ପଦକ। ଏହି ସଫଳତା ମିଳିବା ପରେ ମନୁ କହିଛନ୍ତି, “ମୁଁ ପ୍ରକୃତରେ ବହୁତ ଗର୍ବିତ ଅନୁଭବ କରୁଛି ଏବଂ କୃତଜ୍ଞତା ମଧ୍ୟ ଜଣାଉଛି।

Advertisement
Paris Olympics 2024
Paris Olympics 2024
Zee Odisha Desk|Updated: Jul 30, 2024, 08:24 PM IST
Share

Paris Olympics 2024 : ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର ମନୁ ଭାକର। ଜିତିଛନ୍ତି ଦୁଇଟି ପଦକ। ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଆଥ୍‌ଲେଟ୍।ପ୍ୟାରିସ୍‌ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ଆଉ ଏକ ଐତିହାସିକ ସଫଳତା ମିଳିଛି। 

ରବିବାର ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକର ଆଜି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହ ମିଶି ଜିତିଛନ୍ତି ବ୍ରୋଞ୍ଜ ପଦକ। ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଛନ୍ତି। 

 

 ସୁଟିଂରୁ ପଦକ ଜିତିବାରେ ୨୨ ବର୍ଷୀୟା ମନୁ ପ୍ରଥମ ଭାରତୀୟ ମହିଳା ଓ ୧୦ ମିଟର ଏୟାର ପିସ୍ତଲ୍‌ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଛନ୍ତି। ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକ ମିଳିଥିବ‌ା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି।

ଏହି ସଫଳତା ମିଳିବା ପରେ ମନୁ କହିଛନ୍ତି, “ମୁଁ ପ୍ରକୃତରେ ବହୁତ ଗର୍ବିତ ଅନୁଭବ କରୁଛି ଏବଂ କୃତଜ୍ଞତା ମଧ୍ୟ ଜଣାଉଛି। ସମସ୍ତ ଆଶୀର୍ବାଦ ଏବଂ ଭଲପାଇବା ପାଇଁ ଧନ୍ୟବାଦ। ଆମ ବିରୋଧୀ ଟିମ୍ କିଭଳି ପ୍ରଦର୍ଶନ କରିବେ ଏହା ଉପରେ ଆମର ନିୟନ୍ତ୍ରଣ ନଥିଲା। ଆମ ହାତରେ ଯାହା ଥିଲା ଆମେ ତାହା କଲୁ। ମୁଁ ଏବଂ ମୋର ସାଥୀ ସରବଜୋତ ସିଂହ ଶେଷ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କଲୁ। ଏବଂ ‌ଶେଷରେ ଆମକୁ ସଫଳତା ମିଳିଥିଲା।ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର ମନୁ ଭାକର। ଜିତିଛନ୍ତି ଦୁଇଟି ପଦକ। ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଆଥ୍‌ଲେଟ୍।

Read More
{}{}