Home >>Odisha Sports

Rahul Dravid: ମୁଖ୍ୟ କୋଚ୍ ହେବା ପାଇଁ ଏହି ୪ଟି ଦଳର ଟାର୍ଗେଟ ରହିଛନ୍ତି ରାହୁଲ ଦ୍ରାବିଡ

Rahul Dravid: ଆଇପିଏଲ ୨୦୨୫ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟର ୪ଟି ଦଳ ନିଜ ଫ୍ରାଞ୍ଚାଇଜ୍ ସହିତ ରାହୁଲ ଦ୍ରାବିଡଙ୍କୁ ସାମିଲ କରିବାକୁ ଚାହାଁନ୍ତି। ରାହୁଲ ଦ୍ରାବିଡ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେ ମୁଖ୍ୟ କୋଚ୍ ଦାୟିତ୍ୱ ପାଇପାରନ୍ତି । ବର୍ତ୍ତମାନ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ଛାଡିଛନ୍ତି।  

Advertisement
Rahul Dravid next assignment
Rahul Dravid next assignment
Jagdish Barik|Updated: Jul 02, 2024, 03:14 PM IST
Share

Rahul Dravid: ଭାରତର ମୁଖ୍ୟ କୋଚ୍ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ମୁଖ୍ୟ କୋଚ୍ ଭାବରେ ରାହୁଲ ଦ୍ରାବିଡଙ୍କ ଏହା ବିଶ୍ୱକପ ଫାଇନାଲ୍ ଶେଷ ମ୍ୟାଚ୍ ଥିଲା। ଯଦିଓ ସେ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଦଳର ମୁଖ୍ୟ କୋଚ୍ ଭାବରେ ପ୍ରଥମେ ନିଯୁକ୍ତ ହୋଇଥିଲେ କିନ୍ତୁ ଅଧିନାୟକ ରୋହିତ ଶର୍ମା ଓ ବିସିସିଆଇ ତାଙ୍କୁ ଟି-୨୦ ବିଶ୍ୱକପ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟ କୋଚ୍ ରହିବାକୁ ମନାଇଥିଲେ। ରାହୁଲ ଦ୍ରାବିଡ ବିଦାୟ ଅଭିଭାଷଣରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ଆଇପିଏଲ୍ ୨୦୨୫ ରେ ୪ଟି ଦଳର ଟାର୍ଗେଟ୍ ରହିପାରନ୍ତି ଓ ମୁଖ୍ୟ କୋଚ୍ ଦାୟିତ୍ୱ ପାଇପାରନ୍ତି।

ଆଇପିଏଲ୍ ୨୦୨୫ ଆରମ୍ଭ ହେବାକୁ ଏପର୍ଯ୍ୟନ୍ତ ବହୁତ ସମୟ ବାକି ଅଛି, ତଥାପି ବିଳମ୍ବ ହେବା ପୂର୍ବରୁ ଫ୍ରାଞ୍ଚାଇଜ୍ ରାହୁଲ ଦ୍ରାବିଡଙ୍କ ସହ ଯୋଗାଯୋଗ କରିବାକୁ ଚାହାଁନ୍ତି। ଯଦିଓ ଏପର୍ଯ୍ୟନ୍ତ କିଛି ଅଧିକାରୀକ ଭାବେ ହୋଇନାହିଁ, ତଥାପି ଆମେ ଯଦି ସାମ୍ପ୍ରତିକ ପରିସ୍ଥିତିକୁ ଦେଖିବା ତେବେ ଏଠାରେ ଚାରୋଟି ଫ୍ରାଞ୍ଚାଇଜ୍ ଏପରି ଅଛନ୍ତି ଯେଉଁମାନେ ତାଙ୍କୁ ରାହୁଲଙ୍କୁ ନିଜର ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ କରିପାରନ୍ତି। ରାହୁଲ ଦ୍ରାବିଡ ମଧ୍ୟ ମଜାକ କରି କହିଛନ୍ତି ଯେ ସେ ବର୍ତ୍ତମାନ ବେକାର। ସାଧାରଣତଃ ଦେଖାଯାଏ ଯେ ଯିଏ ଭାରତୀୟ ଦଳର କୋଚିଂ ଷ୍ଟାଫରେ ନିଜର କାର୍ଯ୍ୟକାଳ ପୂରଣ କରେ ସେ ସହଜରେ ଆଇପିଏଲରେ ସୁଯୋଗ ପାଇଥାଏ ଓ ଦ୍ରାବିଡ଼ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି।

ଯଦିଓ ରାହୁଲ ଦ୍ରାବିଡ ନିଜ ପରିବାରକୁ ସମୟ ଦେବାକୁ ଚାହୁଁଛନ୍ତି ବୋଲି କହି ନିଜର କାର୍ଯ୍ୟକାଳ ବୃଦ୍ଧି କରିନାହାଁନ୍ତି କିନ୍ତୁ ଆଇପିଏଲ ପରି ଏକ ଟୁର୍ଣ୍ଣାମେଣ୍ଟରେ ସେ ଦୁଇ ତିନି ମାସ ମଧ୍ୟରେ ଭଲ ବେତନ ଅର୍ଜନ କରିପାରିବେ। ଏହି କାରଣରୁ ତାଙ୍କୁ ଆଇପିଏଲରେ ମୁଖ୍ୟ କୋଚ୍ ଭାବରେ ଦେଖିବାକୁ ମିଳିବ। ରାହୁଲ ଦ୍ରାବିଡଙ୍କୁ ଆଇପିଏଲ ୨୦୨୫ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳରେ ସାମିଲ କରିପାରନ୍ତି। ସେ ଯାହାବି ହେଉ ରାହୁଲ ଦ୍ରାବିଡ଼ କ୍ରିକେଟ୍ ଠାରୁ ଅଧିକ ସମୟ ଦୂରରେ ରହିପାରିବେ ନାହିଁ। ଏପରି ପରିସ୍ଥିତିରେ ସେ ମଧ୍ୟ ଏହି ପଦକୁ ହଁ କହିପାରନ୍ତି।

1. KKR
ଗୈତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର। ଯଦି ସେ ଭାରତୀୟ ଦଳର ମୁଖ୍ୟ କୋଚ୍ ହୁଅନ୍ତି ତେବେ ଗମ୍ଭୀରଙ୍କୁ କେକେଆରରୁ ତାଙ୍କ ପଦ ଛାଡିବାକୁ ପଡିବ। ଏଭଳି ପରିସ୍ଥିତିରେ ଯଦି କେକେଆରରେ ସେହି ପଦବୀ ଖାଲି ରହେ ତେବେ ଶାହାରୁଖ ଖାନ ରାହୁଲ ଦ୍ରାବିଡଙ୍କ ନିକଟକୁ ଯାଇ ତାଙ୍କୁ ମୁଖ୍ୟ କୋଚ୍ କିମ୍ବା ମେଣ୍ଟର ଭାବରେ ନିଯୁକ୍ତ କରିପାରିବେ।

2. RCB
ଦୁଇ ଭାଇଙ୍କ ଭଳି ଆଚରଣ ବିରାଟ କୋହଲି ଓ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ଅନେକ ଥର ଦେଖିବାକୁ ମିଳିଛି। ଏହା ବ୍ୟତୀତ ଆରସିବି କେବେବି ଟାଇଟଲ୍ ଜିତି ନାହିଁ, ତେଣୁ ଏହି ଦଳ ନୂଆ ସିଜିନ ପୂର୍ବରୁ ରାହୁଲ ଦ୍ରାବିଡଙ୍କ ସହ ଭାଗିଦାରୀ କରିପାରନ୍ତି। ତେବେ ଏଠାରେ ସେ ମୁଖ୍ୟ କୋଚ୍ ଭାବରେ ଯୋଗଦାନ କରିପାରିବେ। ତାଙ୍କ ସହର ମଧ୍ୟ ବେଙ୍ଗାଲୁରୁ ତେଣୁ ଦ୍ରାବିଡ୍ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

3.RR

ରାଜସ୍ଥାନ ରୟାଲ୍ସରେ ଯଦିଓ କୌଣସି ଖାଲି ସ୍ଥାନ ଥିବା ପରି ମନେ ହେଉନାହିଁ। ତଥାପି ଫ୍ରାଞ୍ଚାଇଜ୍ ଏହାର ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ଯେପରି ସମର୍ଥନ କରୁଛି, ତାହାକୁ ନେଇ ଏହା କୁହାଯାଇପାରେ ଯେ ପୂର୍ବତନ ଅଧିନାୟକ ତଥା ମହାନ ଖେଳାଳି ରାହୁଲ ଦ୍ରାବିଡଙ୍କ ସେ ଦଳରେ ସ୍ଥାନ ଦେଇପାରନ୍ତି। ଏଥିପାଇଁ ଦଳ ଯେକୌଣସି ସ୍ଥାନ ପ୍ରସ୍ତୁତ କରିପାରେ। ଦ୍ରାବିଡ ମଧ୍ୟ ପୂର୍ବରୁ RR ର ସହାୟକ କର୍ମଚାରୀଙ୍କ ଏକ ଅଂଶ ହୋଇସାରିଛନ୍ତି।

4. DC
ଦିଲ୍ଲୀ କ୍ୟାପିଟାଲ କ୍ରମାଗତ ଭାବରେ ଖରାପ ପ୍ରଦର୍ଶନ କରୁଛି ଓ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗଙ୍କୁ ମଧ୍ୟ ତାଙ୍କ ପଦ ଛାଡିବାକୁ ପଡିପାରେ। ଯଦି ସେହି ପଦବୀ ଖାଲି ହୋଇଯାଏ ତେବେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ଦ୍ରାବିଡଙ୍କ ନିକଟକୁ ଯାଇପାରେ। କାରଣ ଡିସିର କ୍ରିକେଟ୍ ନିର୍ଦ୍ଦେଶକ ତଥା ମେଣ୍ଟର ହେଉଛନ୍ତି ସୌରଭ ଗାଙ୍ଗୁଲି। ଦୁହିଁଙ୍କ ସମ୍ପର୍କ କାହାଠାରୁ ଅଛପା ନାହିଁ।

Read More
{}{}