Hindi News >>Home >>Odisha Sports

IND vs ENG 4th Test Day 2: ଇଂଲଣ୍ଡ ନାମରେ ଥିଲା ଦ୍ୱିତୀୟ ଦିନ; ଅସୁବିଧାରେ ଟିମ୍ ଇଣ୍ଡିଆ, ଭାରତର ସ୍କୋର ୨୧୯/୭

Ranchi Test: ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୭ ୱିକେଟ୍ ହରାଇ ୨୧୯ ରନ୍ ସ୍କୋର କରିଛି। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଥମ ଇନିଂସ ଆଧାରରେ ୧୩୫ ରନ୍ ପଛରେ ରହିଛି। ଦିନର ଖେଳ ଶେଷରେ ଧ୍ରୁଭ ଜୁରେଲ ଓ କୁଲଦୀପ ଯାଦବ ଅପରାଜିତ ଥିଲେ।  

Advertisement
India vs England 4th Test Day 2
India vs England 4th Test Day 2
Zee Odisha Desk|Updated: Feb 24, 2024, 05:26 PM IST
Share

India vs England 4th Test Day 2: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚି ଗ୍ରାଉଣ୍ଡରେ ଖେଳାଯାଉଛି। ରାଞ୍ଚି ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଦ୍ୱିତୀୟ ଦିନରେ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୭ ୱିକେଟ୍ ହରାଇ ୨୧୯ ରନ୍ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଭାରତ ପାଇଁ ବ୍ୟାଟିଂ କରୁଥିବା ଯଶସ୍ୱୀ ଜୈସୱାଲ ସର୍ବାଧିକ ୭୩ ରନ୍ ସଂଗ୍ରହ କରିଥିଲେ। ଭାରତ ବିପକ୍ଷ ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ୍ ସ୍କୋର କରିଥିଲା।

ଏପରି ଥିଲା ମ୍ୟାଚର ଦ୍ୱିତୀୟ ଦିନ
ରାଞ୍ଚି ଟେଷ୍ଟର ଦ୍ୱିତୀୟ ଦିନରେ ଖେଳ ଇଂଲଣ୍ଡର ବୋଲରଙ୍କ ପାଇଁ ସଫଳ ହୋଇଥିଲା। ପ୍ରଥମ ଇନିଂସରେ ଦ୍ୱିତୀୟ ଦିନରେ ଇଂଲଣ୍ଡର ବୋଲରମାନେ ଭାରତୀୟ ଦଳକୁ ୭ଟି ଝଟକା ଦେଇଥିଲେ। ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିପାରି ନାହାଁନ୍ତି। ବର୍ତ୍ତମାନ ମ୍ୟାଚରେ ଇଂଲଣ୍ଡ ଦଳର ଦୃଢ଼ତା ଦେଖାଯାଉଛି। ବର୍ତ୍ତମାନ ଭାରତ ପକ୍ଷରୁ ଧ୍ରୁଭ ଜୁରେଲ ୩୦ ରନ୍ ଓ କୁଲଦୀପ ଯାଦବ ୧୭ ରନ୍ କରି ପଡ଼ିଆରେ ଅପରାଜିତ ଅଛନ୍ତି। ଦ୍ୱିତୀୟ ଦିନରେ ଇଂଲଣ୍ଡ ପାଇଁ ବୋଲିଂ କରିବାକୁ ଯାଇ ଶୋଏବ ବଶୀର ନିଜ ନାମରେ ସର୍ବାଧିକ ୪ଟି ୱିକେଟ୍ କରିଥିଲେ।

ରାଞ୍ଚି ଟେଷ୍ଟ ମ୍ୟାଚରେ ବିହାର ଖେଳାଳି ଆକାଶ ଦୀପ ଟିମ ଇଣ୍ଡିଆରେ ଭାରତର ୩୧୩ ତମ ଟେଷ୍ଟ ଖେଳାଳି ଭାବରେ ଡେବ୍ୟୁ କରିଛନ୍ତି। ଏହା ଖେଳାଳିଙ୍କ ପାଇଁ ଏକ ସ୍ୱପ୍ନର ଡେବ୍ୟୁ ପରି। ସେ ନିଜର ଚମତ୍କାର ବୋଲିଂ ସହ ଇଂଲଣ୍ଡକୁ ପ୍ରଥମେ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଯେତେବେଳେ ଇଂଲଣ୍ଡର ସ୍କୋର ୪୭ ରନ୍ ଥିଲା, ଆକାଶ ଦୀପ ଗୋଟିଏ ଓଭରରେ ୨ଟି ୱିକେଟ୍ ନେଇ ଇଂଲଣ୍ଡର ଇନିଂସକୁ ଅସୁବିଧାରେ ପକାଇଥିଲେ। ପରେ ଦ୍ରୁତ ବୋଲର ମଧ୍ୟ ୪୨ ସ୍କୋରରେ ଜ୍ୟାକ୍ କ୍ରୋଲିଙ୍କୁ ବୋଲ୍ଡ କରି ଦେଇଥିଲେ। ଏହି ଚତ୍ମକାର ବୋଲିଂ ଯୋଗୁଁ ସେ ଲାଇମଲାଇଟକୁ ଆସିଛନ୍ତି। ଆକାଶ ଏପର୍ଯ୍ୟନ୍ତ ୧୭ ଓଭର ବୋଲିଂ କରିଛନ୍ତି, ଯେଉଁଥିରେ ସେ ୭୦ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି। ଏହି ଖେଳାଳି ନିଜ ଡେବ୍ୟୁରେ ବହୁତ ଖୁସି, ସେ ଗତକାଲି କ୍ୟାମେରା ଆଗରେ ଆସି ନିଜର ଖୁସି ବ୍ୟକ୍ତ କରିଥିଲେ।

Read More
{}{}