Home >>Odisha Sports

IPL 2024: ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାଁ ସହ ଜର୍ସି ଓ ଲୋଗୋ

IPL 2024: ଚଳିତ ସିଜିନ୍‌-୧୭ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀଙ୍କ (MS Dhoni) ଚେନ୍ନାଇ ସୁପର କିଙ୍ଗ୍ସ ଓ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Faf du Plessis) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ମାର୍ଚ୍ଚ ୨୨ ରାତି ୮ଟାରେ ଚେନ୍ନାଇରେ ଖେଳାଯିବ। ତେବେ ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ବଦଳିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାଁ ସହ ଏହାର ଲୋଗୋ ।

Advertisement
IPL 2024: ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାଁ ସହ ଜର୍ସି ଓ ଲୋଗୋ
Payal Priyadarshini|Updated: Mar 20, 2024, 02:17 PM IST
Share

IPL 2024: ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ ସିଜିନ୍‌-୧୭। ଏଥିପାଇଁ ସମସ୍ତ ୧୦ଟି ଦଳ ପ୍ରସ୍ତୁତ ରହିଥିବାବେଳେ କ୍ରିକେଟ୍ ପ୍ରେମୀ ଏହି ଦିନକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିରହିଛନ୍ତି । ଚଳିତ ସିଜିନ୍‌-୧୭ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀଙ୍କ (MS Dhoni) ଚେନ୍ନାଇ ସୁପର କିଙ୍ଗ୍ସ ଓ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Faf du Plessis) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ମାର୍ଚ୍ଚ ୨୨ ରାତି ୮ଟାରେ ଚେନ୍ନାଇରେ ଖେଳାଯିବ। ତେବେ ଆଇପିଏଲ ସିଜନ ଆରମ୍ଭ ହେବା ପୂର୍ବରୁ ବଦଳିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାଁ ସହ ଏହାର ଲୋଗୋ ।

ଖବର ଅନୁଯାୟୀ, ଆଇପିଏଲ ସିଜନ ପୂର୍ବରୁ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜରର  ନାମ ପରିବର୍ତ୍ତନ କରିଛି । ଏଣିକି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ 'ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ' ରହିବ ଦଳର ନାଁ । ନୂଆ ସିଜନ ପୂର୍ବରୁ ମଙ୍ଗଳବାର ଚିନ୍ନଷ୍ଟାଡ଼ିୟମ୍ ରେ ଆରସିବି ପକ୍ଷରୁ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳିମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅଧିନାୟକ ଫାପ୍ ଡୁ ପ୍ଲେସିସ, ବିରାଟ କୋହଲି ଓ ସ୍ମୃତି ମାନ୍ଧନା ଆରସିବିର ନୂଆ ନାଁ, ଲୋଗୋ ଓ ଜର୍ସିର ଉନ୍ମୋଚନ କରିଥିଲେ । ଜର୍ସିରେ ଲାଲି କଳା ରଙ୍ଗ ପରିବର୍ତ୍ତେି ଏଥର ଲାଲ ଓ ନୀଳ ରଙ୍ଗ ରହିଛି । ଆଇପିଏଲରେ ନାଁ ବଦଳାଇଥିବା ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଆରସିବି (RCB) ୩ ନମ୍ବର ଦଳ ଭାବେ ଉଭା ହୋଇଛି । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟ ନିଜ ଦଳର ନାଁ ବଦଳାଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ପୁରୁଣା ନାଁ ଦିଲ୍ଲୀ ଡେୟାରଡେଭିଲ୍ସ ଥିବା ବେଳେ ପଞ୍ଜାବ କିଙ୍ଗସର ନାଁ ପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ ଥିଲା ।

ସୂଚନାଯୋଗ୍ୟ, ୨୦୦୮ରେ ଆଇପିଏଲ ଆରମ୍ଭ ହେବା ସମୟରେ ବର୍ତ୍ତମାନର ବେଙ୍ଗାଲୁରୁ ସହରର ନାମ ବାଙ୍ଗୋଲୋର ଥିଲା । ସହର ନାମ ଅନୁଯାୟୀ, ଫ୍ରାଞ୍ଚାଇଜର ନାଁ ରଖାଯାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୨୦୧୪ ନଭେମ୍ବର ୨ ତାରିଖରେ ବାଙ୍ଗୋଲୋର ପରିବର୍ତ୍ତନ କରାଯାଇ ବେଙ୍ଗାଲୁରୁ ରଖାଯାଇଥିଲା । ମାତ୍ର ଫ୍ରାଞ୍ଚାଇଜ ନାମ ପରିବର୍ତ୍ତନ ହୋଇପାରିନଥିଲା ।

 

Read More
{}{}