Home >>Odisha Sports

Rinku Singh Wedding: ଆଇପିଏଲ ପରେ ରିଙ୍କୁ ସିଂହ ୟୁପିର ଏହି ସାଂସଦଙ୍କୁ କରିବେ ବିବାହ, ଝିଅର ବାପା କହିଲେ- ମୋ ଝିଅ…

Rinku Singh And Priya Saroj Wedding: ପ୍ରିୟା ସରୋଜଙ୍କ ବାପା ତୁଫାନି ସରୋଜ କହିଛନ୍ତି ଯେ ଏହି ଯୋଡି ବହୁତ ଭଲ। ରିଙ୍କୁର ପରିବାର ଆମ ପରିବାରକୁ ଭେଟିଛନ୍ତି। ଆମେ ଏହି ସମ୍ପର୍କ ପାଇଁ ମଧ୍ୟ ଆମର ସହମତି ଦେଇଛୁ। ବିବାହ ତାରିଖ ଆଇପିଏଲ ପରେ ସ୍ଥିର କରାଯିବ।  

Advertisement
Rinku Singh And Priya Saroj Wedding News
Rinku Singh And Priya Saroj Wedding News
Jagdish Barik|Updated: Jan 18, 2025, 09:34 PM IST
Share

Rinku And Priya Wedding: ଭାରତୀୟ ବିସ୍ଫୋରକ ବ୍ୟାଟସମ୍ୟାନ୍ ରିଙ୍କୁ ସିଂହ (Rinku Singh) ଏବଂ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ (Priya Saroj) ନିର୍ବନ୍ଧ ଖବର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଏହି ଖବରଗୁଡ଼ିକୁ ଗୁଜବ ବୋଲି ମଧ୍ୟ କୁହାଯାଉଛି। ଏହି ସମୟରେ ନିର୍ବନ୍ଧର କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରିୟାଙ୍କ ବାପା ତଥା ଜୌନପୁର ଜିଲ୍ଲାର କେରାକତ୍ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତୁଫାନି ସରୋଜ (Tufani Saroj) କହିଛନ୍ତି ଯେ ଉଭୟ ପରିବାର ମଧ୍ୟରେ ଏକ ସହମତି ପ୍ରାୟ ହୋଇସାରିଛି କିନ୍ତୁ ନିର୍ବନ୍ଧ ଏବଂ ବିବାହ ତାରିଖ ଆଇପିଏଲ-୨୦୨୫ (IPL 2025) ପରେ ନିର୍ଣ୍ଣୟ କରାଯିବ।

ଜୌନପୁର-ବାରାଣସୀ ରାଜପଥର ସିରକୋନି ଟୋଲ୍ ପ୍ଲାଜାରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସରୋଜ କହିଛନ୍ତି ଯେ ସେ ବିବାହ ବିଷୟରେ କେବଳ ରିଙ୍କୁ ସିଂହଙ୍କ ବାପାଙ୍କ ସହ କଥା ହୋଇଛନ୍ତି। ପ୍ରିୟା ଏବଂ ରିଙ୍କୁ ଗତ ଏକ ବର୍ଷ ଧରି ରିଲସେନଶିପରେ ଥିଲେ ଏବଂ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଦୁହେଁ ପରସ୍ପରକୁ ଭଲ ପାଆନ୍ତି।

ସେ କହିଛନ୍ତି ଯେ ଏହି ସମ୍ପର୍କରେ ଗୁରୁବାର ଦିନ ରିଙ୍କୁଙ୍କ ବାପାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ଯାହା ଫଳପ୍ରଦ ହୋଇଥିଲା। ସେ କହିଥିଲେ ଯେ ଆଗକୁ ଟି-୨୦ ଏବଂ ଆଇପିଏଲ ମ୍ୟାଚ୍ ଆସୁଛି ଯେଉଁଥିରେ ରିଙ୍କୁ ଖେଳିବେ। ଅନ୍ୟପଟେ ସଂସଦ ଅଧିବେଶନ ୧୩ ଜାନୁଆରୀରୁ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପ୍ରିୟା ସରୋଜ ବ୍ୟସ୍ତ ରହିବେ। ଏହା ପରେ ନିର୍ବନ୍ଧ ଏବଂ ବିବାହ ତାରିଖ ଚୂଡ଼ାନ୍ତ ହେବ। ତୁଫାନି ସରୋଜ କହିଛନ୍ତି ଯେ ରିଙ୍କୁଙ୍କ ପରିବାର ବହୁତ ଭଲ ଏବଂ ଉଭୟ ପରିବାର ଚାହାଁନ୍ତି ଯେ ଏହି ସମ୍ପର୍କକୁ ଚୂଡ଼ାନ୍ତ କରାଯାଉ।

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବାକୁ ଅଛି। ଯାହା ଜାନୁଆରୀ 22 ରୁ ଆରମ୍ଭ ହେବ। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଯେଉଁଥିରେ ରିଙ୍କୁ ସିଂହଙ୍କୁ ମଧ୍ୟ ସୁଯୋଗ ମିଳିଛି। ଆଜିକାଲି ରିଙ୍କୁ ଉତ୍ତର ପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି। ପୂର୍ବରୁ ତାଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳିବାର ଦେଖାଯାଇଥିଲା। ଏହା ପରେ ସେ ବିଜୟ ହଜାରେ ଟ୍ରଫିରେ ଖେଳୁଛନ୍ତି।

Read More
{}{}