Home >>Odisha Sports

Rinku Singh Engagement: ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂହ କଲେ ନିର୍ବନ୍ଧ! ଖୁବ୍ ଶିଘ୍ର କରିବେ ବିବାହ

Rinku Singh Engagement: ଭାରତୀୟ ଦଳର ଷ୍ଟାର ଖେଳାଳି ରିଙ୍କୁ ସିଂହ ନିର୍ବନ୍ଧ କରିଛନ୍ତି କରିଛନ୍ତି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ରିଙ୍କୁ ସିଂହ ଏସପି ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କରିଛନ୍ତି। କହି ରଖୁଛୁ ଯେ ପ୍ରିୟା ସରୋଜ ଉତ୍ତର ପ୍ରଦେଶର ମଛଲି ସହରରୁ ସାଂସଦ। ସେ ୨୦୨୪ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ।  

Advertisement
Rinku Singh Engagement
Rinku Singh Engagement
Jagdish Barik|Updated: Jan 17, 2025, 06:23 PM IST
Share

Rinku Singh Engagement: ଭାରତୀୟ ଦଳର ଯୁବ କ୍ରିକେଟର ରିଙ୍କୁ ସିଂହ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କରିଛନ୍ତି। ପ୍ରିୟା ସମାଜବାଦୀ ପାର୍ଟିର ଜଣେ ସାଂସଦ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିଙ୍କୁ କିଛି ଦିନ ପୂର୍ବରୁ ନିର୍ବନ୍ଧ କରିଛନ୍ତି। ରିଙ୍କୁ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଭାରତ ପାଇଁ ମଧ୍ୟ ଖେଳିଛନ୍ତି। ରିଙ୍କୁ ଭାରତୀୟ ଦଳକୁ ଅନେକ ମ୍ୟାଚ୍ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେ ଟି-୨୦ ଦଳର ଜଣେ ନିୟମିତ ସଦସ୍ୟ ରହିଛନ୍ତି।

ରିପୋର୍ଟ ଅନୁସାରେ ବାମହାତୀ ବ୍ୟାଟସମ୍ୟାନ୍ ରିଙ୍କୁ ସିଂହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିଙ୍କୁଙ୍କ ମଙ୍ଗେତର ମଛଲି ସହରରୁ ଲୋକସଭା ନିର୍ବାଚନ ଜିତିଥିଲେ ଏବଂ ୨୫ ବର୍ଷ ବୟସରେ ସାଂସଦ ହୋଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଥିବା ସରୋଜ ସୁପ୍ରିମକୋର୍ଟରେ ଜଣେ ଓକିଲ ଭାବରେ ମଧ୍ୟ କାମ କରିଛନ୍ତି।

ରିଙ୍କୁ ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ନଭେମ୍ବର ୨୦୨୪ ରେ ଖେଳିଥିଲେ। ସେ ଖୁବ୍‌ଶୀଘ୍ର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଖେଳୁଥିବାର ନଜର ଆସିବେ। ରିଙ୍କୁ ୨ଟି ଦିନିକିଆରେ ୫୫ ରନ୍ ଏବଂ ୩୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ୫୦୭ ରନ୍ କରିଛନ୍ତି।

ପ୍ରିୟା ସରୋଜଙ୍କ ଜନ୍ମ ୨୩ ନଭେମ୍ବର ୧୯୯୮ରେ ପ୍ରୟାଗରାଜରେ ହୋଇଥିଲା। ପ୍ରିୟା ହେଉଛନ୍ତି ଉତ୍ତର ପ୍ରଦେଶରୁ ତିନିଥର ସାଂସଦ ଏବଂ ବର୍ତ୍ତମାନର ବିଧାୟକ ତୁଫାନି ସରୋଜଙ୍କ ଝିଅ। ସରୋଜ ସମାଜବାଦୀ ପାର୍ଟିର ଜଣେ ସଦସ୍ୟ ଏବଂ ଭାରତୀୟ ରାଜନୀତିର ସବୁଠାରୁ ଯୁବ ନେତ୍ରୀଙ୍କ ମଧ୍ୟରୁ ଜଣେ। ପ୍ରିୟା ବାୟୁସେନା ସୁବର୍ଣ୍ଣ ଜୟନ୍ତୀ ପ୍ରତିଷ୍ଠାନରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ଏବଂ ଆମିଟି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ।

ତୁଫାନି ସରୋଜଙ୍କୁ ଉଦ୍ଧୃତ କରି ଏବିପି ନ୍ୟୁଜ୍ ଲେଖିଛନ୍ତି, 'ଆମେ ଏହି ସମ୍ପର୍କକୁ ଗମ୍ଭୀରତାର ସହ ବିଚାର କରୁଛୁ।' ଯେହେତୁ ଏହା ବିବାହର ବିଷୟ, ତେଣୁ ବହୁତ ଚିନ୍ତା କରିବା ପରେ ନିଷ୍ପତ୍ତି ନେବାକୁ ପଡିବ, କିନ୍ତୁ ସେମାନଙ୍କ ନିର୍ବନ୍ଧ ଖବର ଠିକ୍ ନୁହେଁ। ଆମର ବଡ଼ ଜ୍ୱାଇଁ ବର୍ତ୍ତମାନ ଆଲିଗଡ଼ରେ CJM ଭାବରେ ନିଯୁକ୍ତ ଅଛନ୍ତି। ରିଙ୍କୁ ସିଂହଙ୍କ ପରିବାର ସଦସ୍ୟ ପ୍ରିୟା ଏବଂ ରିଙ୍କୁଙ୍କ ସମ୍ପର୍କ ବିଷୟରେ ତାଙ୍କ ସହିତ କଥା ହୋଇଛନ୍ତି। କ୍ରିକେଟରମାନେ ସାଧାରଣତଃ ସେମାନଙ୍କ ଜୀବନକୁ ବ୍ୟକ୍ତିଗତ ରଖନ୍ତି ଏବଂ ଗଣମାଧ୍ୟମଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।

 

Read More
{}{}