Hindi News >>Home >>Odisha Sports

Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ ଋଷଭ ପନ୍ତ! ଅଧିନାୟକ ରେସରେ ଆଗରେ ଅଛନ୍ତି ଏହି ୨ ଖେଳାଳି

IPL 2025 mega auction: ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ଛାଡି ପାରନ୍ତି। ଏହା ପରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ କିଏ ହୋଇପାରିବେ ତାହାକୁ ନେଇ ୨ ଖେଳାଳିଙ୍କ ନାମ ସାମ୍ନାକୁ ଆସୁଛି।  

Advertisement
Rishabh Pant (Photo:RP)
Rishabh Pant (Photo:RP)
Jagdish Barik|Updated: Aug 11, 2024, 05:08 PM IST
Share

Delhi Capitals: ଏଥର ଆମେ ଆଇପିଏଲର ମେଗା ନିଲାମ ଦେଖିବାକୁ ଯାଉଛୁ। ମେଗା ନିଲାମରେ ଖେଳାଳିଙ୍କ ଅଦଳବଦଳ ମଧ୍ୟ ଦେଖିବାକୁ ମିଳିବ। ଏଥି ସହିତ ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ରିପୋର୍ଟ ଆସୁଛି ଯେ ଏଥର ଅନେକ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇପାରନ୍ତି। ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ ଋଷଭ ପନ୍ତ (Rishabh Pant) ଏଥର ଦିଲ୍ଲୀ କ୍ୟାପିଟାଲ୍ସ ଛାଡି ପାରିନ୍ତି। ଯଦି ଏହା ଘଟେ ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ସବୁଠୁ ବଡ ପ୍ରଶ୍ନ ଏହା ହେବ ଯେ ଦଳର ଅଧିନାୟକ କିଏ ହେବେ। ତେବେ ଏହି ରେସରେ ଦୁଇ ଖେଳାଳିଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି।

ଦିଲ୍ଲୀର ଅଧିନାୟକ ହୋଇପାରନ୍ତି ଏହି ୨ ଖେଳାଳି 

କେ.ଏଲ୍ ରାହୁଲ:

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲଙ୍କ ପାଇଁ ଆଇପିଏଲ୍ ୨୦୨୪ କିଛି ବିଶେଷ ନଥିଲା। ଏହି ସିଜିନରେ ତାଙ୍କ ବ୍ୟାଟିଂ ଭଲ ନଥିଲା କିମ୍ବା ସେ ଅଧିନାୟକତ୍ୱ ଭାବରେ କିଛି ବିଶେଷ ପ୍ରଦର୍ଶନ କରି ପାରିନଥିଲେ। ଏହି ସମୟ ମଧ୍ୟରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ମାଲିକ ସଞ୍ଜିନ ଗୋଏଙ୍କା ମଧ୍ୟ ଏକ ମ୍ୟାଚ୍ ହାରିବା ପରେ ରାହୁଲଙ୍କ ଉପରେ କ୍ରୋଧିତ ହେଉଥିବାର ନଜର ଆସିଥିଲେ।

ବର୍ତ୍ତମାନ LSG ରାହୁଲଙ୍କୁ ମେଗା ନିଲାମରେ ରିଲିଜ୍ କରିପାରେ। ଯାହା ପରେ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକ ଭାବରେ ଏକ ଦୃଢ଼ ବିକଳ୍ପ ହୋଇପାରନ୍ତି । କେଏଲ ରାହୁଲ ଗତ ତିନି ସିଜିନ ଧରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ ରହିଆସିଛନ୍ତି। ଥରେ ତାଙ୍କ ଅଧିନାୟକତ୍ୱରେ LSG ମଧ୍ୟ ପ୍ଲେ ଅଫ୍ ରେ ପହଞ୍ଚିଥିଲା।

ସୂର୍ଯ୍ୟକୁମାର:

ମୁମ୍ବାଇ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୫ ରେ ଅନ୍ୟ ଏକ ଦଳ ସାମିଲ ହେବାକୁ ଏଥର ମୁମ୍ବାଇ ଇଣ୍ଡିଆନ୍ସ ଛାଡିବାକୁ ଚିନ୍ତା କରିପାରନ୍ତି। ନିକଟରେ ସୁର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ଗସ୍ତରେ ଟି-୨୦ ଦଳ ଭାରତର ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିଥିଲା।

ଏହି ସିରିଜରେ ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ସିରିଜକୁ ୪-୧ ରେ ଜିତି ନେଇଥିଲା। ଏଭଳି ପରିସ୍ଥିତିରେ ଆସନ୍ତା ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକ ଭାବରେ ସୂର୍ଯ୍ୟକୁମାର ଯାଦବ ଏକ ଉତ୍ତମ ବିକଳ୍ପ ହୋଇପାରନ୍ତି।

Read More
{}{}