Home >>Odisha Sports

Virat Kohli: ଚାଞ୍ଚଲ୍ୟକର ଖୁଲାସା! କୋହଲିଙ୍କୁ ଯୋଗୁଁ ବିଶ୍ୱକପ୍ ଦଳରୁ ବାଦ ପଡିଥିଲେ ଏହି ଷ୍ଟାର ବ୍ୟାଟସମ୍ୟାନ୍

Robin Uthappa on Virat Kohli: ରବିନ ଉଥାପ୍ପା ବିରାଟ କୋହଲିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଉଥପ୍ପା ଦାବି କରିଛନ୍ତି ଯେ ୨୦୧୯ ବିଶ୍ୱକପ୍ ଦଳରୁ ଅମ୍ବାତି ରାୟୁଡୁଙ୍କୁ ବାଦ ଦେବା ପାଇଁ ବିରାଟ କୋହଲି ଦାୟୀ। ରାୟୁଡୁଙ୍କୁ ବିଶ୍ୱକପରେ ଭାରତର ନମ୍ବର-୪ ବ୍ୟାଟସମ୍ୟାନ୍ ବୋଲି କୁହାଯାଉଥିଲା କିନ୍ତୁ ଏମଏସକେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନ କମିଟି ତାଙ୍କୁ ଅଣଦେଖା କରି ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ବାଛିଥିଲା। 

Advertisement
Robin Uthappa made a sensational revelation on Virat Kohli
Robin Uthappa made a sensational revelation on Virat Kohli
Jagdish Barik|Updated: Jan 12, 2025, 04:54 PM IST
Share

Robin Uthappa on Virat Kohli: ରବିନ ଉଥାପ୍ପା ବିରାଟ କୋହଲିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଉଥପ୍ପା ଦାବି କରିଛନ୍ତି ଯେ ୨୦୧୯ ବିଶ୍ୱକପ୍ ଦଳରୁ ଅମ୍ବାତି ରାୟୁଡୁଙ୍କୁ ବାଦ ଦେବା ପାଇଁ ବିରାଟ କୋହଲି ଦାୟୀ। ରାୟୁଡୁଙ୍କୁ ବିଶ୍ୱକପରେ ଭାରତର ନମ୍ବର-୪ ବ୍ୟାଟସମ୍ୟାନ୍ ବୋଲି କୁହାଯାଉଥିଲା କିନ୍ତୁ ଏମଏସକେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନ କମିଟି ତାଙ୍କୁ ଅଣଦେଖା କରି ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ବାଛିଥିଲା। ରାୟୁଡୁ ତାଙ୍କୁ ଅଣଦେଖା କରାଯିବାକୁ ହାଲୁକା ଭାବରେ ନେଇ ନଥିଲେ ଏବଂ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚୟନ କମିଟିକୁ ଟାର୍ଗେଟ ମଧ୍ୟ କରିଥିଲେ।

ରାୟୁଡୁଙ୍କ ଏହି ସୋସିଆମ ମିଡିଆ ପୋଷ୍ଟ ତାଙ୍କ ବଦଳରେ ଚୟନ ହୋଇଥିବା ଖେଳାଳିଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ପାଇବାର ସମ୍ଭାବନାକୁ କ୍ଷତି ପହଞ୍ଚାଇଥିଲା। ଟୁର୍ଣ୍ଣାମେଣ୍ଟ ସମୟରେ ଭାରତକୁ ଦୁଇଜଣ ବଦଳ ଖେଳାଳିଙ୍କ ଆବଶ୍ୟକତା ଥିବା ବେଳେ ଏହି ଡାହାଣହାତୀ ବ୍ୟାଟସମ୍ୟାନଙ୍କୁ ମଧ୍ୟ ଅଣଦେଖା କରାଯାଇଥିଲା। ବିଶ୍ୱକପ୍‌ର ପ୍ରାୟ ଛଅ ବର୍ଷ ପରେ ରବିନ୍ ଉଥାପ୍ପା ଏହି ବଡ଼ ଖୁଲାସା କରିଛନ୍ତି ଏବଂ ରାୟୁଡୁଙ୍କୁ ଦଳରୁ ବାଦ ଦେବା ପାଇଁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଦାୟୀ କରିଛନ୍ତି। ଲଲନଣ୍ଟପ୍ ସହ ଏକ ସାକ୍ଷାତକାର ସମୟରେ ଉଥପ୍ପା ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରି କହିଛନ୍ତି ଯେ ରାୟୁଡୁଙ୍କ ଘରେ ବିଶ୍ୱକପ୍ ଡ୍ରେସ୍ ଏବଂ କିଟ୍ ବ୍ୟାଗ୍ ମଧ୍ୟ ଥିଲା।

ସେ କହିଛନ୍ତି, "ଯଦି ତାଙ୍କୁ (ବିରାଟ କୋହଲି) କେହି ପସନ୍ଦ ଆସି ନଥାନ୍ତି ତାଙ୍କୁ ବାହାର କରିଦେଇଥାନ୍ତେ। ରାୟୁଡୁ ଏହାର ସବୁଠାରୁ ବଡ଼ ଉଦାହରଣ। ଆପଣ ଖରାପ ଅନୁଭବ କରୁଛ। ପ୍ରତ୍ୟେକଙ୍କ ନିଜସ୍ୱ ପସନ୍ଦ ଅଛି, ମୁଁ ସହମତ, କିନ୍ତୁ ଜଣେ ଖେଳାଳି ତା'ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଆଫଣ ତାଙ୍କ ପାଇଁ ଦ୍ୱାର ବନ୍ଦ କରିପାରିବ ନାହିଁ। ତାଙ୍କ ଘରେ ବିଶ୍ୱକପ୍ ଡ୍ରେସ, ବିଶ୍ୱକପ୍ କିଟ୍ ବ୍ୟାଗ୍, ସବୁକିଛି ଥିଲା। ଜଣେ ଖେଳାଳି ଭାବୁଥିବେ ଯେ ସେ ବିଶ୍ୱକପ୍ ଖେଳିବ, କିନ୍ତୁ ଆପଣ ତାଙ୍କ ପାଇଁ ଦ୍ୱାର ବନ୍ଦ କରିଦେଲ। ମୋ ମତରେ ଏହା ଠିକ୍ ନଥିଲା।"

ରାୟୁଡୁ ୨୦୧୯ ବିଶ୍ୱକପ୍ ସମୟରେ ଅବସର ଘୋଷଣା କରିଥିଲେ କିନ୍ତୁ ଦୁଇ ମାସ ପରେ ସେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏହା ପରେ ସେ କେବେ ଭାରତ ପାଇଁ ଖେଳି ପାରିନଥିଲେ। ରାୟୁଡୁ ପୁଣି ଥରେ ୨୦୨୨ରେ ଆଇପିଏଲରୁ ଅବସର ଘୋଷଣା କରିଥିଲେ, କିନ୍ତୁ ତାଙ୍କ ପୋଷ୍ଟ ଡିଲିଟ୍ କରିଦେଇଥିଲେ। ତାଙ୍କର ଶେଷ ଅବସର ୨୦୨୩ ମସିହାରେ ହୋଇଥିଲା। ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମ୍ୟାଚ୍ ମଧ୍ୟରେ ଆଇପିଏଲ ୨୦୨୩ ଫାଇନାଲ ପୂର୍ବରୁ ରାୟୁଡୁ ତାଙ୍କର ଅବସର ଘୋଷଣା କରିଥିଲେ। ରାୟୁଡୁ ୨୦୨୩ ଆଇପିଏଲ ଟାଇଟଲ ଜିତିବା ପରେ ଅବସର ନେଇଥିଲେ।

Read More
{}{}