Hindi News >>Home >>Odisha Sports

Champions Trophy 2025: ପ୍ରକାଶ ପାଇଲା ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ! ଜାଣନ୍ତୁ କେବେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍

Champions Trophy 2025 Schedule: ୨୩ ଫେବ୍ରୁଆରୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳାଯାଇପାରିବ। ରିପୋର୍ଟ ଅନୁଯାୟୀ ଭାରତର ଏହାର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିପାରେ।  

Advertisement
Champions Trophy tentative schedule
Champions Trophy tentative schedule
Jagdish Barik|Updated: Dec 21, 2024, 06:46 PM IST
Share

Champions Trophy tentative schedule: ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ୧୯ ଫେବ୍ରୁଆରୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇପାରିବ। ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇପାରେ। ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ହୋଇପାରେ। ଏହି ମ୍ୟାଚ୍ କରାଚିରେ ଅନୁଷ୍ଠିତ ହୋଇପାରେ। ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନର ତିନୋଟି ସହର ଚୟନ କରାଯାଇପାରେ। କରାଚି ଏବଂ ଲାହୋର ସହିତ ଏଥିରେ ରାୱଲପିଣ୍ଡି ନାମିତ ରହିପାରେ।

ରେଭ୍ ସ୍ପୋର୍ଟସ୍ ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିରେ ତିନୋଟି ଗ୍ରୁପ୍ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ, ଦ୍ୱିତୀୟ ପାକିସ୍ତାନ ଏବଂ ତୃତୀୟ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇପାରେ। ୨ ମାର୍ଚ୍ଚରେ ଶେଷ ଗ୍ରୁପ୍ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। ୨୩ ଫେବ୍ରୁଆରୀରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଭେଟିପାରେ। ଯଦି ଆମେ ପ୍ରଥମ ସେମିଫାଇନାଲ ବିଷୟରେ ଆଲୋଚନା କରିବା ତେବେ ଏହା ୪ ମାର୍ଚ୍ଚରେ ଓ ଦ୍ୱିତୀୟ ସେମିଫାଇନାଲ୍ ୫ ମାର୍ଚ୍ଚରେ ଖେଳାଯାଇପାରେ।

କେବେ ଓ କେଉଁଠାରେ ଖେଳାଯିବ ଫାଇନାଲ-

୯ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଖେଳାଯାଇପାର। କିନ୍ତୁ ସ୍ଥାନ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏଥିପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି। ୪ ମାର୍ଚ୍ଚ ଓ ୫ ମାର୍ଚ୍ଚରେ ସେମିଫାଇନାଲ ମ୍ୟାଚ୍ ଖେଳାଯାଇପାରେ। ଟୁର୍ଣ୍ଣାମେଣ୍ଟର ଶେଷ ଗ୍ରୁଫ୍ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇପାରେ। କହିରଖୁଛୁ ଯେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ।

ଏପରି ହୋଇପାରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀ-

୧୯ ଫେବ୍ରୁଆରୀ - ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ 
୨୦ ଫେବ୍ରୁଆରୀ - ଭାରତ ବନାମ ବାଂଲାଦେଶ 
୨୧ ଫେବ୍ରୁଆରୀ - ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା 
୨୨ ଫେବ୍ରୁଆରୀ- ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ 
୨୩ ଫେବ୍ରୁଆରୀ - ଭାରତ ବନାମ ପାକିସ୍ଥାନ 
୨ ମାର୍ଚ୍ଚ - ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ 
୪ ମାର୍ଚ୍ଚ - ପ୍ରଥମ ସେମିଫାଇନାଲ 
୫ ମାର୍ଚ୍ଚ - ଦ୍ୱିତୀୟ ସେମିଫାଇନାଲ 
୯ ମାର୍ଚ୍ଚ - ଫାଇନାଲ୍ 

Read More
{}{}