Hindi News >>Home >>Odisha Sports

INDW vs AUSW: ସ୍ମୃତି ମନ୍ଧାନା-ଶେଫାଲୀ ଭର୍ମାଙ୍କ ଲଢୁଆ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କଲା ଭାରତ

INDW vs AUSW 1st T20I: ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହ ଟି-୨୦ ସିରିଜ ଆରମ୍ଭ କରିଛି। ବର୍ତ୍ତମାନ ଏହି ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି।  

Advertisement
INDW vs AUSW 1st T20I
INDW vs AUSW 1st T20I
Jagdish Barik|Updated: Jan 05, 2024, 10:44 PM IST
Share

INDW vs AUSW: ଭାରତୀୟ ମହିଳା ଦଳ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରି ଏକ ଭଲ ଆରମ୍ଭ କରିଛି। ଦୁଇ ଦିନ ପୂର୍ବେ ଟିମ୍ ଇଣ୍ଡିଆକୁ ODI ସିରିଜରେ କ୍ଲିନ୍ ସ୍ୱିପ୍‌ର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଭାରତ ଟି-୨୦ ରେ ପୁଣିଥରେ ନିଜ ବିଜୟ ଟ୍ରାକକୁ ଫେରିଛି। ବିଶେଷ କଥା ହେଲା ଭାରତର ଓପନିଂ ଯୋଡି ଚମତ୍କାର ପ୍ରଦର୍ଶନ କରିଥିଲେ ଓ ୧୩୭ ରନର ଚମତ୍କାର ଭାଗିଦାରୀ କରିଥିଲେ। ସ୍ମୃତି ମନ୍ଧାନା ଓ ଶେଫାଲୀ ଭର୍ମା ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି କଙ୍ଗାରୁ ଦଳ ୧୯.୨ ଓଭରରେ ମାତ୍ର ୧୪୧ ରନ୍‌ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ଯୁବ ବୋଲର ଟିଟାସ ସାଧୁ ୧୭ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ଶ୍ରେୟଙ୍କା ପାଟିଲ ଓ ଦୀପ୍ତି ଶର୍ମା ୨ଟି ଲେଖାଁଏ ୱିକେଟ୍ ହାସଲ କରିଥିଲେ। ଯେଉଁଠାରେ ଅମାନଜୋକ କୌର ଓ ରେଣୁକା ସିଂ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହାର ଜବାବରେ ଭାରତୀୟ ଦଳ ୧୭.୪ ଓଭରରେ ଗୋଟିଏ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା। ଶେଫାଲୀ ଭର୍ମା ଅପରାଜିତ ୬୪ ରନ ସ୍କୋର କରିଥିଲେ। ଯେଉଁଠାରେ ସ୍ମୃତି ମନ୍ଦନା ୫୪ ରନର ଇନିଂସ ଖେଳିଥିଲେ।

ଏହି ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିବା ଟିଟାସଙ୍କୁ ସ୍ମୃତି ମନ୍ଧାନା ପ୍ରଶଂସା କରିଥିଲେ। ମ୍ୟାଚ୍ ପରେ ସେ ତାଙ୍କୁ ଭେଟେରାନ ଝୁଲଣ ଗୋସ୍ୱାମୀଙ୍କ ସହ ତୁଳନା କରିଥିଲେ। ସେ କହିଛନ୍ତି ଯେ ଝୁଲଣ ମଧ୍ୟ ବଙ୍ଗଳାର ଓ ଟିଟାସ ମଧ୍ୟ ସେଠାରୁ ଆସିଛନ୍ତି। ସେ ତାଙ୍କ ବୟସ ଅନୁସାରେ ବହୁତ ବୁଦ୍ଧିମାନ। ଆଶାକରେ ସେ ଭଲ ବୋଲିଂ ଜାରି ରଖିବେ। ଏହି ଉଜ୍ଜ୍ୱଳ ପ୍ରଦର୍ଶନ ପାଇଁ ଟିଟାସଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ମଧ୍ୟ ଚୟନ କରାଯାଇଥିଲା।

ନାଭି ମୁମ୍ବାଇର ଡିଏ ପାଟିଲ ଷ୍ଟାଡିୟମରେ ଏହି ସିରିଜ୍ ଖେଳାଯାଉଛି। ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ବର୍ତ୍ତମାନ ୭ ଜାନୁଆରୀରେ ଖେଳିବ। ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ODI ସିରିଜରେ ୦-୩ ରେ ହାରି ଯାଇଥିଲା।

 

Read More
{}{}