Home >>Odisha Sports

WTC Final 2025: ୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା, ଫାଇନାଲରେ ହାରିଗଲା ଅଷ୍ଟ୍ରେଲିଆ

WTC Final 2025: ଦକ୍ଷିଣ ଆଫ୍ରିକା ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଜିତି କ୍ରିକେଟ୍ ଜଗତରେ ଏକ ଚମତ୍କାର କାରନାମା କରିଛି। ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପରେ ICC ଟ୍ରଫି ଜିତିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୧୯୯୮ ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।  

Advertisement
୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା (Photo: ICC)
୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା (Photo: ICC)
Jagdish Barik|Updated: Jun 14, 2025, 05:29 PM IST
Share

WTC Final 2025: ଦକ୍ଷିଣ ଆଫ୍ରିକା ଶନିବାର ଦିନ ଅଷ୍ଟ୍ରେଲିଆକୁ ପରାସ୍ତ କରି ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ ଜିତିଛି। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ପାଇଁ ୨୮୨ ରନର ଟାର୍ଗେଟ ରଖିଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ଏଡେନ୍ ମାର୍କରାମଙ୍କ ଶତକ ଏବଂ ଅଧିନାୟକ ଟେମ୍ବା ବାଭୁମାଙ୍କ ସହିତ ୧୪୭ ରନର ଭାଗୀଦାରୀ ଯୋଗୁଁ ୫ ୱିକେଟରେ ହାସ କରିନେଇଥିଲା। ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପରେ ICC ଟ୍ରଫି ଜିତିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୧୯୯୮ ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।

ଦକ୍ଷିଣ ଆଫ୍ରିକା ମ୍ୟାଚ୍ ର ଚତୁର୍ଥ ଦିନର ପ୍ରଥମ ସେସନରେ ଅଧିନାୟକ ଟେମ୍ବା ବାଭୁମାଙ୍କ ରୂପରେ ପ୍ରଥମ ଝଟକା ପାଇଥିଲା। ଟେମ୍ବା ବାଭୁମା ୧୩୪ ବଲ୍ ରେ ୬୬ ରନ କରି ଆଉଟ ହୋଇଥିଲେ। ଅଧିନାୟକ ପ୍ୟାଟ୍ କମିନ୍ସ ତାଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୨୫୦ ବଲ୍ ରେ ୧୪୭ ରନର ପାର୍ଟନରସିପ୍ ହୋଇଥିଲା। ଟ୍ରିଷ୍ଟାନ୍ ଷ୍ଟବ୍ସ ୪୩ ବଲ୍ ରେ ୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଷ୍ଟାର ବ୍ୟାଟସମ୍ୟାନ୍ ଏଡେନ୍ ମାର୍କରାମ ୨୦୭ ବଲ୍ ରେ ୧୩୬ ରନ୍ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ଗତ ଥର ଭାରତକୁ ପରାସ୍ତ କରି ଟାଇଟଲ ଜିତିଥିଲା ​​କିନ୍ତୁ ଏଥର ସେ ଟାଇଟଲ୍ ମ୍ୟାଚ୍ ରେ ପରାଜିତ ହୋଇଛି।

ଏହା WTC ରୂପରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ICC ଟାଇଟଲ୍। ଏହା ସହିତ ଟେମ୍ବା ବାଭୁମାଙ୍କ ଦଳ ଶେଷରେ ୨୭ ବର୍ଷର ICC ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ପୂର୍ବରୁ ୧୯୯୮ ମସିହାରେ ପ୍ରଥମ ଥର ପାଇଁ ICC ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍ ଜିତିଥିଲା। ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ ICC ଟ୍ରଫି ଥିଲା। ଏହା ପରେ ଆଫ୍ରିକୀୟ ଦଳକୁ ଦ୍ୱିତୀୟ ICC ଟାଇଟଲ୍ ଜିତିବା ପାଇଁ ୨୭ ବର୍ଷର ଦୀର୍ଘ ସମୟ ଲାଗିଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଦୁଇଟି ICC ଟାଇଟଲ୍ ମଧ୍ୟରେ ସବୁଠାରୁ ଲମ୍ବା ବ୍ୟବଧାନ। ପୂର୍ବରୁ ଏହି ସଫଳତା ୱେଷ୍ଟଇଣ୍ଡିଜ୍ ନାମରେ ଥିଲା। ୱେଷ୍ଟଇଣ୍ଡିଜ୍ ୨୫ ବର୍ଷ ପରେ ICC ଟ୍ରଫି କବଜା କରିଥିଲା।

୨୦୨୫ ବିଶ୍ୱକପ୍ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୨୧୨ ରନ୍ ରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକାର ଦଳ ପ୍ରଥମ ଇନିଂସରେ ମାତ୍ର ୧୩୮ ରନ୍ କରିବା ପରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୦୭ ରନ୍ କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ ରନ୍ ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକାର ଦଳ ଚତୁର୍ଥ ଦିନରେ ୫ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ଏଡେନ୍ ମାର୍କରାମ ୧୩୬ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ। ଟେମ୍ବା ବାଭୁମା ୬୬ ରନ୍ କରିଥିଲେ।

Read More
{}{}