Hindi News >>Home >>Odisha Sports

IPL 2024: ଏହି ଦିନ ଆରମ୍ଭ ହେବ IPL,ହେବ ଚୌକା, ଛକାର ବର୍ଷା

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଇଣ୍ତିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ର୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ  ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୂମଲ ସୂଚନା ( IPL Chairman Arun Dhumal )ଦେଇଛନ୍ତି।  ଚଳିତ ବର୍ଷ ସାଧାରଣ ନିର୍ବାଚନ (general election 2024) ହେବ।  ଏହା ସତ୍ତ୍ବେ ପୂରା ଆଇପିଏଲ୍

Advertisement
IPL 2024: ଏହି ଦିନ ଆରମ୍ଭ ହେବ IPL,ହେବ ଚୌକା, ଛକାର ବର୍ଷା
Zee Odisha Desk|Updated: Feb 21, 2024, 09:26 AM IST
Share

IPL 2024: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଇଣ୍ତିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ର୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ  ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୂମଲ ସୂଚନା ( IPL Chairman Arun Dhumal )ଦେଇଛନ୍ତି।  ଚଳିତ ବର୍ଷ ସାଧାରଣ ନିର୍ବାଚନ (general election 2024) ହେବ।  ଏହା ସତ୍ତ୍ବେ ପୂରା ଆଇପିଏଲ୍ (IPL)ଭାରତରେ ଖେଳାଯିବ । ପ୍ରଥମେ ୧୫ ଦିନ ଲାଗି କାର୍ଯ୍ୟ ସୂଚୀ ଘୋଷଣା କରାଯିବ। 

ALSO READ: Odisha News: ନିଯୁକ୍ତି ପର୍ବ, ଆଜି ବିଭିନ୍ନ ବିଭାଗର ୩୦୦ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

ଅରୁଣ ଧୂମଲ  ( IPL Chairman Arun Dhumal )କହିଛନ୍ତି ଯେ, ଆମେ ମାର୍ଚ୍ଚ ୨୨ରୁ  ଆଇପିଏଲ୍ ଆରମ୍ଭ କରିବାକୁ ଲକ୍ଷ ରଖିଛୁ।  ଏନେଇ ସରକାରଙ୍କ ସହ  ଆଲୋଚନା କରୁଛୁ।  ପ୍ରଥମେ ପ୍ରାରମ୍ଭିକ ମ୍ୟାଚ୍ ଗୁଡିକରେ କାର୍ଯ୍ୟସୂଚୀ ଘୋଷଣା କରିବୁ। ପରବର୍ତ୍ତୀ ସମୟରେ ବାକି ମ୍ୟାଚ୍ ଗୁଡିକ ଲାଗି ତାରିଖ ଘୋଷଣା କରାଯିବ।  ଦେଶର ସାଧାରଣ ନିର୍ବାଚନ ଯୋଗୁଁ  ୨୦୦୯ରେ ବିଦେଶରେ ଖେଳା ଯାଇଥିଲା। ୨୦୧୪ରେ ନିର୍ବାଚନ ବେଳେ ଆଇପିଏଲର କିଛି ମ୍ୟାଚ୍ ୟୁଏଇରେ ଆୟୋଜନ କରାଯାଇଥିଲା।  

ତେବେ, ୨୦୧୯ରେ ନିର୍ବାଚନ ସତ୍ତ୍ବେ ଆଇପିଏଲର ସମସ୍ତ ମ୍ୟାଚ୍ ଗୁଡିକ ଭାରତରେ ଖେଳାଯାଇଥିଲା।  ୨୦୨୪ରେ ଭାରତରେ ସମସ୍ତ ମ୍ୟାଚ୍ ଗୁଡିକ ଖେଳାଯିବ ବୋଲି ଧୂମଲ ନିଶ୍ଚିତ କରିଛନ୍ତି। ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ମେ’ ୨୬ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଚଳିତ ଆଇପିଏଲରେ ମୋଟ୍ ୧୦ଟି ଟିମ୍  ଭାଗ ନେବେ। ଆଉ ଏଥର ୭୪ଟି ମ୍ୟାଚ୍ ଖେଳାଯିବ। ଏବଂ ଚଳିତ ବର୍ଷର ଫାଇନାଲ୍ ମ୍ୟାଚ୍, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।  ବିଜୟୀ ଦଳଙ୍କୁ (Award Money-46.5 Crore) ୪୫.୫ କୋଟି ଟଙ୍କା ମିଳିବ। ତେବେ, ଚଳିତ ଆଇପିଏଲରେ କିଛି ନୂଆ ମୁଁହଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ। 

Read More
{}{}