Hindi News >>Home >>Odisha Sports

Cricketer Retirement: ଚାମ୍ପିଅନ୍ସ ଟ୍ରଫିର ଠିକ୍ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର ନେଲେ ଏହି ଷ୍ଟାର ବ୍ୟାଟସମ୍ୟାନ୍

Dimuth Karunaratne Retirement: ଶ୍ରୀଲଙ୍କାର ଭେଟେରାନ୍ ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ବିଦାୟୀ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। କହିରଖୁଛୁ ଯେ ଏହି ମ୍ୟାଚ୍ ୬ ଫେବୃଆରୀରୁ ଖେଳାଯିବ।  

Advertisement
Star batsman Dimuth Karunaratne retired from international cricket just before the Champions Trophy 2025
Star batsman Dimuth Karunaratne retired from international cricket just before the Champions Trophy 2025
Jagdish Barik|Updated: Feb 04, 2025, 03:04 PM IST
Share

Cricketer Retirement: ଶ୍ରୀଲଙ୍କାର ଭେଟେରାନ୍ ବ୍ୟାଟସମ୍ୟାନ୍ ତଥା ଦଳର ପୂର୍ବତନ ଅଧିନାୟକ ଦିମୁଥ କରୁଣାରତ୍ନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯଦିଓ ତାଙ୍କର ଏହି ଅବସର ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। ୬ ଫେବ୍ରୁଆରୀରୁ ଗାଲେରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଯାଉଛନ୍ତି। ଏହା ପୂର୍ବତନ ଶ୍ରୀଲଙ୍କା ଅଧିନାୟକଙ୍କ ପାଇଁ ୧୦୦ତମ ଟେଷ୍ଟ ମ୍ୟାଚ୍ ମଧ୍ୟ ହେବ। ଏହିପରି ସେ ସେହି ବିଶେଷ ଶତକ ପୂରଣ କରିବା ପରେ ଅବସର ନେବେ। ଏହା ପରେ ସେ କେବଳ ଟେଷ୍ଟ କ୍ରିକେଟକୁ ନୁହେଁ ବରଂ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ଅଲବିଦା କହିବେ।

କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ ଟପ୍ ଅର୍ଡରରେ ବ୍ୟାଟିଂ କରିବା ସମୟରେ ସମ୍ପ୍ରତି ଖରାପ ଫର୍ମ ଯୋଗୁଁ ଏହି ୩୬ ବର୍ଷୀୟ ଖେଳାଳି ଖେଳରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। କରୁଣାରତ୍ନେ ନିଜର ଶେଷ ସାତଟି ଟେଷ୍ଟରେ ମାତ୍ର ୧୮୨ ରନ୍ କରିଛନ୍ତି। ଯେଉଁଥିରେ ସେପ୍ଟେମ୍ବର ୨୦୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକମାତ୍ର ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ତାଙ୍କୁ ଘରୋଇ ପରିସ୍ଥିତିରେ ମଧ୍ୟ ସଂଘର୍ଷ କରୁଥିବାର ଦେଖାଯାଇଛି। ଏପରି ପରିସ୍ଥିତିରେ ସେ ଯୁବପିଢ଼ିଙ୍କୁ ସୁଯୋଗ ଦେବା ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି।

ଦିମୁଥ କରୁଣାରତ୍ନେ ୨୦୧୨ ମସିହାରେ ସେହି ପଡ଼ିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଯେଉଁଠାରେ ସେ ନିଜର କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ଶୂନ୍ୟ ଏବଂ ଅପରାଜିତ ୬୦ ରନ୍ କରିଥିଲେ। ଶ୍ରୀଲଙ୍କା ଏହି ମ୍ୟାଚ୍ କୁ ୧୦ ୱିକେଟରେ ଜିତିଥିଲା। ଏପର୍ଯ୍ୟନ୍ତ ଖେଳିଥିବା ୯୯ଟି ଟେଷ୍ଟ ମ୍ୟାଚ୍‌ରେ କରୁଣାରତ୍ନେ ୧୬ଟି ଟେଷ୍ଟ ଶତକ ସହିତ ମୋଟ ୭,୧୭୨ ରନ୍ କରିଛନ୍ତି। ୨୦୨୧ ମସିହାରେ ସେ ବାଂଲାଦେଶ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୪୪।

ଟେଷ୍ଟ କ୍ରିକେଟରେ ଶ୍ରୀଲଙ୍କାର ଜଣେ ଦୃଢ଼ ଖେଳାଳି ହେବା ସତ୍ତ୍ୱେ ସେ ୨୦୨୩ ମସିହାରେ ଆୟରଲ୍ୟାଣ୍ଡ ବିପକ୍ଷରେ ଏକମାତ୍ର ODI ଶତକ ଲଗାଇଥିଲେ। ସେ ଶ୍ରୀଲଙ୍କା ପାଇଁ ୫୦ଟି ଦିନିକିଆ ଏବଂ ୩୪ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। କିନ୍ତୁ ହ୍ୱାଇଟ୍ ବଲ୍ କ୍ରିକେଟରେ ତାଙ୍କର ପ୍ରଦର୍ଶନ ଏତେ ବିଶେଷ ନଥିୱା। ଶ୍ରୀଲଙ୍କା ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସ୍କୋରରଙ୍କ ତାଲିକାରେ ସେ ଚତୁର୍ଥ ସ୍ଥାନରେ ରହିବେ। ତାଙ୍କ ଆଗରେ କୁମାର ସାଙ୍ଗାକାରା (୧୨୪୦୦), ମାହେଲା ଜୟବର୍ଦ୍ଧନେ (୧୧୮୧୪) ଏବଂ ଆଞ୍ଜେଲୋ ମାଥ୍ୟୁସ୍ (୮୦୯୦) ଅଛନ୍ତି।

Read More
{}{}