Hindi News >>Home >>Odisha Sports

Shahid Afridi on Suresh Raina: ସହିଦ ଆଫ୍ରିଦିଙ୍କ ଅନୁରୋଧ ପରେ ସୁରେଶ ରାଇନା ଡିଲିଟ କଲେ ଟ୍ୱିଟ୍, ଜାଣନ୍ତୁ ପୂରା ମାମଲା

Shahid Afridi on Suresh Raina: ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ ସେ ସୁରେଶ ରାଇନାଙ୍କ ସହ କଥା ହୋଇଥିଲେ ଓ ପାକିସ୍ତାନୀ ସାମ୍ବାଦିକଙ୍କ ସହ ଯୁକ୍ତିତର୍କକୁ ନେଇ କରାଯାଇଥିବା ଟ୍ୱିଟକୁ ସେ ଡିଲିଟ କରି ଦେଇଛନ୍ତି।  

Advertisement
Shahid AfridiI on Suresh Raina
Shahid AfridiI on Suresh Raina
Jagdish Barik|Updated: May 30, 2024, 07:42 PM IST
Share

Shahid Afridi on Suresh Raina: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସୁରେଶ ରାଇନାଙ୍କ ସହ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ନୀରବତା ଭାଙ୍ଗିଛନ୍ତି। ଆଫ୍ରିଦି କହିଛନ୍ତି ଯେ ସେ ରାଇନାଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଥିଲେ ଏବଂ ପରେ ସେ ଏହି ପୋଷ୍ଟ ହଟାଇ ଦେଇଛନ୍ତି। ଆଇସିସି ଦ୍ୱାରା ଆଗାମୀ ବିଶ୍ୱକପ ପାଇଁ ଆମ୍ବାସଡର ଭାବେ ମନୋନୀତ ହୋଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା, ଯାହା ପରେ ରାଇନାକୁ ନେଇ ଜଣେ ପାକିସ୍ତାନୀ ସାମ୍ବାଦିକ ଟ୍ରୋଲ କରିଥିଲେ। ଆଫ୍ରିଦିଙ୍କ ନିଯୁକ୍ତିକୁ ନେଇ ପରିହାସ କରୁଥିବା ପାକିସ୍ତାନୀ ସାମ୍ବାଦିକଙ୍କୁ ରାଇନା ଏକ କଡା ଜବାବ ଦେଇଥିଲେ।

ପାକିସ୍ତାନୀ ସାମ୍ବାଦିକ X ରେ ଲେଖିଛନ୍ତି, ଆଇସିସି ସହିଦ ଆଫ୍ରିଦିଙ୍କୁ ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଏହାର ଆମ୍ୱାସଡ଼ର ଭାବରେ ନିଯୁକ୍ତ କରିଛି, ହେଲୋ ସୁରେଶ ରାଇନା? ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏହାର ଉତ୍ତରରେ ଲେଖିଥିଲେ, "ମୁଁ ଆଇସିସି ଆମ୍ବାସଡର ନୁହେଁ କିନ୍ତୁ ମୋ ଘରେ ୨୦୧୧ ବିଶ୍ୱକପ ଟ୍ରଫି ଅଛି, ମୋହାଲି ଖେଳ ମନେଅଛି?" ଆଶା କରୁଛି ଏହା ଆପଣଙ୍କ ପାଇଁ କିଛି ଅବିସ୍ମରଣୀୟ ସ୍ମୃତି ସତେଜ କରିବ।"

ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି କହିଛନ୍ତି, "ସୁରେଶ ରାଇନା ଓ ମୁଁ କ୍ରିକେଟ୍ ସମ୍ବନ୍ଧୀୟ ମୁହୂର୍ତ୍ତଗୁଡିକ ଅନେକ ଥର ସେୟାର କରିଛୁ ଏବଂ ସେ ଜଣେ ଭଲ ମିଣିଷ। ଅନେକ ଥର ମଜାକ ହୋଇଥାଏ। ସୋସିଆଲ ମିଡିଆରେ ତାଙ୍କର ପୋଷ୍ଟ ଦେଖିବା ପରେ ମୁଁ ତାଙ୍କ ସହ କଥା ହେଲି ଓ ସେ ଏକ ସାନଭାଇ ପରି ସ୍ଥିତିକୁ ବୁଝିଲେ। ସେ ଏହି ଟୁଇଟ୍ ଡିଲିଟ୍ କରିବାକୁ ରାଜି ହୋଇଥିଲେ। ସବୁ ଠିକ ଅଛି; ଏହିପରି ଘଟଣା ଘଟିଥାଏ। ମହାନ ଲୋକମାନେ ସେମାନଙ୍କର ଭୁଲକୁ ସ୍ୱୀକାର କରନ୍ତି ଓ ସଂଶୋଧନ କରନ୍ତି।

Read More
{}{}