Home >>Odisha Sports

T20 WC 2024: ବିଶ୍ୱକପରୁ ବିଦାୟ ନେଲେ ୧୨ ଦଳ

ସୁପର ୮ ପ୍ରଥମ ଗୃପରେ ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଓ ବାଂଲାଦେଶ ରହିଛନ୍ତି। ସେହିପରି ସୁପର-୮ର ଦ୍ୱିତୀୟ ଗୃପରେ ୟୁଏସଏ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ରହିଛନ୍ତି। 

Advertisement
T20 WC 2024: ବିଶ୍ୱକପରୁ ବିଦାୟ ନେଲେ ୧୨ ଦଳ
Prabhudatta Moharana|Updated: Jun 17, 2024, 12:57 PM IST
Share

T20 WC 2024: ନୂଆଦିଲ୍ଲୀ: ଚଳିତ ଟି-20 ବିଶ୍ୱକପରେ ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା। ବାଂଲାଦେଶ ମଧ୍ୟ ଏହି ମ୍ୟାଚକୁ ୨୧ ରନରେ ଜିତି ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବର୍ତ୍ତମାନ ସୁପର- ୮ ପାଇଁ ଆଠଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ଏହି ଆଠଟି ଦଳକୁ ଦୁଇଟି ଗୃପରେ ୪ଟି ଲେଖାଏଁ ଦଳ ରହିଛନ୍ତି। ଜୁନ୍ ୧୯ରୁ ସୁପର-୮ ମ୍ୟାଚ୍ ଖେଳାଯିବ। ସୁପର-୮ ର ସମସ୍ତ ମ୍ୟାଚ୍ ୱେଷ୍ଟଇଣ୍ଡିଜରେ ଖେଳାଯିବ।

ଆଜି ନେଦରଲ୍ୟାଣ୍ଡକୁ ପରାସ୍ତ କରି ସୁପର-୮ ପାଇଁ ଶେଷ ଦଳ ଭାବେ ବାଂଲାଦେଶ ଯୋଗ୍ୟତା ହାସଲ କରିଛି।  ବର୍ତ୍ତମାନ ସୁପର-୮ରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, ଆମେରିକା, ଇଂଲଣ୍ଡ, ଆଫଗାନିସ୍ତାନ ଏବଂ ବାଂଲାଦେଶର ଦଳ ଅଛନ୍ତି। ଏହି ସମସ୍ତ ଦଳକୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି। 

ସୁପର ୮ ପ୍ରଥମ ଗୃପରେ ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଓ ବାଂଲାଦେଶ ରହିଛନ୍ତି। ସେହିପରି ସୁପର-୮ର ଦ୍ୱିତୀୟ ଗୃପରେ ୟୁଏସଏ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ରହିଛନ୍ତି। 

ବାଦ ପଡିଲେ ଏହି ସବୁଦଳ
ଟି୨୦ ବିଶ୍ୱକପରେ ସୁପର ୮ ଲାଇନଅପ ଚୂଡ଼ାନ୍ତ ହୋଇ ସାରିଛି। ଚଳିତ ବିଶ୍ୱକପରେ ୨୦ଟି ଦଳଅଂଶଗ୍ରହଣ କରିଥିଲେ। ସୁପର ୮ ଲାଇନଅପ ଚୂଡାନ୍ତ ହେବା ପରେ ୧୨ଟି ଦଳ ଏହି କ୍ରିକେଟ ମହାକୁମ୍ଭରୁ ବିଦାୟ ନେଇଛନ୍ତି। ଏହି ବିଦାୟ ନେଇଥିବା ଦଳ ଗୁଡିକ ମଧ୍ୟରେ ଦୁଇଟି ବଡ଼ ଦଳ ରହିଛନ୍ତି। ଏଥିରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ପପୁଆ ନ୍ୟୁ ଗିନି, ନାମ୍ବିଆ, ଆୟରଲାଣ୍ଡ, କାନାଡା, ଓମାନ, ସ୍କଟଲାଣ୍ଡ, ଶ୍ରୀଲଙ୍କା, ଉଗାଣ୍ଡା, ନେପାଳ ଓ ନେଦରଲାଣ୍ଡ ରହିଛନ୍ତି। 

ନେଦରଲାଣ୍ଡକୁ ହରାଇ ସ୍ଥାନ ଚୂଡାନ୍ତ କଲା ବାଂଲାଦେଶ
ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନେଦରଲ୍ୟାଣ୍ଡକୁ ୨୧ ରନରେ ପରାସ୍ତ କରି ବାଂଲାଦେଶ ସୁପର-୮ ରେ ପ୍ରବେଶ କରିଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୦୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ ଦଳ ୮୫ ରନ୍ ରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ପାଇଁ ବୋଲିଂ କରୁଥିବାବେଳେ ତାନଜିମ ହାସନ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ମୁସ୍ତାଫିଜୁର ରହମାନ ୩ ୱିକେଟ୍ ନେଇଥିଲେ।

Read More
{}{}