Home >>Odisha Sports

Ravindra Jadeja: ବିଜେପିରେ ଯୋଗ ଦେଲେ ଏହି ଟି-୨୦ ବିଶ୍ୱକପ ବିଜେତା ଖେଳାଳି, ରାଜନିତୀରେ ଆରମ୍ଭ କଲେ ନୂଆ ଇନିଂସ

Ravindra Jadeja: ଟିମ୍ ଇଣ୍ଡିଆର ତାରକା କ୍ରିକେଟର ରବିନ୍ଦ୍ର ଜାଡେଜା ବିଜେପିରେ ଯୋଗ ଦେଇଛନ୍ତି। ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। କହିରଖୁଛୁ ଯେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ପୂର୍ବରୁ ବିଜେପିରେ ଅଛନ୍ତି।  

Advertisement
Ravindra Jadeja
Ravindra Jadeja
Jagdish Barik|Updated: Sep 05, 2024, 05:00 PM IST
Share

Ravindra Jadeja Joined BJP: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବିଜେପିରେ ଯୋଗ ଦେଇଛନ୍ତି। ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ପୂର୍ବରୁ ବିଜେପିରେ ଅଛନ୍ତି। ସେ ମଧ୍ୟ ଗୁଜରାଟର ଜାମନଗର ଉତ୍ତର ଆସନରୁ ଜଣେ ବିଧାୟକ। ଟିମ୍ ଇଣ୍ଡିଆର ତାରକା ଖେଳାଳି ରବିନ୍ଦ୍ର ଜାଡେଜା ବିଜେପିରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆରେ ଜଣେ ନୂତନ ସଦସ୍ୟ ଭାବରେ ତାଙ୍କ ଫଟୋ ସେୟାର କରି ତାଙ୍କ ପତ୍ନୀ ରିବାବା ଏହି ସୂଚନା ଦେଇଛନ୍ତି।

ପତ୍ନୀଙ୍କ ପାଇଁ କରି ସାରିଛନ୍ତି ପ୍ରଚାର
ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ପୂର୍ବରୁ ବିଜେପିରେ ଅଛନ୍ତି। ସେ ମଧ୍ୟ ଗୁଜରାଟର ଜାମନଗର ଉତ୍ତର ଆସନରୁ ଜଣେ ବିଧାୟକ। ବିଧାନସଭା ନିର୍ବାଚନ ସମୟରେ ଜାଡେଜା ତାଙ୍କ ପତ୍ନୀଙ୍କ ସହ ମଧ୍ୟ ନଜର ଆସିଥିଲେ। ସେ ଅନେକ ରୋଡ୍ ସୋରେ ମଧ୍ୟ ଭାଗ ନେଇଥିଲେ। ଏଥି ସହ ବର୍ତ୍ତମାନ ଜାଡେଜା ବିଜେପିରେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଦଳରେ ତାଙ୍କର ଭୂମିକା କ’ଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଜାଡେଜାଙ୍କ ପତ୍ନୀ ରିବାବା ୨୦୧୯ ରେ ବିଜେପି ଦଳରେ ଯୋଗ ଦେଇଥିଲେ। ଏହା ପରେ ଦଳ ତାଙ୍କୁ ୨୦୨୨ ମସିହାରେ ଜାମନଗର ବିଧାନସଭା ଆସନରୁ ଠିଆ କରିଥିଲା। ଯେଉଁଠାରେ ସେ କରଶନଭାଇ କରମୁରଙ୍କୁ ପରାସ୍ତ କରି ଜିତିଥିଲେ।

ନିକଟରେ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଥିବା ରବିନ୍ଦ୍ର ଜାଡେଜା ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ୨୦୨୩ ରେ ସେ ଶେଷ ODI ଖେଳିଥିଲେ। କ୍ରିକେଟ୍ କୁ ସମ୍ପୂର୍ଣ୍ଣ ବିଦାୟ ଦେବା ପରେ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିବ। ବିଧାନସଭା ନିର୍ବାଚନ ସମୟରେ ରବିନ୍ଦ୍ର ଜାଡେଜା ତାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ନିର୍ବାଚନ ପ୍ରଚାର ଦାୟିତ୍ୱ ତୁଲାଉଥିବାର ନଜର ଆସିଥିଲେ, ସେ ଅନେକ ରୋଡ୍ ସୋ ମଧ୍ୟ କରିଥିଲେ। ଏହି ମାସରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଜାଡେଜାଙ୍କୁ ମଧ୍ୟ ଦେଶପାଇଁ ଖେଳୁଥିବା ଦେଖିବାକୁ ମିଳିବ।

Also Read: Jio ନିଜର କୋଟି କୋଟି ଗ୍ରାହକଙ୍କୁ ଦେଲା ଏକ ବଡ ଉପହାର! ୧୦ ସେପ୍ଟେମ୍ବର ଯାଏଁ ମିଳିବ ଏହି ଅତିରିକ୍ତ ସୁବିଧା

 

Read More
{}{}