Hindi News >>Home >>Odisha Sports

Afghanistan: ବିଶ୍ୱକପରେ ବଡ଼ ବିପର୍ଯ୍ୟୟ, ସେମିରେ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବାଂଲାଦେଶକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଆଫଗାନିସ୍ତାନ କ୍ରିକେଟ୍ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଏଠାରେ କହି ରଖୁ ଯେ ବାଂଲାଦେଶ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ଏକ ଚମତ୍କାର ବିଜୟ ହାସଲ

Advertisement
Afghanistan: ବିଶ୍ୱକପରେ ବଡ଼ ବିପର୍ଯ୍ୟୟ, ସେମିରେ ଆଫଗାନିସ୍ତାନ
Prabhudatta Moharana|Updated: Jun 25, 2024, 11:43 AM IST
Share

Afghanistan: ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବାଂଲାଦେଶକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଆଫଗାନିସ୍ତାନ କ୍ରିକେଟ୍ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଏଠାରେ କହି ରଖୁ ଯେ ବାଂଲାଦେଶ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ଏକ ଚମତ୍କାର ବିଜୟ ହାସଲ କରିଛି। ଏହା ସହିତ ଦଳ ସେମିଫାଇନାଲରେ ପ୍ରଥମ ଥର ପାଇଁ ପ୍ରବେଶ କରିଛି। ବର୍ତ୍ତମାନ ଆଫଗାନିସ୍ତାନ ଦଳ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେମିଫାଇନାଲ ମ୍ୟାଚ୍ ୨୭ ଜୁନ୍ ସକାଳ ୬ଟାରେ ଖେଳାଯିବ। 

ଗୃପ ଷ୍ଟେଜରେ ନ୍ୟୁଜିଲାଣ୍ଡକୁ ହରାଇଥିଲା
ଗ୍ରୁପ୍ ପର୍ଯ୍ୟାୟରେ ଆଫଗାନିସ୍ତାନ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଖେଳିଥିବା ୪ଟି ମ୍ୟାଚ୍ ମଧ୍ୟରୁ ଏହା ୩ଟି ମ୍ୟାଚ୍ ଜିତି ସୁପର ୮ ପାଇଁ ଟିକେଟ ପାଇଥିଲା। ସୁପର ୮ରେ ନ୍ୟୁଜିଲ୍ୟାଣ୍ଡ ପରି ଏକ ବଡ଼ ଦଳକୁ ପରାସ୍ତ କରି ଆଫଗାନିସ୍ତାନ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ଏଠାରୁ ଆଫଗାନିସ୍ତାନ ଦଳ ଶୃଙ୍ଖଳିତ ତଥା ଦଳଗତ ଖେଳ ପ୍ରଦର୍ଶନ କରିଥିଲା। 

ସୁପର ୮ରେ ଅଷ୍ଟ୍ରେଲିଆ
ସୁପର ୮ରେ ଅଷ୍ଟ୍ରେଲିଆ ଦଳକୁ ପରାସ୍ତ କରି ଆଫଗାନିସ୍ତାନ ବିଶ୍ୱ କ୍ରିକେଟକୁ ଚକିତ କରିଥିଲା। ଅଷ୍ଟ୍ରେଲିଆ ପରି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରି ଆଫଗାନିସ୍ତାନ ପ୍ରମାଣ କରିଛି ଯେ ଏହା ଆଉ ଏକ ଅଣ୍ଡରଡଗ୍ ଦଳ ନୁହେଁ। ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲ ଦୌଡ଼ରେ ନିଜକୁ ସାମିଲ କରିପାରିଛି। 

ଆଫଗାନିସ୍ତାନ ବିଜୟର ନାୟକ
ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଦମଦରା ପ୍ରଦର୍ଶନ ଏହି ଖେଳାଳିଙ୍କ ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହିଥିଲା। ବିଶେଷକରି ଦ୍ରୁତ ବୋଲର ଫଜଲହକ୍ ଫାରୁକି ଏହି ଅଭିଯାନରେ ତାଙ୍କ ବୋଲିଂ ସହିତ ହଇଚଇ ସୃଷ୍ଟି କରିଥିଲେ। ଫଜଲହକ୍ ଫାରୁକି ୧୬ଟି ୱିକେଟ୍ ନେଇଥିଲେ ଏବଂ ଦଳକୁ ଆଗ ପାଦରେ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରସିଦ ଖାନ
ଅଧିନାୟକ ରସିଦ ଖାନ ଏହି ଟୁର୍ଣ୍ଣାମେଣ୍ଟରେ ଦଳଗତ ପ୍ରଦର୍ଶନ କରିବାରେ ସଫଳ ରହିଛନ୍ତି। ଦଳର ସମସ୍ତ ଖେଳାଳିଙ୍କୁ ନେଇ ପ୍ରଦର୍ଶନ କରିବାରେ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ରସିଦ ମଧ୍ୟ ତାଙ୍କ ବୋଲିଂ ସହିତ ଚମତ୍କାର ପ୍ରଦର୍ଶନ କରି ୧୦ ୱିକେଟ୍ ନେଇଥିଲେ। ଏହି ବିଶ୍ୱକପ୍‌ରେ ରସିଦଙ୍କ ଅଧିନାୟକତ୍ୱ ଦମଦାର ରହିଛି। ଅଧିନାୟକ ଭାବରେ ଦଳର ଖେଳାଳିଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା, ଯେଉଁଥିପାଇଁ ଆଜି ଆଫଗାନିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରିଛି।

ରେହମାନୁଲ୍ଲାହ ଗୁରବାଜ
ଓପନର୍ ରହମାନୁଲ୍ଲା ଗୁରୁବାଜ ତାଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ବିରୋଧୀ ବୋଲର ଚିତପଟାଙ୍ଗ ମାରିଥିଲେ। ଏହି ବ୍ୟାଟ୍ସମ୍ୟାନ୍ ଯେପରି ଆକ୍ରାମକ ଶୈଳୀରେ ବ୍ୟାଟିଂ କରିଥିଲେ, ଏହା ବିପକ୍ଷ ଦଳର ରଣନୀତିକୁ ସମ୍ପୂର୍ଣ୍ଣ ଭାବେ ବିବ୍ରତ କରିଥିଲା। ରହମାନୁଲ୍ଲା ଗୁରୁବାଜ ୭ଟି ମ୍ୟାଚରେ ମୋଟ ୨୮୧ ରନ୍ ସ୍କୋର କରିଥିଲେ। ଗୁରୁବାଜ ଟି-୨୦ ବିଶ୍ୱକପ ୨୦୨୪ରେ ସର୍ବାଧିକ ରନ୍ ସ୍କୋରର୍।

ଦଳର ଅନ୍ୟତମ ଓପନର ଇବ୍ରାହିମ ଜାଦରାନ ମଧ୍ୟ ଦଳକୁ ସେମିଫାଇନାରେ ପହଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଉଭୟ ଓପନର ଆଫଗାନିସ୍ତାନ ଦଳ ପାଇଁ ଏକ ଆକ୍ରାମକ ଢଙ୍ଗରେ ଆରମ୍ଭ କରିଥିଲେ। ଇବ୍ରାହିମ ଜାଦରାନ ୭ଟି ମ୍ୟାଚରେ ୨୨୯ ରନ୍ ସଂଗ୍ରହ କରିଛନ୍ତି। ଉଭୟ ବ୍ୟାଟସମ୍ୟାନଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଏହି ଟୁର୍ନାମେଣ୍ଟରେ ଆଫଗାନିସ୍ତାନ ଦଳକୁ ସେମିରେ ପ୍ରବେଶ କରାଇଥିଲା। 

Read More
{}{}