Home >>Odisha Sports

India Test Squad: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା, ଧୃବ ଜୁରେଲଙ୍କୁ ମିଳିଲା ସୁଯୋଗ

ଏହି ଦଳରେ ତିନି ଜଣ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ, କେ.ଏସ୍ ଭରତଙ୍କ ସହ ଧୃବ ଜୁରେଲ ସ୍ଥାନ ପାଇଛନ୍ତି। ଏଠାରେ କହି ରଖୁ କି ଏହି ଟେଷ୍ଟ ସିରିଜ୍ ଜାନୁଆରୀ ୨୫ରୁ ଆରମ୍ଭ ହେବ।

Advertisement
India Test Squad: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା, ଧୃବ ଜୁରେଲଙ୍କୁ ମିଳିଲା ସୁଯୋଗ
Zee Odisha Desk|Updated: Jan 13, 2024, 12:28 PM IST
Share

India Test Squad: ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଆହତ କାରଣରୁ ମହମ୍ମଦ ଶାମି ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ସ୍ଥାନ ମିଳି ନ ଥିବାବେଳେ ଇଶାନ କିଶନଙ୍କୁ ଅଣଦେଖା କରାଯାଇଛି। ଏଥି ସହିତ ଅଣସଂରକ୍ଷିତ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧୃଭ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ଦଳର ନେତୃତ୍ୱ ନେବେ ରୋହିତ ଶର୍ମା। ଏହି ଦଳରେ ତିନି ଜଣ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ, କେ.ଏସ୍ ଭରତଙ୍କ ସହ ଧୃବ ଜୁରେଲ ସ୍ଥାନ ପାଇଛନ୍ତି। ଏଠାରେ କହି ରଖୁ କି ଏହି ଟେଷ୍ଟ ସିରିଜ୍ ଜାନୁଆରୀ ୨୫ରୁ ଆରମ୍ଭ ହେବ।

ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, କେଏସ ଭରତ, ଧୃବ ଜୁରେଲ, ଆର ଅଶ୍ୱିନ, ଆର ଜାଡ଼େଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରିତ ବୁମରା, ଅଭେଶ ଖାନ

ଇଂଲଣ୍ଡ ଦଳ
ବେନ ଷ୍ଟୋକସ, ରେହାନ ଅହମ୍ମଦ, ଜେମ୍ସ ଆଣ୍ଡରସନ, ଗସ ଏଟକିଂସନ, ଜନୀ ବେୟାରଷ୍ଟୋ, ଶୋଏବ ବସିର, ହ୍ୟାରି ବୃକ, ଜ୍ୟାକ କ୍ରାଲୀ, ବେନ ଡକେଟ, ବେନ ଫକ୍ସ, ଟମ ହାର୍ଟଲ, ଜ୍ୟାକ ଲିଚ, ଓଲି ପୋପ୍, ଓଲି ରବିନସନ, ଜୋ ରୁଟ, ମାର୍କ ଉଡ଼

ଭାରତ ବନାମ ଇଂଲଣ୍ଡ
ପ୍ରଥମ ଟେଷ୍ଟ: ୨୫-୨୯ ଜାନୁଆରୀ, ହାଇଦ୍ରାବାଦ
ଦ୍ୱିତୀୟ ଟେଷ୍ଟ: ୨-୬ ଫେବୃଆରୀ, ଭାଇଜାଗ
ତୃତୀୟ ଟେଷ୍ଟ: ୧୫-୧୯ ଫେବୃଆରୀ, ରାଜକୋଟ
ଚତୁର୍ଥ ଟେଷ୍ଟ: ୨୩-୨୭ ଫେବୃଆରୀ, ରାଞ୍ଚି
ପଞ୍ଚମ ଟେଷ୍ଟ: ୭-୧୧ ମାର୍ଚ୍ଚ, ଧର୍ମଶାଳା

Read More
{}{}