Hindi News >>Home >>Odisha Sports

Rohit Sharma Centuries: ୱେଷ୍ଟଇଣ୍ଡିଜ ଗସ୍ତରେ ଦଶମ ଟେଷ୍ଟ ଶତକ ହାସଲ କଲେ ରୋହିତ ଶର୍ମା

Rohit Sharma Test Career: ନିଜର ଟେଷ୍ଟ କ୍ୟାରିୟର ରେ ଦଶମ ଶତକ ହାସଲ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା।

Advertisement
Rohit Sharma Centuries: ୱେଷ୍ଟଇଣ୍ଡିଜ ଗସ୍ତରେ ଦଶମ ଟେଷ୍ଟ ଶତକ ହାସଲ କଲେ ରୋହିତ ଶର୍ମା
Zee Odisha Desk|Updated: Jul 14, 2023, 01:16 AM IST
Share

Team India Captain: ୱେଷ୍ଟଇଣ୍ଡିଜ୍ ଗସ୍ତ ଅବସରରେ ଏକ ଶତକୀୟ ପାଳି ସହ ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଡୋମିନିକା ଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟେଷ୍ଟ ମୁକାବିଲାରେ ରୋହିତ ଶର୍ମା ୨୨୦ ବଲ ଖେଳି ଦଶମ ଶତକ ହାସଲ କରିଥିଲେ। ତାଙ୍କର ଶତକୀୟ ପାଳିରେ ଭାରତୀୟ ଦଳର ଅଧିନାୟକ ୧୦ ଚୌକା ଏବଂ ୨ ଛକା ମାରିଥିଲେ। ନିଜର ଟେଷ୍ଟ କ୍ୟାରିୟର ମଧ୍ୟରେ ଏହା ହେଉଛି ଦଶମ ଶତକ। 

ଏହା ସହିତ ସେ ଚଳିତ ବର୍ଷ ଟେଷ୍ଟ ମ୍ୟାଚ୍ ରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ଗତ ଫେବୃଆରୀରେ ଅନୁଷ୍ଠିତ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ୧୨୦ ରନ୍ ର ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ ଟିମ ଇଣ୍ଡିଆ କ୍ୟାପ୍ଟେନ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରୋହିତ ଶର୍ମାଙ୍କ ଶତକ ୧୦ବର୍ଷ ପରେ ଆସିଥିଲା ​। ଶେଷ ଥର ପାଇଁ ଗତ ୨୦୧୩ ବର୍ଷରେ ରୋହିତ ଶର୍ମା କ୍ରମାଗତ ଦୁଇଟି ମ୍ୟାଚ୍ ରେ ଦୁଇଟି ଶତକ ହାସଲ କରିଥିଲେ। ତାଙ୍କ ପାଇଁ ଏହା ମଧ୍ୟ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା।

୧୦୩ ରନ କରି ଆଉଟ ହେଲେ ରୋହିତ ଶର୍ମା
ଯଦିଓ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମୁକାବିଲାରେ ଶତକ ହାସଲ କରିଥିଲେ। ହେଲେ ଭାରତୀୟ ଦଳର ଅଧିନାୟକ ତାଙ୍କ ପାଳିକୁ ଆଗକୁ ବଢାଇ ପାରି ନଥିଲେ। ଯଦିଓ ପଡ଼ିଆରେ ରନ୍ ସ୍କୋର କରିବା ସହଜ ନଥିଲା। ହେଲେ ରୋହିତ ଶର୍ମା ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବାର ଲାଗୁଥିଲା ଯେ ତାଙ୍କ ପାଳିକୁ ଆହୁରି ଆଗକୁ ନେଇଥାଇନ୍ତି। ମାତ୍ର ୧୦୩  ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ଯାଇଥିଲେ ଟିମ ଇଣ୍ଡିଆ କ୍ୟାପ୍ଟେନ।

ଯଶସ୍ୱୀ ଜୈସ୍ୱାଲଙ୍କ କରିଥିଲେ ୨୨୯ ରନ ଭାଗିଦାରୀ 
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଚେଷ୍ଟ ମୁକବିଲାରେ ରୋହିତ ଶର୍ମା ଇନିଂସ ଆରମ୍ଭ କରିଥିଲେ। ଯଶସ୍ୱୀ ଜୈସ୍ୱାଲଙ୍କ ସହ ପ୍ରଥମ ୱିକେଟ୍ ପାଇଁ ରୋହିତ ଶର୍ମା ୨୨୯ ରନ୍ ର ଭାଗିଦାରୀ କରିଥିଲେ। ଏହି ସମୟ ମଧ୍ୟରେ ଯଶସ୍ୱୀ ଜୈସ୍ୱାଲ ମଧ୍ୟ ତାଙ୍କର ଶତକ ହାସଲ କରିଥିଲେ। ଏହା ମଧ୍ୟ ତାଙ୍କର ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଥିଲା। ପ୍ରଥମ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ହୋଇ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ବିଦେଶୀ ମାଟିରେ ଶତକ ହାସଲ କରିଛନ୍ତି।

ଏହି ମାମଲାରେ ଯଶସ୍ୱୀ ଜୈସ୍ୱାଲ ପୃଥି ଶ ଏବଂ ଶିଖର ଧାୱନ କ୍ଲବ୍ ରେ ମଧ୍ୟ ଯୋଗ ଦେଇଛନ୍ତି। ଭାରତ ପାଇଁ ଶିଖର ଧାୱନ ଏବଂ ପୃଥି ଶ ମଧ୍ୟ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ରେ ଓପନର୍ ବ୍ୟାଟ୍ସମ୍ୟାନ୍ ଭାବରେ ଏକ ଶତକ ହାସଲ କରିବାର କୀର୍ତ୍ତିମାନ କରିଛନ୍ତି।

ପ୍ରଥମ ପାଳିରେ ୧୫୦ ରନ କରି ଅଟକି ଗଲା ୱେଷ୍ଟଇଣ୍ଡିଜ୍ 
ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କ୍ରେଗ ବ୍ରାଥୱାଇଟ୍ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅବଶ୍ୟ ତାଙ୍କର ଏହି ନିଷ୍ପତ୍ତି ଫଳପ୍ରଦ ହେଲା ନାହିଁ। ଆୟୋଜକ  ଦଳ ପ୍ରଥମ ପାଳିରେ ମାତ୍ର ୧୫୦ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ପରେ ବୋଲିଂ ବେଳେ ମଧ୍ୟ ସଂଘର୍ଷ କରିଥିଲା। ଯେଉଁଥିପାଇଁ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସ୍ୱାଲ ଶତକ ହାସଲ କରିବାରେ ସଫଳ ହୋଇଥିଲେ।

Read More
{}{}