Vaibhav Suryavanshi Century: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡରେ ଇତିହାସ ସୃଷ୍ଟି କରିଛନ୍ତି। ଭାରତ ଅଣ୍ଡର ୧୯ ପାଇଁ ଖେଳୁଥିବା ୧୪ ବର୍ଷୀୟ ଜଣେ ପ୍ରତିଭାଶାଳୀ ବ୍ୟାଟସମ୍ୟାନ୍ ବୈଭବ ଇଂଲଣ୍ଡ ଅଣ୍ଡର ୧୯ ଦଳ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ୫ ମ୍ୟାଚ୍ ସିରିଜର ଚତୁର୍ଥ ଯୁବ ଦିନିକିଆ ମ୍ୟାଚ୍ ରେ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଏହି ସମୟ ମଧ୍ୟରେ ବୈଭବ ନିଜ ନାମରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ସେ ୫୨ ବଲ୍ ରେ ତାଙ୍କର ଶତକ ପୂରଣ କରିଛନ୍ତି। ଯେତେବେଳେ କି ସେ ୨୪ ବଲ୍ ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।
ବୈଭବ ନିଜ ଶତକୀୟ ଇନିଂସରେ ୧୦ ଚୌକା ଏବଂ ୭ ଛକା ମାରିଥିଲେ। ବୈଭବ ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଶତକ ହାସଲ କରିଥିଲେ। ଯେତେବେଳେ ସେ ଯୁବ ଟେଷ୍ଟରେ ମଧ୍ୟ ଶତକ ହାସଲ କରିଛନ୍ତି। ଏହି ଶତକ ସହ ସେ ଅଣ୍ଡର ୧୯ ଇତିହାସରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି।
ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ଅଛି। ସିରିଜର ପ୍ରଥମ ମ୍ୟାଚ୍ ଭାରତ ଜିତିଥିଲା ବେଳେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଏକଦମ ପ୍ରତ୍ୟାବର୍ତ୍ତନ କରିଥିଲା। ତା'ପରେ ଭାରତ ତୃତୀୟ ଦିନିକିଆ ଜିତି ସିରିଜରେ ଆଗୁଆ ରହିଛି। ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜ୍ କବଜା କରିବାକୁ ନଜର ରଖିଛି।
ବୈଭବ ପ୍ରଥମ ମ୍ୟାଚ୍ରେ ୪୮ ରନ୍, ଦ୍ୱିତୀୟ ମ୍ୟାଚ୍ରେ ୪୫ ଏବଂ ତୃତୀୟ ମ୍ୟାଚ୍ରେ ୮୬ ରନ୍ କରିଥିଲେ। ଚତୁର୍ଥ ଦିନିକିଆରେ ତାଙ୍କଠାରୁ ଶତକ ହାସଲ କରିବାର ଆଶା କରାଯାଉଥିଲା, ଯାହା ସେ ହାସଲ କରିଛନ୍ତି। ବୈଭବ ୨୦୦ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିଥିଲେ।