Home >>Odisha Sports

Vinesh Phogat: ବଜରଙ୍ଗ ପୁନିଆଙ୍କ ପରେ ଅର୍ଜୁନ ପୁରସ୍କାର ଓ ଖେଳ ରତ୍ନ ଫେରାଇଲେ ଭିନେଶ ଫୋଗାଟ

Vinesh Phogat: ବଜରଙ୍ଗ ପୁନିଆଙ୍କ (Bajrang Punia) ପରେ ଏବେ ଭିନେଶ ଫୋଗାଟ (Vinesh Phogat) ଫେରାଇଛନ୍ତି ଅର୍ଜୁନ ପୁରସ୍କାର (Arjun Puraskar) ଓ ଖେଳ ରତ୍ନ (khel ratna award)। ଶନିବାର ଭିନେଶ ଦିଲ୍ଲୀ କର୍ତ୍ତବ୍ୟ ପଥରେ (Delhi kartavya Path) ଉଭୟ ସମ୍ମାନକୁ ରଖି ଘରକୁ ଚାଲିଯାଇଥିଲେ ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Payal Priyadarshini|Updated: Dec 31, 2023, 09:41 AM IST
Share

Vinesh Phogat: ବଜରଙ୍ଗ ପୁନିଆଙ୍କ (Bajrang Punia) ପରେ ଏବେ ଭିନେଶ ଫୋଗାଟ (Vinesh Phogat) ଫେରାଇଛନ୍ତି ଅର୍ଜୁନ ପୁରସ୍କାର (Arjun Puraskar) ଓ ଖେଳ ରତ୍ନ (khel ratna award)। ଶନିବାର ଭିନେଶ ଦିଲ୍ଲୀ କର୍ତ୍ତବ୍ୟ ପଥରେ (Delhi kartavya Path) ଉଭୟ ସମ୍ମାନକୁ ରଖି ଘରକୁ ଚାଲିଯାଇଥିଲେ ।

ସୂଚନା ଥାଉ କି, ଭାରତୀୟ କୁସ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସଂହଙ୍କୁ ବିରୋଧ କରି କୁସ୍ତି ଯୋଦ୍ଧାମାନେ ଏଭଳି ଅଭିନବ ଢଙ୍ଗର ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହାପ୍ବର୍ବରୁ ବଜରଙ୍ଗ ପୁନିଆ (Bajrang Punia) ଡିସେମ୍ବର ୨୨ରେ ପଦ୍ମଶ୍ରୀ ପୁରସ୍କାରକୁ (Padma Shri) କର୍ତ୍ତବ୍ୟ ପଥରେ ରଖି ଚାଲିଯାଇଥିଲେ । ଏହାପରେ ଭିନେଶ ଫୋଗଟ (Vinesh Phogat) ଗତ ୩ ଦିନ ତଳେ ପୁରସ୍କାର ଫେରାଇବା ନେଇ ଘୋଷଣା କରିଥିଲେ। ଶନିବାର ପୁରସ୍କାର ଓ ପଦକ ଫେରାଇବା ପାଇଁ ଭିନେଶ ଫୋଗଟ ପିଏମଓକୁ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାପରେ ସେ ନିଜ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ଛାଡି଼ ଚାଲିଯାଇଥିଲେ । ଭିନେଶ ଫୋଗାଟ ପୁରସ୍କାର ଫେରାଇବା ପରେ ଦୁଃଖ ପ୍ରକାଶ କରିଛନ୍ତି ବଜରଙ୍ଗ ପୁନିଆ । ଏନେଇ ସେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ଏହି ଦିନ କୌଣସି ଖେଳାଳିଙ୍କ ଜୀବନରେ ନ ଆସୁ । ଦେଶର ମହିଳା କୁସ୍ତି ଯୋଦ୍ଧାମାନେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି’ ।

ଅନ୍ୟପେଟ ଯୁବ କଂଗ୍ରେସ ଏହି ଘଟଣାକୁ ଦେଶ ପାଇଁ ଲଜ୍ଜାଜନକ ଦିନ ବୋଲି ବର୍ଣ୍ଣନା କରିଛି। ଯୁବ କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛି, ‘ଦେଶ ପାଇଁ ଲଜ୍ଜାର ଦିନ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ପରେ ବିନେଶ ଫୋଗାଟ ତାଙ୍କ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ରଖିଛନ୍ତି। ପିଏମ ମୋଦୀ ଏବଂ ତାଙ୍କ ସରକାର ସେମାନଙ୍କୁ ଏତେ ନିର୍ଯାତନା ଦେଇଛନ୍ତି ଯେ ଆଜି ସେମାନେ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।’’

ପ୍ରକାଶ ଥାଉ କି, ବିଜ୍ରଭୂଷଣ ଶରଣ ସିଂହଙ୍କ (Brij Bhushan Sharan Singh) ବିରୋଧରେ କୁସ୍ତି ଯୋଦ୍ଧାମାନେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି । ଏହି ମାମଲା ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ବିଚାରଧୀନ ରହିଛି । ତେଣୁ ଡବଲୁଏଫଆଇ (Wrestling Federation Of India) ନିର୍ବାଚନରେ ବିଜ୍ରଭୂଷଣଙ୍କ କୌଣସି ସମ୍ପର୍କୀୟଙ୍କୁ ନିର୍ବାଚନରେ ଭାଗ ନ ନେବାକୁ କୁସ୍ତି ଯୋଦ୍ଧାମାନେ ଦାବି କରିଥିଲେ । ହେଲେ ସରକାର ଏ ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବାରୁ ତାଙ୍କ ଘନିଷ୍ଠ ସଞ୍ଜୟ ସିଂହ (Sanjay Singh) ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସାକ୍ଷୀ ମଲିକ (Sakshi Malik) ଇସ୍ତଫା ଦେଇଥିବା ବେଳେ ରେସଲର ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇଥିଲେ।

 

 

 

Read More
{}{}