Home >>Odisha Sports

Virat Anushka Baby: କାହିଁକି ପୁଅର ଏଭଳି ନାଁ ରଖିଲେ ବିରାଟ ଓ ଅନୁଷ୍କା?

Virat Anushka 2nd Baby: ଦ୍ୱିତୀୟ ସନ୍ତାନର ପିତାମାତା ହୋଇଛନ୍ତି କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା । ଶିଶୁପୁତ୍ର ଜନ୍ମ ହୋଇଥିବା ନେଇ ଉଭୟ ବିରାଟ ଓ ଅନୁଷ୍କା ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । 

Advertisement
Virat Anushka Baby: କାହିଁକି ପୁଅର ଏଭଳି ନାଁ ରଖିଲେ ବିରାଟ ଓ ଅନୁଷ୍କା?
Zee Odisha Desk|Updated: Feb 21, 2024, 12:13 PM IST
Share

Virat Anushka 2nd Baby: ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ହେଲା ଅନ୍ତ । ବିରୁଷ୍କାଙ୍କ ଘରକୁ ଆସିଲେ ଆଉ ଏକ କୁନି ଅତିଥି । ଦ୍ୱିତୀୟ ସନ୍ତାନର ପିତାମାତା ହୋଇଛନ୍ତି କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା । ଶିଶୁପୁତ୍ର ଜନ୍ମ ହୋଇଥିବା ନେଇ ଉଭୟ ବିରାଟ ଓ ଅନୁଷ୍କା ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ଘରକୁ ଆସିଥିବା ନୂଆ ଅତିଥିଙ୍କ ନାଁ ‘ଅକାୟ’ ରଖିଛନ୍ତି ଏହି ଷ୍ଟାର କପଲ । ତେବେ ଆସନ୍ତୁ ଜାଣିବା ଏହି ନାଁର ପ୍ରକୃତ ଅର୍ଥ କ’ଣ?

ଅନୁଷ୍କା ଓ ବିରାଟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ଖୁସି ଓ ପ୍ରେମରେ ପରିପୂର୍ଣ୍ଣ ହୃଦୟର ସହ ଆମେ ସମସ୍ତେଙ୍କୁ ଜାଣଉଛୁ, ଫେବୃଆରୀ ୧୫ରେ ଆମର ଶିଶୁପୁତ୍ର ‘ଅକାୟ’ ଓ ଭାମିକାଙ୍କ ସାନ ଭାଇଙ୍କୁ ଏହି ଦୁନିଆରେ ସ୍ୱାଗତ କରିଥିଲୁ । ଜୀବନର ଏହି ସୁନ୍ଦର ମୁହୂର୍ତ୍ତରେ ଆମେ ଆପଣଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ଚାହୁଁଛୁ ।  ଏହା ସହିତ, ଆମର ଗୋପନୀୟତା ପ୍ରତି ଯତ୍ନ ହେବାକୁ ଅନୁରୋଧ। ପ୍ରେମ  ଓ କୃତଜ୍ଞତା’ ।

 

ଅନୁଷ୍କା ଓ ବିରାଟ ଝିଅଙ୍କ ନାମ ଭାମିକା ରଖିଥିଲେ ଯାହାର ଅର୍ଥ ବେଶ ଖାସ୍ ଅଟେ । ବର୍ତ୍ତମାନ ଦୁହେଁ ପୁଅର ନାମ ‘ଅକାୟ’ ରଖିଛନ୍ତି । ଭାମିକା ଭଳି ଏହି ନାଁ ମଧ୍ଯ ବେଶ ସ୍ବତନ୍ତ୍ର ଅଟେ । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ଏହାର ଅର୍ଥ କ’ଣ? ‘ଅକାୟ’ ଅନେକ ଅର୍ଥ ରହିଛି । 'ଅକାୟ'ର ଶାଦ୍ଦିକ ଅର୍ଥ ହେଉଛି ଯାହାର ଶରୀର ବା ଆକାର ନାହିଁ । ଅର୍ଥାତ୍ ଯିଏ ନିରାକାର । ସେହିପରି ସଂସ୍କୃତରେ ଏହାର ଅର୍ଥ ହେଉଛି 'ଅମର' । ଏହାବ୍ୟତୀତ 'ଅକାୟ' ଚନ୍ଦମାଙ୍କ ଉଜ୍ଜଳ କିରଣ ଓ 'ପୂର୍ଣ୍ଣ ଚନ୍ଦ୍ର'କୁ ମଧ୍ଯ ବୁଝାଏ ।

ଅନୁଷ୍କା ଗର୍ଭବତୀ ଥିବା ନେଇ ଦୀର୍ଘ ଦିନରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲେ ମଧ୍ଯ ଦମ୍ପତି ଏନେଇ ମୁଁହ ଖୋଲିନଥିଲେ । ପୂର୍ବରୁ ବିରାଟ ବାପା ହେବା ନେଇ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡି ଭିଲିୟର୍ସ ସୂଚନା ଦେଇଥିଲେ । ସେ କହିଥିଲେ, ‘କୋହଲି ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏପରି ସମୟରେ କୋହଲି ପରିବାରକୁ ପ୍ରାଥମିକତା ଦେବା ପ୍ରଶଂସନୀୟ । ସେ ତାଙ୍କ ପରିବାରକୁ ସମୟ ଦେଉଛନ୍ତି’ ।

ସୂଚନା ଥାଉ କି, ପୂର୍ବରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ନଖେଳିବାକୁ ନେଇ ବିସିସିଆଇ ସୂଚନା ଦେଇଥିଲା । ବିରାଟ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଖେଳୁନଥିବା କହିଥିଲା ବିସିସିଆଇ । ଫଳରେ ସେହି ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାୟିତ୍ୱ ନେଇଥିଲେ ।

 

 

Read More
{}{}