Home >>Odisha Sports

Virat Kohli: କେମିତି ଅଛନ୍ତି କିଙ୍ଗ କୋହଲି, ହାଡ଼ର ସମସ୍ୟାକୁ ନେଇ ଆସିଲା ବଡ଼ ଖବର

Virat Kohli:  ଏହା ପୂର୍ବରୁ ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କର ସର୍ଭିକାଲ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥିଲା । ମେରୁଦଣ୍ଡର ହାଡ଼ ଯୋଗୁଁ ତାଙ୍କ ବେକରୁ ଡାହାଣ ହାତର ଛୋଟ ଆଙ୍ଗୁଠିକୁ ଯାଉଥିବା ଏକ ଶିରା ଚାପିବାରୁ ତାଙ୍କ ହାତରେ ଆଘାତ ଲାଗିଥିଲା। ଏହାର ଯନ୍ତ୍ରଣା ଓ ଅସୁବିଧା କାରଣରୁ ସେ ରାତିରେ ଶୋଇ ପାରିନଥିଲେ।

Advertisement
Virat Kohli: କେମିତି ଅଛନ୍ତି କିଙ୍ଗ କୋହଲି, ହାଡ଼ର ସମସ୍ୟାକୁ ନେଇ ଆସିଲା ବଡ଼ ଖବର
Rashmita Sahoo|Updated: Oct 19, 2024, 07:04 PM IST
Share
Virat Kohli: ବିରାଟ କୋହଲି ନିରାମିଷ ଖାଦ୍ୟ ଅନୁସରଣ କରୁଛନ୍ତି। ତାଙ୍କର ଅଧିକାଂଶ ଖାଦ୍ୟ ଗ୍ରିଲ୍, ଷ୍ଟିମଡ୍। କିନ୍ତୁ ସବୁବେଳେ ଏପରି ହେଉନଥିଲା, ସେ ଜଣେ କଠୋର ଆମିଷପ୍ରେମୀ ଥିଲେ । ୨୦୨୦ରେ ଏକ ଲାଇଭ୍ ସେସନ୍ ସମୟରେ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ୍ ବିରାଟ କୋହଲିଙ୍କୁ କହିଥିଲେ ଯେ ଆପଣ ନନ୍ ଭେଜ୍ ଖାଉଥିଲେ। ତା'ପରେ ଏମିତି କ'ଣ ହେଲା ଯାହା ହଠାତ୍ ବିରାଟ୍ ନିରାମିଷ ହେଇଯିବାକୁ ନିଷ୍ପତ୍ତି ନେଲେ।

 
୨୦୨୦ରେ ଏକ ଇନଷ୍ଟାଗ୍ରାମ ଲାଇଭ୍ ସମୟରେ ବିରାଟ କୋହଲି କ୍ରିକେଟର କେଭିନ୍ ପିଟରସନଙ୍କୁ କହିଥିଲେ ଯେ ପ୍ରଶଂସକମାନେ ମୋର ନିରାମିଷ ହେବା ପଛରେ ଭିନ୍ନ ଭିନ୍ନ କାରଣ ଭାବନ୍ତି। କିନ୍ତୁ ବାସ୍ତବରେ, ଶାରୀରିକ ସମସ୍ୟା କାରଣରୁ ମୋତେ ନିରାମିଷାଶି ହେବାକୁ ପଡିଥିଲା । ତାଙ୍କ ଶରୀରର ହାଡ଼ରୁ କ୍ୟାଲସିୟମ୍ ଦୁର୍ବଳ ହେଉଥିଲା ଏବଂ ଏହି କାରଣରୁ ତାଙ୍କର ସର୍ଭିକାଲ ମେରୁଦଣ୍ଡରେ ସମସ୍ୟା ଦେଖାଦେଇଥିଲା।
 

 
 
ବିରାଟ କହିଛନ୍ତି ଯେ ସେ ୨୦୧୮ରେ ଇଂଲଣ୍ଡ ଗସ୍ତରେ ନିରାମିଷ ହେବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଏହା ପୂର୍ବରୁ ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କର ସର୍ଭିକାଲ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥିଲା । ମେରୁଦଣ୍ଡର ହାଡ଼ ଯୋଗୁଁ ତାଙ୍କ ବେକରୁ ଡାହାଣ ହାତର ଛୋଟ ଆଙ୍ଗୁଠିକୁ ଯାଉଥିବା ଏକ ଶିରା ଚାପିବାରୁ ତାଙ୍କ ହାତରେ ଆଘାତ ଲାଗିଥିଲା। ଏହାର ଯନ୍ତ୍ରଣା ଓ ଅସୁବିଧା କାରଣରୁ ସେ ରାତିରେ ଶୋଇ ପାରିନଥିଲେ।
 
ଯେତେବେଳେ ବିରାଟ କୋହଲି ପରୀକ୍ଷା କରାଇଲେ, ତାଙ୍କ ପେଟରେ ଅମ୍ଳୀୟଜନିତ ସମସ୍ୟା ହୋଇଯାଇଥିଲା। ତାଙ୍କ ଶରୀର  ଅଧିକ ୟୁରିକ୍ ଏସିଡ୍ ଉତ୍ପାଦନ କରୁଥିଲା। ପେଟ ହାଡ଼ରୁ କ୍ୟାଲସିୟମ୍ ଛଡ଼ାଇ ନେଉଥିଲା ଏବଂ ଏହା ସର୍ଭିକାଲ ମେରୁଦଣ୍ଡ ସମସ୍ୟା ସୃଷ୍ଟି କରିଥିଲା। କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଖାଇବା ପରେ ମଧ୍ୟ ତାଙ୍କ ହାଡ଼ ଦୁର୍ବଳ ରହିଥିଲା। ତା'ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଇଂଲଣ୍ଡ ଗସ୍ତ ସମୟରେ ନିରାମିଷ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ଆମିଷ ଛାଡିବା ପରେ ତାଙ୍କ ଶରୀରକୁ ବହୁତ ଆରାମ ମିଳିଥିଲା ।
 
ପ୍ରତ୍ୟେକ ଖାଦ୍ୟ ହଜମ କରିବା ପାଇଁ ପେଟ ଏସିଡ୍ ବ୍ୟବହାର କରିଥାଏ। ହଜମ ହେବା ପାଇଁ ହାଲୁକା ଖାଦ୍ୟ ଖାଇଲେ ପେଟ ଏଥିପାଇଁ ଯଥେଷ୍ଟ ଏସିଡ୍ ତିଆରି କରିବ। ହଜମ ହେବା ପାଇଁ ଭାରି ଖାଦ୍ୟ ଖାଇଲେ ପେଟରେ ଅଧିକ ଏସିଡ୍ ସୃଷ୍ଟି ହୋଇଥାଏ। ମାଂସ ଓ ନନ୍ ଭେଜ୍ ରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଓ ଫ୍ୟାଟ୍ ରହିଥାଏ। ଏହାକୁ ହଜମ କରିବା ପାଇଁ ଅଧିକ ଏସିଡ୍ ଦରକାର ହୋଇଥାଏ। ଯେତେବେଳେ ପେଟ ଅଧିକ ସମୟ ପର୍ଯ୍ୟନ୍ତ ଅଧିକ ଏସିଡ୍ ତିଆରି କରିଥାଏ, ସେତେବେଳେ ସମସ୍ୟା ଆରମ୍ଭ ହୋଇଥାଏ। ଯଦି ଆପଣ ଅତ୍ୟଧିକ ନନ୍ ଭେଜ୍ ଖାଆନ୍ତି ତେବେ ୟୁରିକ୍ ଏସିଡ୍ ସମସ୍ୟା ହୋଇପାରେ। ମାଂସ ଓ ମାଛ ଖାଇବା ଦ୍ୱାରା ରକ୍ତରେ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ପାଇଥାଏ।  
 
Read More
{}{}