Hindi News >>Home >>Odisha Sports

IND vs SA: କେପଟାଉନ୍ ଟେଷ୍ଟରେ ଫିଲ୍ଡିଂ କରିବା ସମୟରେ ରୋହିତ ଦେଇଥିଲେ 'ଗାଳି', କୋହଲି କରିଥିଲେ ସମର୍ଥନ, ଭିଡିଓ ଭାଇରାଲ

Rohit Sharma: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରୋହିତ ଶର୍ମା ଗାଳି ଦେଉଥିବା ଦେଖାଯାଉଛି। ଏହି ସମୟ ମଧ୍ୟରେ ବିରାଟ କୋହଲି ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।  

Advertisement
Rohit Sharma
Rohit Sharma
Jagdish Barik|Updated: Jan 04, 2024, 09:26 PM IST
Share

Rohit Sharma Abuse In Live Match Video: ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ବ୍ୟତୀତ ମଜାଳିଆ ସ୍ୱଭାବ ପାଇଁ ଜଣାଶୁଣା। ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା (Rohit Sharma) ଅନେକ ସମୟରେ ହାସ୍ୟାସ୍ପଦ ଭାବରେ କଥାବାର୍ତ୍ତା ହେଉଥିବା ଦେଖାଯାଏ, କିନ୍ତୁ ଏଥର ଲାଇଭ ମ୍ୟାଚ୍ ସମୟରେ ଭାରତୀୟ ଅଧିନାୟକ ଗାଳି ଦେଇଥିଲେ, ଯେଉଁଥିରେ ବିରାଟ କୋହଲି (Virat Kohli) ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବାସ୍ତବରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ (IND vs SA 2nd Test) ସମୟରେ ରିଭ୍ୟୁ ନେବା ସମୟରେ ରୋହିତ ଶର୍ମା ଗାଳି ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଫିଲ୍ଡିଂ କରୁଥିବାବେଳେ ରୋହିତ ଶର୍ମା ରିଭ୍ୟୁ ନେବାକୁ ନେଇ ଗାଳି ଦେଇ କହିଥିଲେ, ନେଇ ନେଉଛି ଏହାପରେ ଭାରତୀୟ ଅଧିନାୟକ ମୁଁହରୁ ଗାଳି ବାହାରିଥିଲା । ତା’ପରେ ସେ ଆଗକୁ ମଧ୍ୟ କହିଥିଲେ, ତିନି ତିନିଟି ରିଭ୍ୟୁ ଅଛି। ରୋହିତ ଶର୍ମାଙ୍କ କଥା ସରିବା ପରେ ବିରାଟ କୋହଲି କହିଥିଲେ, ହଁ ନେ ନେ (ରିଭ୍ୟୁ) କିଏ ଜାଣେ ଭିତର ଲାଗି ଯାଇଥିବ। ଏହି ସମୟରେ କେଏଲ ରାହୁଲଙ୍କୁ ଭାରତୀୟ ଅଧିନାୟକଙ୍କ ପାଖରେ ଦେଖିବାକୁ ମିଳିଥିଲା।

ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ମ୍ୟାଚର ତୃତୀୟ ଇନିଂସରେ ଏହି ଘଟଣା ଘଟିଥିଲା। ଏହି ସମୟରେ ଆଫ୍ରିକା ୩୪ ଓଭରରେ ୯ ୱିକେଟ୍ ହରାଇଥିଲା ଓ ଭାରତ କେବଳ ଗୋଟିଏ ୱିକେଟ୍ ଆବଶ୍ୟକ କରୁଥିଲା ଏବଂ ଦଳ ପାଖରେ ତିନୋଟି ରିଭ୍ୟୁ ବାକିଥିଲା। ମହମ୍ମଦ ସିରାଜ ୩୪ ତମ ଓଭରରେ ବୋଲିଂ କରିଥିଲେ, ଯାହା ମେଡେନ ଥିଲା। ଏଠାରେ ଦେଖନ୍ତୁ ଭିଡିଓ...

 

କେପଟାଉନରେ ଭାରତ ଜିତିଥିଲା ନିଜର ପ୍ରଥମ ଟେଷ୍ଟ
କେପଟାଉନରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚରେ ଭାରତ ଆୟୋଜକ ଦଳ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଦ୍ରୁତ ବୋଲରମାନେ ଏହି ମ୍ୟାଚରେ ଭାରତ ପାଇଁ ହିରୋ ଥିଲେ। ପ୍ରଥମେ ମହମ୍ମଦ ସିରାଜ ୬ଟି ୱିକେଟ୍ ନେଇଥିଲେ। ତା’ପରେ ଦ୍ୱିତୀୟ ଇନିଂସରେ ଜସପ୍ରୀତ ବୁମ୍ରା ଏକପାଖିଆ ଭାବେ ୬ ୱିକେଟ୍ ନେଇ ମ୍ୟାଚକୁ ଭାରତ ପାଖକୁ ଆଣି ଦେଇଥିଲେ। କହିରଖୁଛୁ ଯେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍କୁ ଏକ ଇନିଂସ ଓ ୩୨ ରନରେ ହାରିଯାଇଥିଲା।

Read More
{}{}