Hindi News >>Home >>Odisha Sports

Rohit Sharma: ଟି-୨୦ ବିଶ୍ୱକପ ଜିତିବା ପରେ କାହିଁକି ପିଚର ମାଟି ଖାଇଲେ ରୋହିତ ଶର୍ମା? ସଚିନ ମଧ୍ୟ ଏହା କରିଥିଲେ

Rohit Sharma eats soil from Barbados pitch: ରୋହିତ ଶର୍ମା ନିଜେ ଜାଣି ପାରୁନଥିଲେ ଯେ ବିଜୟର ଆନନ୍ଦରେ ସେ କିପରି ନିଜର ଭାବନାକୁ ପ୍ରକାଶିତ କରିବେ। ମ୍ୟାଚର ଶେଷ ବଲରେ ଭାରତ ଜିତିବା ମାତ୍ରେ ସେ ତଳେ ଶୋଇଯାଇଥିଲେ। ଏହା ସାଥୀ ଖେଳାଳିମାନେ ତାଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ରୋହିତ ଶର୍ମାଙ୍କ ଆଖିରେ ଖୁସିର ଲୁହ ଆସିଯାଇଥିଲା ଓ ତାଙ୍କ ଖୁସି ସ୍ପଷ୍ଟ ଦେଖାଯାଉଥିଲା ।  

Advertisement
Rohit Sharma eats soil from Barbados pitch
Rohit Sharma eats soil from Barbados pitch
Jagdish Barik|Updated: Jun 30, 2024, 05:06 PM IST
Share

T20 World Cup 2024 final: Rohit Sharma, ଟି-୨୦ ବିଶ୍ୱକପ ୨୦୨୪ ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଯେତେବେଳେ ଭାରତ ଟ୍ରଫି ଜିତିଲା ସେତେବେଳେ ସମଗ୍ର ଦେଶ ଖୁସିରେ ନାଚି ଉଠିଥିଲା। ସମଗ୍ର ଦେଶରୁ ବାଣ ଫୁଟାଯାଇ ସେଲିବ୍ରେସନ କରାଯିବାର ଚିତ୍ରା ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା। ସମସ୍ତେ ଦଳର ଏହି ସଫଳତାକୁ ସେଲିବ୍ରେସନ କରିବା ଆରମ୍ଭ କରିଦେଇଥିଲେ। ଭାରତୀୟ କ୍ରିକେଟ୍ ଦଳର ପ୍ରଶଂସକଙ୍କ ଉତ୍ସାହ ଚାରିଆଡେ ଦୃଶ୍ୟମାନ ହୋଇଥିଲା। ଏଥି ସହିତ ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଡ଼ିଆରେ ଉତ୍ସବ ମନାଇଥିଲା। ଖେଳାଳିମାନେ ତ୍ରିରଙ୍ଗା ଧରି ପଡ଼ିଆରେ ଦୌଡୁଥିବା ଓ ପ୍ରଶଂସକମାନଙ୍କୁ ଅଭିବାଦନ କରିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

ଏହି ସମୟରେ ସମସ୍ତଙ୍କ ଆଖି ସେମାନଙ୍କ ପ୍ରିୟ ଖେଳାଳିଙ୍କ ଉପରେ ରହିଥିଲା। କିନ୍ତୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସେଲିବ୍ରେସନ ଅନେକ କ୍ଷେତ୍ରରେ ଭିନ୍ନ ଥିଲା। ବିରାଟ କୋହଲି ଟି-୨୦ କ୍ରିକେଟକୁ ବିଦାୟ ଦେଇ ଲୋକଙ୍କୁ ଭାବପ୍ରବଣ କରିଥିବାବେଳେ ଅନ୍ୟପଟେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରାଇଥିଲେ।

ରୋହିତ ଶର୍ମାଙ୍କ ସ୍ୱପ୍ନ ଥିଲା ତାଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଟାଇଟଲ ଜିତିବା। ଗତ ଦୁଇଥର ସେ ଫାଇନାଲ୍ ମ୍ୟାଚ୍ ରେ ଚାମ୍ପିଅନ୍ ହେବାକୁ ବଞ୍ଚିତ ହୋଇଥିଲେ। ଟି-୨୦ କ୍ରିକେଟ୍ ର ଶେଷ ମ୍ୟାଚ୍ ଖେଳୁଥିବା କ୍ୟାପଟେନ ରୋହିତ ଶର୍ମା ଏହି ମ୍ୟାଚ୍ ଆରମ୍ଭରେ ଆଉଟ୍ ହୋଇ ଯାଇଥିଲେ। ଏହାପୂର୍ବରୁ ସେ ଏକାକୀ ଦଳକୁ ସୁପର-୮ ଓ ସେମିଫାଇନାଲରେ ବିଜୟୀ କରାଇଥିଲେ। ରୋହିତ ଶର୍ମା ଶେଷରେ ତାଙ୍କର ଶେଷ ଟି-୨୦ ମ୍ୟାଚରେ ଅଧିନାୟକ ଭାବରେ ଟାଇଟଲ ଜିତିବାର ସ୍ୱପ୍ନକୁ ପୂରଣ କରିଥିଲେ।

ଜିତିବା ମାତ୍ରେ ପଡିଆରେ ଶୋଇଯାଇଥିଲେ ରୋହିତ୍
ରୋହିତ ଶର୍ମା ନିଜେ ଜାଣି ପାରୁନଥିଲେ ଯେ ବିଜୟର ଆନନ୍ଦରେ ସେ କିପରି ନିଜର ଭାବନାକୁ ପ୍ରକାଶିତ କରିବେ। ମ୍ୟାଚର ଶେଷ ବଲରେ ଭାରତ ଜିତିବା ମାତ୍ରେ ସେ ତଳେ ଶୋଇଯାଇଥିଲେ। ଏହା ସାଥୀ ଖେଳାଳିମାନେ ତାଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ରୋହିତ ଶର୍ମାଙ୍କ ଆଖିରେ ଖୁସିର ଲୁହ ଆସିଯାଇଥିଲା ଓ ତାଙ୍କ ଖୁସି ସ୍ପଷ୍ଟ ଦେଖାଯାଉଥିଲା ।

ପଡ଼ିଆରେ ଲଗାଇଥିଲେ ଭାରତୀୟ ଜାତୀୟ ପତାକା
ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା ଭାରତୀୟ ଜାତୀୟ ପତାକା ବାରବାଡୋସ୍ ଗ୍ରାଉଣ୍ଡରେ ଲଗାଇଥିଲେ। ବିସିସିଆଇ ସଚିବ ଜୟ ଶାହା ବିଶ୍ୱକପ ପୂର୍ବରୁ ଏକ ବୟାନରେ କହିଥିଲେ ଯେ ରୋହିତଙ୍କ ଅଧିନାୟକତ୍ୱରେ ଆମେ ବାରବାଡୋସରେ ଭାରତୀୟ ପତାକା ଉଡାଇବୁ। ରୋହିତ ଜୟ ଶାହାଙ୍କ କଥା ପୂରଣ କରି ପଡ଼ିଆରେ ଭାରତୀୟ ପତାକା ଲଗାଇଲେ। ଜୟ ଶାହା ମଧ୍ୟ ତାଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ।

ପିଚ୍ ମାଟିର ସ୍ୱାଦ ମଧ୍ୟ ଚାଖିଲେ
ଆଇସିସି ଏହାର X ଆକାଉଣ୍ଟରୁ ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପିଚର ମାଟିର ସ୍ୱାଦ ଚାଖୁଥିବା ନଜର ଆସିଛନ୍ତି। ରୋହିତ ଶର୍ମାଙ୍କ ରୂପରୁ ଏହା ସ୍ପଷ୍ଟ ଯେ ସେ ବହୁତ ଖୁସି ଓ ଏହି ସ୍ମରଣୀୟ ମୁହୂର୍ତ୍ତକୁ କେବେବି ଭୁଲିଯିବାକୁ ଚାହାଁନ୍ତି ନାହିଁ। ଏହି ବିଜୟ ଐତିହାସିକ ଅଟେ। ଏହାପୂର୍ବରୁ ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ଶେଷ ମ୍ୟାଚ୍‌ରେ ପିଚ୍‌କୁ ପ୍ରଣାମ କରିଥିଲେ।

Read More
{}{}