Home >>Odisha Sports

Chahal Dhanashree Divorce: ଚହଲ ଏବଂ ଧନଶ୍ରୀଙ୍କର ହେବ ଛାଡପତ୍ର? ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କଲେ ଷ୍ଟାର କପଲ୍

Yuzvendra Chahal Dhanashree Verma Divorce: କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରି ସେମାନଙ୍କ ସମ୍ପର୍କକୁ ନେଇ ଚାଲିଥିବା ବିବାଦକୁ ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ବିବାହ କରିଥିବା ଏହି ଷ୍ଟାର କପଲ୍ ଖୁବ୍ ଶିଘ୍ର ଅଲଗା ହେବାକୁ ଯାଉଛନ୍ତି।  

Advertisement
Chahal Dhanashree Divorce
Chahal Dhanashree Divorce
Jagdish Barik|Updated: Jan 04, 2025, 02:49 PM IST
Share

Yuzvendra Chahal Dhanashree Verma Divorce: ବର୍ତ୍ତମାନ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଗତ କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ଦୁହେଁ ଖୁବ୍ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ କୌଣସି ନିଶ୍ଚିତତା ନାହିଁ। ବର୍ତ୍ତମାନ ଦୁଇଜଣଙ୍କ ବିଷୟରେ ଏକ ସୂଚନା ସାମ୍ନାକୁ ଆସିଛି ଯାହା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ଉଭୟ ଛାଡପତ୍ର ଦେବାକୁ ଯାଉଛନ୍ତି।

ଇନଷ୍ଟାଗ୍ରାମରେ ପରସ୍ପରକୁ କଲେ ଅନଫଲୋ
ସୋସିଆଲ ମିଡିଆରେ କ୍ରିକେଟର ଯୁଭେନ୍ଦ୍ର ଚହଲ ସକ୍ରିୟ ଅଛନ୍ତି। କିନ୍ତୁ ନିକଟରେ ସେ ଏପରି କିଛି କରିଛନ୍ତି ଯାହା ପରେ ଛାଡପତ୍ର ଖବର ପବନ ବେଗରେ ବ୍ୟାପିଯାଇଥିଲା। ବାସ୍ତବରେ ସେ ନିଜ ପତ୍ନୀ ଧନଶ୍ରୀଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ କରିଛନ୍ତି ଏବଂ ତାଙ୍କ ସହ ଥିବା ସମସ୍ତ ଫଟୋ ଡିଲିଟ୍ କରିଛନ୍ତି। ଏହା ସମେତ ଧନଶ୍ରୀ ମଧ୍ୟ ୟୁଜଭେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି। ବର୍ତ୍ତମାନ ଖବର ଆସୁଛି ଯେ ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିନାହିଁ ଏବଂ ସେମାନେ ଶୀଘ୍ର ଛାଡପତ୍ର ଦେଇପାରନ୍ତି।

୨୦୨୦ ମସିହାରେ କରିଥିଲେ ବିବାହ
କ୍ରିକେଟର ୟୁଜବେନ୍ଦ୍ର ସିଂ ଏବଂ ପ୍ରସିଦ୍ଧ କୋରିଓଗ୍ରାଫର ଧନଶ୍ରୀ ବର୍ମା ୨୨ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ। ଏକ ସାକ୍ଷାତକାରରେ ଧନଶ୍ରୀ କହିଥିଲେ ଯେ ଲକଡାଉନ୍ ସମୟରେ ସେ ଚହଲଙ୍କୁ ଭେଟିଥିଲେ। ନୃତ୍ୟ ଶିଖିବା ପାଇଁ ଚାହଲ ତାଙ୍କ ଅନଲାଇନ୍ କ୍ଲାସରେ ନାମ ଲେଖାଇଥିଲେ ଏବଂ ସେହି ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ।

ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ ଦମ୍ପତିଙ୍କ ନିକଟ ସୂତ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛି ଯେ "ଛାଡପତ୍ର ଗୁଜବ ନୁଁହେ । ଏହାକୁ ଅଧିକାରିକ ଭାବେ ଗ୍ରହଣ କରିବାକୁ କେବଳ କିଛି ସମୟ ବାକିଅଛି। ସେମାନଙ୍କ ଅଲଗା ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଷ୍ଚାର କପଲ୍ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ”

Read More
{}{}