Home >>Odisha Sports

Women Asia Cup: ଏସିଆ କପ: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ୍ ୨୦୨୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଭାରତ। ଶ୍ରୀଲଙ୍କାର ରଙ୍ଗିରି ଡାମବୁଲ୍ଲା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍

Advertisement
Women Asia Cup: ଏସିଆ କପ: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
Prabhudatta Moharana|Updated: Jul 19, 2024, 10:47 PM IST
Share

Women Asia Cup: ନୂଆଦିଲ୍ଲୀ: ଚଳିତ ମହିଳା ଏସିଆ କପ୍ ୨୦୨୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଭାରତ। ଶ୍ରୀଲଙ୍କାର ରଙ୍ଗିରି ଡାମବୁଲ୍ଲା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୦୯ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ଏହାକୁ ୧୪.୧ ଓଭରରେ ହାସଲ କରିଛି। ଟିମ୍ ଇଣ୍ଡିଆ ପାଇଁ ୩୧ଟି ବଲରେ ସ୍ମୃତି ମନ୍ଦାନା ୪୫ ରନ୍ ସଂଗ୍ରହ କରିଥିଲେ। ଏହି ଅବଧିରେ ସେ ୯ଟି ଚୌକା ମାରିଥିଲେ। ତାଙ୍କ ବ୍ୟତୀତ ଶେଫାଳୀ ୧୯ ବଲରେ ୪୦ ରନ ଖେଳିଥିଲେ।  ଉଭୟେ ୯.୩ ଓଭରରେ ଦଳୀୟ ସ୍କୋରରେ ୮୫ ରନର ସ୍କୋର ଯୋଡ଼ିଥିଲେ। ଏହା ପରେ ଭାରତ ୩ଟି ଗୁରୁତ୍ତ୍ୱପୂର୍ଣ୍ଣ ୱିକେଟ ହରାଇଥିଲା। କିନ୍ତୁ ମ୍ୟାଚର ଅନ୍ତିମ ପର୍ଯ୍ୟାୟରେ ଅଧିନାୟକ ହରମନପ୍ରିତ କୌର ଓ ଜୋମିମାହ ରୋଡ୍ରିଗଜ ରକ୍ଷଣଶୀଳ ବ୍ୟାଟିଂ କରି ଅପରାଜିତ ରହିଥିଲେ। 

 

୧୦୮ ରନରେ ଅଲଆଉଟ ହୋଇଥିଲା ପାକିସ୍ତାନ ଟିମ
ଭାରତୀୟ ମହିଳା ଦଳ ପାକିସ୍ତାନ ଟିମ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା। ପାକିସ୍ତାନ ଦଳ ୧୦୮ ରନରେ ଅଲଆଉଟ ହୋଇଯାଇଥିଲା। ପାକିସ୍ତାନ ପାଇଁ ସିଦରା ଅମିନ ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ ବ୍ୟକ୍ତିଗତ ୨୫ ରନ ସଂଗ୍ରହ କରିଥିଲେ। ଅମିନଙ୍କ ବ୍ୟତୀତ ତୁବା ହସନ ଓ ଫାତିମା ହସନ ୨୨ ରନ ଲେଖାଏଁ କାର୍ଯ୍ୟ କରିଥିଲେ। ଭାରତ ପାଇଁ ଦିପ୍ତି ଶର୍ମା ସର୍ବାଧିକ ୩ଟି ୱିକେଟ ନେଇଥିଲେ। ରେଣୁକା ସିଂହ, ପୂଜା ବତ୍ସାକର ଓ ଶ୍ରେୟଙ୍କା ପାଟିଲ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଏହି ମ୍ୟାଚରେ ସର୍ବାଧିକ ୩ଟି ୱିକେଟ ନେଇଥିବା ଦିପ୍ତୀ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ମିଳିଥିଲା। 

Read More
{}{}