Hindi News >>Home >>Odisha Sports

WPL 2024 final: ଆଜି ଫାଇନାଲ, ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ

RCB vs DC: ସୁପର ସଣ୍ତେରେ ହେବ ମହା ମୁକାବିଲା । ଆଜି ମହିଳା ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

Advertisement
WPL 2024 final: ଆଜି ଫାଇନାଲ, ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ
Zee Odisha Desk|Updated: Mar 17, 2024, 01:34 PM IST
Share

RCB vs DC Final 2024: ସୁପର ସଣ୍ତେରେ ହେବ ମହା ମୁକାବିଲା । ଆଜି ମହିଳା ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି । ମେଗ୍ ଲ୍ୟାନିଂଙ୍କ (Meg Lanning) ନେତୃତ୍ବଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଗତ ବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ତିଆନ୍ସଠାରୁ ପରାସ୍ତ ହୋଇଥିଲା । ଏଥର ଦଳ ଲିଗ୍ ରେ ଚତ୍ମକାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିବା ସହ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି ।

ସେପଟେ ସମୃତି ମନ୍ଧନାଙ୍କ ନେତୃତ୍ବରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟର ମୁକାବିଲାରେ ଡ଼ିଫେଣ୍ତି ଚାମ୍ପୟନ୍ ମୁମ୍ବାଇ ଇଣ୍ତିଆସନ୍ସକୁ ୫ ରନ୍ ରେ ପରାସ୍ତ କରି ଫାଇନାଲକୁ ଏଣ୍ଟ୍ରି ମାରିଥିଲା । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଦଳ ଚାମ୍ପିଅନ୍ ହେବ । ମନ୍ଧନାଙ୍କ ବ୍ୟାଟିଂ ଦେଖିବାକୁ ଭାରତୀୟ କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସେହିପରି ଏଲିସ ପେରୀ ଓ ରିଚା ଘୋଷଙ୍କ ବ୍ୟାଟିଂ ଉପରେ ଦଳର ନିର୍ଭର କରୁଛି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ଅର୍ଡ଼ର ମଧ୍ଯ ବେଶ ଶକ୍ତିଶାଳୀ ରହିଛି । ଅଧିନାୟକା ଲ୍ୟାନିଂଙ୍କ ସମେତ ସେଫାଳି ବର୍ମା ମଧ୍ୟ ଭଲ ଫର୍ମରେ ରହିଛନ୍ତି ।

 

 

 

 

 

Read More
{}{}