Home >>Odisha Sports

WTC Points Table: ପରାଜୟ ପରେ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଦେଖନ୍ତୁ ପଏଣ୍ଟ ଟେବୁଲରେ ମିଳିଲା କେଉଁ ସ୍ଥାନ?

WTC Points Table: ହାଇଦ୍ରାବାଦ ଟେଷ୍ଟରେ ଟିମ୍ ଇଣ୍ଡିଆର ପରାଜୟ ପରେ ଭାରତ WTC ପଏଣ୍ଟ ଟେବୁଲ୍ ୨୦୨୩-୨୪ ରେ ମଧ୍ୟ କ୍ଷତି ସହିଛି। ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିଲା।   

Advertisement
WTC Points Table
WTC Points Table
Zee Odisha Desk|Updated: Jan 29, 2024, 07:50 AM IST
Share

WTC Points Table: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଯାହାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ଚତୁର୍ଥ ଦିନରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚକୁ ୨୮ ରନରେ ଜିତି ନେଇଥିଲା। ଏହି ବିଜୟ ସହିତ ଇଂଲଣ୍ଡ ଦଳ ବର୍ତ୍ତମାନ ସିରିଜରେ ୧-୦ ରେ ଆଗୁଆ ରହିଛି। ହାଇଦ୍ରାବାଦ ଗ୍ରାଉଣ୍ଡରେ ୧୪ ବର୍ଷ ପରେ ଟିମ୍ ଇଣ୍ଡିଆ ଏକ ଟେଷ୍ଟ ମ୍ୟାଚ୍ ରେ ହାରିଛି। ଏହି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପଏଣ୍ଟ ଟେବୁଲରେ ଏକ ବଡ଼ କ୍ଷତି ସହିଛି। 

ହାଇଦ୍ରାବାଦ ଟେଷ୍ଟରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ପରାଜୟ ପରେ ଟିମ୍ ଇଣ୍ଡିଆ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପଏଣ୍ଟ ଟେବୁଲରେ କ୍ଷତି ସହିଛି। ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ଥିଲା। ବର୍ତ୍ତମାନ ଏହି ମ୍ୟାଚରେ ପରାଜୟ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛି। ନିଜର ଶେଷ ୫ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ୨ଟି ମ୍ୟାଚ୍ ଜିତି ୨ ଟି ହାରିଛି। ଗୋଟିଏ ମ୍ୟାଚ୍ ଡ୍ର ହୋଇଥିବାବେଳେ ବର୍ତ୍ତମାନ ଏହି ସିରିଜରେ ଆଗାମୀ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଅସୁବିଧା ସାମାନ୍ୟ ବଢ଼ାଇଥିବା ଜଣାପଡିଛି।

ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳ ଭାରତକୁ ଜିତିବା ପାଇଁ ୨୩୧ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୦୨ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଚମତ୍କାର ବ୍ୟାଟିଂ କରି ୪୨୦ ରନ୍ ସ୍କୋର କରିଥିଲା। ଏହା ପରେ ଇଂଲଣ୍ଡ ୨୩୧ ରନର ଅଗ୍ରଣୀ ହାସଲ କରିଥିଲା।ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପାଇଁ ଟମ ହାର୍ଟଲି ଚମତ୍କାର ବୋଲିଂ କରିଥିଲେ। ଦ୍ୱିତୀୟ ଇନିଂସରେ ଟମ ହାର୍ଟଲି ୭ଟି ୱିକେଟ୍ ନେଇଥିଲେ। ଏହା ଥିଲା ଟମ୍ ହାର୍ଟଲିଙ୍କର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍। ଏହି ମ୍ୟାଚର ଉଭୟ ଇନିଂସରେ ଟମ ହାର୍ଟଲି ୯ଟି ୱିକେଟ୍ ନେଇଥିଲେ।

Read More
{}{}