Hindi News >>Home >>Odisha Sports

Champions Trophy 2025: ଚମ୍ପିଆନ୍ସ ଟ୍ରଫିରେ ପ୍ରଥମ ଥର ପାଇଁ ଖେଳିବେ ଏହି ୩ ଭାରତୀୟ, ODI ବିଶ୍ୱକପ୍‌ରେ ମଧ୍ୟ ପାଇ ନଥିଲେ ସ୍ଥାନ

ICC Champions Trophy 2025: ଚମ୍ପିଆନ୍ସ ଟ୍ରଫି ୨୦୨୫ ରେ ଟିମ୍ ଇଣ୍ଡିଆର ୩ ଖେଳାଳି ପ୍ରଥମ ଥର ଖେଳୁଥିବା ଦେଖିବାକୁ ମିଳିବ। ତେବେ ବିସିସିଆଇ ଭାରତୀୟ ଦଳ ବର୍ତ୍ତମାନ ପ୍ରର୍ଯ୍ୟନ୍ତ ଘୋଷଣା କରିନାହିଁ। ଆସନ୍ତା ୧୨ ତାରିଖରେ ଭାରତୀୟ ଦଳ ଘୋଷଣା ହେବ।  

Advertisement
icc champions trophy 2025 team india probable squad
icc champions trophy 2025 team india probable squad
Jagdish Barik|Updated: Jan 08, 2025, 04:30 PM IST
Share

ICC Champions Trophy 2025: ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ତେବେ ଦଳ ଘୋଷଣା କରିବାକୁ ଆଇସିସି ୧୨ ଜାନୁଆରୀ ଯାଏଁ ସମୟ ସ୍ଥିର କରିଛି। ପ୍ରଶଂସକମାନେ ଉତ୍ସାହର ସହିତ ଟିମ୍ ଇଣ୍ଡିଆର ଦଳକୁ ଅପେକ୍ଷା କରିଛନ୍ତି। ଏଥର ତିନିଜଣ ଭାରତୀୟ ଖେଳାଳି ପ୍ରଥମ ଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବାର ନଜର ଆସିବେ। ODI ବିଶ୍ୱକପ୍ ୨୦୨୩ ରେ ମଧ୍ୟ ଏହି ଖେଳାଳିମାନେ ଟିମ୍ ଇଣ୍ଡିଆର ଅଂଶ ନଥିଲେ।

ଯଶସ୍ୱୀ ଜୟସ୍ୱାଲ (Yashasvi Jaiswal):
ଯଶସ୍ୱୀ ଜୟସ୍ୱାଲ ଏପର୍ଯ୍ୟନ୍ତ ODI ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇନାହାଁନ୍ତି। ଟେଷ୍ଟ ଏବଂ ଟି-୨୦ ରେ ଟିମ୍ ଇଣ୍ଡିଆ ପାଇଁ ଜୟସ୍ୱାଲ ଏକ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ୨୦୨୪ ମସିହାରେ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆ ପାଇଁ ଯଶସ୍ୱୀ ଜୟସ୍ୱାଲ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ, ଏହା ବ୍ୟତୀତ ଏହି ଜୟସ୍ୱାଲ୍ ମଧ୍ୟ ବୋର୍ଡର ଗାଭାସ୍କର ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ଏକ ଶତକ ମଧ୍ୟ ସାମିଲ ରହିଥିଲା। ବର୍ତ୍ତମାନ ଜୟସ୍ୱାଲ ଚମ୍ପିଆନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆରେ ଏକ ସୁଯୋଗ ପାଇପାରନ୍ତି। ଯାହା ପରେ ପ୍ରଶଂସକମାନେ ତାଙ୍କୁ ODI ଫର୍ମାଟରେ ଖେଳୁଥିବାର ଦେଖିପାରିବେ।

ଅର୍ଶଦୀପ ସିଂ (Arshdeep Singh):
ବାମ ବାହୁ ଦ୍ରୁତ ବୋଲର ଅର୍ଶଦୀପ ସିଂ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ସର୍ବୋତ୍ତମ ବୋଲର ଅଟନ୍ତି। ଅର୍ଶଦୀପ ମଧ୍ୟ ଟି-୨୦ ବିଶ୍ୱକପରେ ଖେଳୁଥିବା ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦ୍ରୁତ ବୋଲର ଟିମ୍ ଇଣ୍ଡିଆ ପାଇଁ ମାତ୍ର ୮ଟି ODI ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୧୨ ଟି ୱିକେଟ୍ ଅଛି। ବର୍ତ୍ତମାନ ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ଆର୍ଶଦୀପଙ୍କୁ ଚୟନ କରାଯାଇପାରେ।

ଋଷଭ ପନ୍ତ (Rishabh Pant):
ଏକ କାର ଦୁର୍ଘଟଣା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପ୍ରାୟ ଦେଢ଼ ବର୍ଷ କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ, ଯେଉଁଥିପାଇଁ ସେ ODI ବିଶ୍ୱକପ୍ ୨୦୨୩ ମଧ୍ୟ ଖେଳି ପାରିନଥିଲେ। କିନ୍ତୁ ପନ୍ତ ଆଇପିଏଲ ୨୦୨୪ ରେ କ୍ରିକେଟ୍ ପଡ଼ିଆରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପରେ ପନ୍ତ ଟି-୨୦ ବିଶ୍ୱକପ ୨୦୨୪ ରେ ଖେଳୁଥିବା ମଧ୍ୟ ଦେଖାଯାଇଥିଲା। ସେବେଠାରୁ ପନ୍ତ ଟିମ୍ ଇଣ୍ଡିଆ ପାଇଁ କ୍ରମାଗତ କ୍ରିକେଟ୍ ଖେଳି ଆସୁଛନ୍ତି। ବୋର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ପନ୍ତଙ୍କ ପ୍ରଦର୍ଶନ ଭଲ ଥିଲା, ବର୍ତ୍ତମାନ ପନ୍ତ ପ୍ରଥମ ଥର ପାଇଁ ଚମ୍ପିଆନ୍ସ ଟ୍ରଫି ଖେଳୁଥିବା ଦେଖିବାକୁ ମିଳିବ।

Read More
{}{}